ହେଡଲାଇନସ୍:

ଆରଏସପି ବ୍ଳାଷ୍ଟର ଫର୍ଣ୍ଣେସ ବିଭାଗୀୟ ଗୁଣବତ୍ତା ମଣ୍ଡଳୀର ଜଳ ସଞ୍ଚୟ ପ୍ରକଳ୍ପ ଜାତୀୟ ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ ପୁରସ୍କୃତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ‘ପରିବର୍ତ୍ତନ’ ଗୁଣବତ୍ତା ମଣ୍ଡଳୀ ଦ୍ଵାରା ଗ୍ଵାଲିୟର ଠାରେ ନିକଟରେ ଅନୁଷ୍ଠିତ ଜାତୀୟ  ଗୁଣବତ୍ତା ମଣ୍ଡଳୀ ସମ୍ମିଳନୀରେ ଉପସ୍ଥାପିତ ଜଳ ସଂରକ୍ଷଣ ଉପରେ ଆଧାରିତ ଏକ ପ୍ରକଳ୍ପ ପାର ଏକ୍ସଲେନ୍ସ ପୁରସ୍କାରରେ ସମ୍ମାନିତ ହୋଇଛି ।

ସୂଚନାଯୋଗ୍ୟ ଯେ, ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗରେ ମେକ ଅପ ଜଳ ଅଧିକ ବ୍ୟବହାର ଜନିତ ସମସ୍ୟା ଦେଖାଦେଇଥିଲା ଏବଂ ହଟ ସମ୍ପ ଦୂଷିତ ହେବା ମଧ୍ୟ ସାମୁଦାୟିକଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ରହିଥିଲା। ସୂଚନାଯୋଗ୍ୟ ଯେ, ଉପରୋକ୍ତ ଭୂତଳ ନିମ୍ନ ଚାପ ଯୁକ୍ତ ପାଇପ ନେଟୱାର୍କ ୭୦ ବର୍ଷ ପୂର୍ବେ ଭୂସ୍ତରରୁ ୩ ମିଟର ତଳେ ବିଛାଯାଇଥିଲା। 

ଉକ୍ତ ଗୁଣବତ୍ତା ମଣ୍ଡଳୀ ଉପରୋକ୍ତ ସମସ୍ୟାର ବିଶ୍ଳେଷଣ କରିଥିଲେ ଏବଂ ଭୂତଳ ପାଇପ ଲାଇନରେ ବିଭିନ୍ନ ସ୍ଥାନରେ ଲିକେଜ ଥିବା ଚିହ୍ନଟ କଲେ। ଯଦ୍ଦ୍ଵାରା ଭୂ-କ୍ଷରଣ ଘଟିବା ସଙ୍ଗେସଙ୍ଗେ ପାଇପ ଲାଇନ ମଧ୍ୟଦେଇ ଦୂଷିତ ଜଳ ସମ୍ପରେ ପ୍ରବେଶ କରୁଥିଲା। ମାଟି ବସିବା ଯୋଗୁଁ ସମ୍ପର ଆୟତନ ହ୍ରାସ ଘଟୁଥିଲା ଏବଂ ଜଳ ଓଭରଫ୍ଲୋ ହେଉଥିଲା। ଓଭରଫ୍ଲୋ ଏଡାଇବା ନିମନ୍ତେ ହଟ ପମ୍ପ ଗୁଡିକୁ ନିୟନ୍ତ୍ରିତ କରିବାକୁ ହେଉଥିଲା।  ଏଥିସହିତ ପମ୍ପ ଗୁଡିକର କାର୍ଯ୍ୟନିପୁଣତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଥିଲା ।

ଉକ୍ତ ଗୁଣବତ୍ତା ମଣ୍ଡଳୀ ସମସ୍ୟାର ମୂଳ କାରଣ ଖୋଜି ପାଇବା ପରେ ଏହାର ନିରାକରଣର ଆହ୍ଵାନକୁ ଗ୍ରହଣ କରିଥିଲେ। ଗୁଣବତ୍ତା ମଣ୍ଡଳୀ ଟୂଲ ଓ କୌଶଳ ଉପଯୋଗ କରି ଭୂତଳ ପାଇପ ବଦଳରେ ଉପରିସ୍ଥ ଭାଗରେ ଏକ ନୂତନ ପାଇପ ଲାଇନ ବିଛାଇବା ନିମନ୍ତେ ଉକ୍ତ ଦଳ ନିଷ୍ପତ୍ତି ନେଲେ । ଉକ୍ତ ସ୍ଥାନର ଅବସ୍ଥିତି ଓ ଯାନବାହାନର ଆତଯାତକୁ ପ୍ରଭାବିତ ହେଉଥିବା ପରିପ୍ରେକ୍ଷୀରେ ନିର୍ଦ୍ଧିଷ୍ଟ ସମୟସୀମା ଦୃଷ୍ଟିରୁ ଏହି କାର୍ଯ୍ୟ ଅତ୍ୟନ୍ତ କଠିନସାଧ୍ୟ ରହିଥିଲା। ଚାରିଟି ବ୍ଳାଷ୍ଟ ଫର୍ଣ୍ଣେସର ଚାହିଦା ମେଣ୍ଟାଇବା ନିମନ୍ତେ ଏହାର ସଂପୂର୍ଣ୍ଣ ସର୍କିଟ ଡିଜାଇନ ପ୍ରସ୍ତୁତ କରାଯାଇଥିଲା। ଉତ୍ପାଦନକୁ ପ୍ରଭାବିତ ନକରି ଉକ୍ତ ପ୍ରକଳ୍ପକୁ ସଫଳତା ସହକାରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ଓ କମିଶନିଙ୍ଗ କରାଯାଇଥିଲା । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଜଳ ବ୍ୟବହାର ହ୍ରାସ ପାଇଛି। ଏଥିସହିତ ଉପରୋକ୍ତ ପ୍ରକଳ୍ପ ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସୁଗମ କରିଛି ।

ଉପରୋକ୍ତ ଗୁଣବତ୍ତା ମଣ୍ଡଳୀର ସଦସ୍ୟମାନେ ହେଲେ ବିଭାଗର, ଶ୍ରୀ ପ୍ରଦୀପ କୁମାର ଖଟୁଆ, ଶ୍ରୀ ଦିଲେଶ୍ଵର ମହାନ୍ତ, ଶ୍ରୀ ଘନଶ୍ୟାମ ମହାନ୍ତ, ଶ୍ରୀ ଚନ୍ଦ୍ରକାନ୍ତ ସାହୁ, ଶ୍ରୀ ସଞ୍ଜୟ କୁମାର ଲେଙ୍କା ଓ  ଶ୍ରୀ ଅମରେନ୍ଦ୍ର ସାହୁ । ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ତୁଷାର କାନ୍ତି ରୟ ଉକ୍ତ ଦଳର ଫେସିଲିଟେଟର ଥିଲେ।    

 

0
0
0
s2sdefault