ହେଡଲାଇନସ୍:

କେବଳ ୩୦ ମିନିଟରେ ନିଜ ଡେସ୍କରେ ଗରମାଗରମ ଖାଦ୍ୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଲ୍ଟନର ଇଲେକଟ୍ରନ ଓ ଫୁଟ୍ରନ ଟିଫିନ୍

ଭୁବନେଶ୍ୱର : ଏବେକାର  ପେସାଦାରମାନେ କାର୍ଯ୍ୟକ୍ଷେତ୍ରରେ କଠିନ କାର୍ଯ୍ୟକ୍ରମ ମଧ୍ୟ ଦେଇ ଗତି କରୁଛନ୍ତି । ଏହାସାଙ୍ଗକୁ ସେମାନେ ମଧ୍ୟାହ୍ନ ଭୋଜନ ବିରତିରେ ସୀମିତ ସମୟ ପାଉଛନ୍ତି । ଏହି ସମୟରେ ସେମାନଙ୍କୁ ନିଜ ଖାଦ୍ୟ ଗରମ କରିବା ପାଇଁ ଅଫିସ ମାଇକ୍ରୋୱେଭ ସମ୍ମୁଖରେ ମଧ୍ୟ ଲାଇନ୍ ଲଗାଇବାକୁ ପଡ଼ୁଛି । ସେହିଭଳି ଅନେକ ସମୟରେ ଟିଫିନ୍ରୁ ଖାଦ୍ୟ ଲିକ୍ ହୋଇଥାଏ, ଯାହାକି ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇଥାଏ । ମିଲ୍ଟନ୍, ଭାରତର ପ୍ରମୁଖ  ହାଉସବେର  ନିର୍ମାତା ଏହି ସମସ୍ୟାଗୁଡ଼ିକୁ ବୁଝିଛି ଏବଂ ଏହାର ସମାଧାନ ଅଂଶସ୍ୱରୂପ ଇଲେକଟ୍ରନ ଓ ଫୁଟ୍ରନ  ଟିଫିନର ବଜାର ପ୍ରବେଶ କରାଇଛି । ଏହି ସୃଜନଶୀଳ ଉତ୍ପାଦ  ଜରିଆରେ ଗ୍ରାହକ ଯେକୌଣସି ପ୍ଲଗ୍ ପଏଣ୍ଟରେ ନିଜ ଟିଫିନକୁ ପ୍ଲଗ୍ କରି ୩୦ ମିନିଟରେ ଗରମ ଖାଦ୍ୟର ମଜା ନେଇପାରିବେ । 

 ଇଲେକଟ୍ରନ ଓ ଫୁଟ୍ରନ ଟିଫିନ ଗୁଡ଼ିକ ୩ ଓ ୪ କଣ୍ଟେନର ବିକଳ୍ପରେ ଉପଲବ୍ଧ । ଏଗୁଡ଼ିକ ସୃଜନଶୀଳ, ଷ୍ଟାଇଲ ଓ ଆରାମର ଏକ ଉପଯୁକ୍ତ ସମ୍ମିଶ୍ରଣ ଯାହାକି ଅଧିକ ପଦକ୍ଷେପ ଓ ସମୟ ସଞ୍ଚୟ କରିବ । ଏହି ନୂଆ ସୃଜନଶୀଳ ଜରିଆରେ ଗ୍ରାହକମାନେ ନିଜ ଡେସ୍କରେ ସେମାନଙ୍କ ଖାଦ୍ୟ ଉପଭୋଗ କରିପାରିବେ । ଟିଫିନ୍ଗୁଡ଼ିକରେ ଲାଗିଥିବା ସ୍ୱତନ୍ତ୍ର ଦୀର୍ଘସ୍ଥାୟୀ ଗରମ ନିରୋଧୀ ପ୍ଲାଷ୍ଟିକ୍ ସହ ଏକ ଇଲେକ୍ଟ୍ରିକ  ସକ୍ ନିରୋଧୀ ବଡି ଏହାକୁ ଦୀର୍ଘମିଆଦୀ କରିଥାଏ । ଏକ ପିୟୁ ଇନ୍ସୁଲେଟେଡ୍ ଲିଡ୍ ଖାଦ୍ୟକୁ ଅଧିକ ସମୟ ଗରମ ରଖିଥାଏ ।  ସେଗୁଡ଼ିକର ବିଲ୍ଟ-ଇନ୍ ଥର୍ମୋଷ୍ଟାଟ୍ ଏକ ଅଟୋ କଟ୍-ଅଫ୍ ବୈଶିଷ୍ଟ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥାଏ ଏବଂ ଏଥିରେ ଥିବା ନିୟନ୍ ଲ୍ୟାମ୍ପ ଇଣ୍ଡିକେଟର ପାୱାର ଅନ୍ କିମ୍ବା ଅଫ୍ ଅଛି ତାହା ଦର୍ଶାଇଥାଏ । ଏହି ଟିଫିନ୍ଗୁଡ଼ିକ ସର୍ବନିମ୍ନ ବିଜୁଳି ବ୍ୟବହାର କରିଥାଏ ଏବଂ ଏଗୁଡ଼ିକୁ ଏକ ଶକ୍ତିସଞ୍ଚୟକାରୀ ଉପôାଦରେ ପରିଣତ କରିଛି । ଏଗୁଡ଼ିକରେ ରବର୍ ଗ୍ରିପ୍ୟୁକ୍ତ ଷ୍ଟେନ୍ଲେସ୍ ଷ୍ଟିଲ୍ କଣ୍ଟେନର୍ ସହ କର୍ଡ ରଖିବାକୁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଅଛି । ବୋହି କି ନେବାକୁ ସୁବିଧାଜନକ ଏହି ଟିଫିନ୍ଗୁଡ଼ିକ ଏକ ହାଲୁକା ଲଞ୍ଚ କିମ୍ବା ହେଲ୍ଦି ସ୍ନାକ୍ କିମ୍ବା ଉଭୟ ନେବା ପାଇଁ ଏକ ଉପଯୁକ୍ତ ବିକଳ୍ପ । ଏଣୁ ଆଗେଇ ଯାଆନ୍ତୁ ଏବଂ ମିଲ୍ଟନ ର  ଇଲେକଟ୍ରନ ଓ ଫୁଟ୍ରନ ଟିଫିନ୍ ସହ ଲଞ୍ଚ୍ର ଅଭିଜ୍ଞତା ନିଅନ୍ତୁ । ୪ଟି ନୂଆ ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ  ଇଲେକଟ୍ରନ ଟିଫିନର ମୂଲ୍ୟ ୩ କଣ୍ଟେନର ପାଇଁ ୧୦୧୪ ଟଙ୍କା ଥିବା ବେଳେ ୪ କଣ୍ଟେନର୍ ପାଇଁ ୧୨୪୮ ଟଙ୍କା ରହିଛି । ସେହିଭଳି  ଫୁଟ୍ରନ ଟିଫିନ୍ର ମୂଲ୍ୟ ୩ କଣ୍ଟେନର ପାଇଁ ୧୦୬୪ ଟଙ୍କା ରହିଥିବା ବେଳେ ୪ କଣ୍ଟେନର ପାଇଁ ୧୩୨୭ ଟଙ୍କା ରହିଛି । ଏସବୁ ଟିଫିନ୍ ଭାରତର ସମସ୍ତ ପ୍ରମୁଖ ସହରରେ ଉପଲବ୍ଧ ।

 

0
0
0
s2sdefault