ହେଡଲାଇନସ୍:

ଆରଏସପିର ସିପିପି-୧ ବିଭାଗୀୟ କର୍ମଚାରୀଙ୍କ ପ୍ରଶଂସନୀୟ ପ୍ରୟାସ:  ଯନ୍ତ୍ରୋପକରଣ ଉପଲବ୍ଧତାରେ ବୃଦ୍ଧି ଏବଂ ବିପୁଳ ସଞ୍ଚୟ ସାଧନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Rourkela/ Susanta Behera : ରାଉରକେଲା ଇସ୍ପାତ କାରଖାନାର କ୍ୟାପ୍ଟିଭ ପାୱାର ପ୍ଳାଣ୍ଟ-୧ ବିଭାଗର କର୍ମଚାରୀମାନେ ଦୃଢନିଷ୍ଠ ପ୍ରତିବଦ୍ଧ ପ୍ରୟାସ ଦ୍ଵାରା ସିପିପି_୧ ବିଭାଗର ପ୍ରତିରୋଧାତ୍ମକ ରକ୍ଷଣାବେକ୍ଷଣ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଏଚଏମଟି ମେକ ଏଲ-୪ ମଡେଲ ଲେଦ ମେସିନକୁ ସଫଳତା ସହକାରେ ମରାମତି କରିଛନ୍ତି। ଦୀର୍ଘବର୍ଷର ପୁରୁଣା ଯନ୍ତ୍ରୋପକରଣ ହୋଇଥିବା ପରିପ୍ରେକ୍ଷୀରେ ଉକ୍ତ ଲେଦ ମେସିନରେ ବହୁ ସମସ୍ୟା ଅନୁଭୂତ ହେଉଥିଲା ଏବଂ ଏହା ତୃଟିଶୂନ୍ୟ କାର୍ଯ୍ୟନିପୁଣତା ହରାଇ ବସିଥିଲା। ଏଥିଯୋଗୁଁ ଅନ୍ୟ ବହୁ ବିଭାଗର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । 

ସିପିପି-୧ ଇଲେକ୍ଟ୍ରିକଲ ବିଭାଗର ଏଜିଏମ, ଶ୍ରୀ ଜେ ଦଳାଇ, ଡେପୁଟି ମ୍ୟାନେଜର, ଶ୍ରୀ ରାଜେଶ କୁମାର, ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ପି କେ ରାଉତ, ସିନିୟର ଟେକନିସିଆନ, ଶ୍ରୀ ପି କେ ବକ୍ସି, ଶ୍ରୀ ବି ଲେଙ୍କା, ଶ୍ରୀ ଆର ଏନ ପରିଡା, ଶ୍ରୀ ଏମ କେ ଦାସ, ଶ୍ରୀ ବି ଜେନା, ଶ୍ରୀ ଜେ ମାଝି, ମହମ୍ମଦ କାଇସ, ଶ୍ରୀ ଏସ ବି କର, ଶ୍ରୀ ବି ସୁରେୟା, ଶ୍ରୀ ଏସ ବେହେରା, ଶ୍ରୀ ପି କେ ପାତ୍ର, ଶ୍ରୀ ଏସ କେ ତରାଇ ଏବଂ ଶ୍ରୀ ବି ଡ଼ି ପାତ୍ର ଏହି ଆହ୍ଵାନମୂଳକ ମରାମତି କାର୍ଯ୍ୟ ସମ୍ପାଦନ କରିଥିଲେ । ଉକ୍ତ କାର୍ଯ୍ୟକୁ ସର୍ବନିମ୍ନ ସମୟ ମଧ୍ୟରେ ସମ୍ପନ୍ନ କରି ସେମାନେ ଏହାକୁ ଅପରେସନରେ ପୁନଃ ନିୟୋଜନ କରିଥିଲେ। ଏହି ପ୍ରୟାସ ଦ୍ଵାରା ପ୍ରାୟ ୨୮ ଲକ୍ଷ ଟଙ୍କାର ସଞ୍ଚୟ ସମ୍ଭବପର ହୋଇପାରିଥିଲା ଏବଂ  ମେସିନ ଉପଲବ୍ଧତାରେ ବୃଦ୍ଧି ଆସିଥିଲା ।

“ଉତ୍କର୍ଷ” ଯୋଜନା ଅଧୀନରେ ସିପିପି-୧ ବିଭାଗରେ ଆୟୋଜିତ ପୁରସ୍କାର ଉତ୍ସବରେ ସିପିପି-୧ ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ  ଏସ କେ ରାମା ଅଧ୍ୟକ୍ଷତା କରି କର୍ମଚାରୀଙ୍କୁ ଏହି ପ୍ରଶଂସନୀୟ ପ୍ରୟାସ ନିମନ୍ତେ ପୁରସ୍କୃତ କରିଥିଲେ।

0
0
0
s2sdefault