ହେଡଲାଇନସ୍:

ରାକେଶ ମହାନ୍ତିଙ୍କୁ ନ୍ୟାସନାଲ୍ ଏକ୍ସିଲେନ୍ସି ଆୱାର୍ଡ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ୨୦ତମ ନ୍ୟାସନାଲ୍ ଏକ୍ସିଲେନ୍ସି ଆୱାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଇନ୍ଦୋରର  ହୋଟେଲ ମ୍ୟାରିୟଟ ଠାରେ ଅନୁଷ୍ଠିତ ହୋଇଯାଇଛି  । ୱାଲର୍ଡ ବୁକ୍ ଅଫ୍ ରେକର୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସବୁ ରାଜ୍ୟର ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଥିଲା । ଓଡିଶାରୁ ସମ୍ମାନୀତ ହୋଇଛନ୍ତି ଅଲ ଇଣ୍ଡିଆ ଆଇଟି ଆସୋସିଏସନର ଯୁଗ୍ମ ସଂପାଦକ ରାକେଶ କୁମାର ମହାନ୍ତି । ଦେଶର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବାରୁ ଶ୍ରୀ ମହାନ୍ତିଙ୍କୁ ଚୟନ କରାଯାଇଥିବା ବେଳେ ତାଙ୍କୁ ସମ୍ମାନିତ କରିଛନ୍ତି ନେପାଳ ନରେଶ ଏଚ୍ ଏଚ୍ ମହାରାଜା ନରେନ୍ଦ୍ର ସିଂ ଝାବୁଆ । ଏହାବ୍ୟତୀତ ଶ୍ରୀ ମହାନ୍ତି ଓଡିଶାରେ କମ୍ପ୍ୟୁଟର ଶିକ୍ଷାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି । ତାଙ୍କର ମାନସ ପ୍ରକଳ୍ପ “ଇ-ସ୍କୁଲ’’ । ଏହି ପ୍ରକଳ୍ପ ମାଧ୍ୟମରେ ଓଡିଶାର ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର  ଶିକ୍ଷା ସହିତ ଜାତୀୟ ସ୍ତରର ସାର୍ଟିଫିକେଟ ପ୍ରଦାନର ବ୍ୟବସ୍ଥା ରହିଛି ।

0
0
0
s2sdefault