ହେଡଲାଇନସ୍:

ଇନ୍ଫୋଭ୍ୟାଲିରେ ୟୁନିଟ୍ ଖୋଲିବ କ୍ରିସ୍ ଏଲ୍ଇଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର: ଓଡ଼ିଶାଭିତ୍ତିକ ଏଲ୍ଇଡି ବଲ୍ବ-ନିର୍ମାତା କ୍ରିସ୍ ଏଲ୍ଇଡି ଭୁବନେଶ୍ୱର ଉପକଣ୍ଠସ୍ଥ ଇନ୍ଫୋଭ୍ୟାଲିରେ ଏକ ମ୍ୟାନୁଫ୍ୟାକଚରିଂ ୟୁନିଟ୍ ଖୋଲିବ । ଏଥିପାଇଁ ଏହା ସରକାରଙ୍କ ନିକଟରୁ ୧ ଏକର ଜମି ମାଗିଛି  । ପ୍ରସ୍ତାବିତ ୟୁନିଟରେ କମ୍ପାନୀ ଅଢେ଼ଇ କୋଟି ଟଙ୍କା ପୁଞ୍ଜି ନିବେଶ କରିବ  । କ୍ରିସ୍ ଏଲ୍ଇଡି ନିର୍ଦ୍ଦେଶକ  ପିକେ ମହାନ୍ତି ଏହା କହିଛନ୍ତି  ।

ଶ୍ରୀ ମହାନ୍ତି କହିଛନ୍ତି, କମ୍ପାନୀ ବ୍ୟାପକ ରେଞ୍ଜର ଏଲ୍ଇଡି ଲାଇଟିଂ ସଲ୍ୟୁସନ ଉତ୍ପାଦ  ଜରିଆରେ ଓଡ଼ିଶାର ୨୫ଟି ଜିଲ୍ଲାରେ ନିଜର ଉପସ୍ଥିତି ଜାହରି କରିଛି  । ମୁଖ୍ୟତଃ ଭାବେ ଏହା ବିଭିନ୍ନ ଜିଲ୍ଲାର ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଓ ସୋଲାର୍ ରୁଫ୍ ଟପ୍ ସ୍ଥାପନ କରୁଛି  ।୨୦୧୭-୧୮ରେ କ୍ରିସ୍ ଏଲ୍ଇଡି ୬୦ ଗ୍ରାମ ପଞ୍ଚାୟତ ରାସ୍ତାରେ  ଏଲଇଡି ଲାଇଟ୍ କରାଯାଇଛି  । ସେହିଭଳି ଗୋଟିଏ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସୋଲାର ରୁଫ୍ ଟପ୍ ସ୍ଥାପନ କରିଛି  ।

କ୍ରିସ୍ ଏଲ୍ଇଡି ନିର୍ଦ୍ଦେଶକ  କହିଛନ୍ତ, ୨୦୧୮ ଜାନୁଆରୀରେ କମ୍ପାନୀ ଓଡ଼ିଶା ବଜାରକୁ ନିଜସ୍ୱ ବ୍ରାଣ୍ଡର ସିସିଟିଭି ଓ ଏଲଇଡି ଟିଭି ଛାଡ଼ିବ  । ସେହିଭଳି ଓଡ଼ିଶାରେ ଏକ ଆସେମ୍ବ୍ଲିୟୁନିଟ୍ ସ୍ଥାପନ ପାଇଁ ଏହା ସରକାରଙ୍କୁ ୧ ଏକର ଜମି ମାଗିଛି  । ଆଗାମୀ ମାର୍ଚ୍ଚ ସୁଦ୍ଧା ଇନଫୋଭ୍ୟାଲିରେ କମ୍ପାନୀକୁ ଜମି ମିଳିବ ବୋଲି ଆଶା କରାଯାଉଛି  । ଏହାପରେ ୨୦୧୮ ଡିସେମ୍ବର ସୁଦ୍ଧା ଏହା ଓଡ଼ିଶା ୟୁବିତ ରୁ  ୟୁନିଟରୁ ଉତ୍ପାଦନ ଆରମ୍ଭ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି  ।

0
0
0
s2sdefault