ହେଡଲାଇନସ୍:

୨୬ ତମ ସିସିକ୍ୟୁସିରେ ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ ସୁଶାନ୍ତ ବେହେରା : ଭାରତୀୟ ଗୁଣବତ୍ତା ମଣ୍ଡଳୀ ଫୋରମ, ରାଉରକେଲା ଶାଖା ଦ୍ଵାରା ସେପ୍ଟେମ୍ବର ୨୨ ଓ ୨୩ ତାରିଖରେ ରିମ୍ସ ଠାରେ ଆୟୋଜିତ ୨୬ ତମ ଚାପ୍ଟର କନଭେନ୍ସନ ଅନ କ୍ଵାଲିଟି କନସେପ୍ଟସରେ ରାଉରକେଲା ଇସ୍ପାତ କାରଖାନାର ୧୬ ଟି ଗୁଣବତ୍ତା ମଣ୍ଡଳୀ ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଉକ୍ତ କନଭେନ୍ସନରେ ଆରଏସପିର ଅନ୍ୟ ୨ଟି ଦଳ ରୌପ୍ୟ ପଦକ ଲାଭ କରିଥିଲେ। ଏଥିସମେତ ଏସଏମଏସ-୧ ବିଭାଗର ‘ସମାଧାନ’ ଏବଂ ଏସଏମଏସ-୨ ବିଭାଗର ‘ନବ ନିର୍ମାଣ’ ଗୁଣବତ୍ତା ମଣ୍ଡଳୀ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଜେ କେ ଦାସ ସ୍ମାରକୀ ଟ୍ରଫି ଲାଭ କରିଥିଲେ।  ସେମାନେ ଆଦିତ୍ୟ ବିକ୍ରମର ‘ଅସମ ବ୍ରେନ୍ସ’ ସହିତ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ। ଆରଏସପି ମଡେଲ ପ୍ରଦର୍ଶନରେ ୬ ଟି ପୁରସ୍କାର ଲାଭ କରିବା ସଙ୍ଗେସଙ୍ଗେ ଅନ୍ୟ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରି ପୁରସ୍କାର ଲାଭ କରିଥିଲା। ଏହା ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଆରଏସପି ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି ଅବସରରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ ତଥା ରାଉରକେଲା ଶାଖା ଅଧ୍ୟକ୍ଷ, ଶ୍ରୀ ଗୌତମ ବାନାର୍ଜୀ, ଓଏଚପିସିଏଲର ମାନବ ସମ୍ବଳ ନିର୍ଦ୍ଦେଶକ ତଥା ରାଉରକେଲା ଶାଖା ଉପାଧ୍ୟକ୍ଷ, ଡକ୍ଟର ପି କେ ମହାନ୍ତି, ବେଦାନ୍ତ ଲିମିଟେଡ ସିପିପି ମୁଖ୍ୟ, ଶ୍ରୀ ଅଜୟ ପାଣ୍ଡେ ଏବଂ ରିମ୍ସର ଅଧ୍ୟକ୍ଷା, ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ଉପସ୍ଥିତ ଥିଲେ। ୨୭ଟି ପ୍ରତିଷ୍ଠାନର ୧୨୭ଟି ଗୁଣବତ୍ତା ମଣ୍ଡଳୀରେ ୭୦୦ରୁ ଉର୍ଦ୍ଧ୍ଵ ଅଂଶଗ୍ରହଣକାରୀ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।  ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଚାପ୍ଟରର ଏକ ଆଣ୍ଡ୍ରଏଡ ଆପର ଶୁଭାରମ୍ଭ କରିଥିଲେ। ଏହା ଭାରତରେ ସମଧରଣର ପ୍ରଥମ ପ୍ରୟାସ ଅଟେ। ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ଏହି ଆପକୁ  ଭାରତୀୟ ଗୁଣବତ୍ତା ମଣ୍ଡଳୀ ଫୋରମ, ରାଉରକେଲା ଶାଖାର ଯୁଗ୍ମ ସମ୍ପାଦକ, ଶ୍ରୀ ଅଶୋକ ଜେନାଙ୍କ ନେତୃତ୍ୱରେ ଏକ ଦଳ ବିକଶିତ କରିଛନ୍ତି। ଗୁଣବତ୍ତା ଉତ୍ସାହୀ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଆପ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଷ୍ଠାନ ଗୁଡିକ ମଧ୍ୟରେ ଆରଏସପି, ଏନଏସପିସିଏଲ, ବେଦାନ୍ତ, ଟିଆରଏଲ କ୍ରୋସାକୀ, ଓସିଏଲ ଇଣ୍ଡିଆ ଲିମିଟେଡ, ଓସିଏଲ ଡାଲମିଆ, ହିଣ୍ଡାଲକୋ, ଆଦିତ୍ୟ ଆଲୁମିନିୟମ, ବାଲକୋ, ଏନଟିପିସି ବିନ୍ଧ୍ୟାଞ୍ଚଳ, ଓଏଚପିସିଏଲ, ବିଏସପି ଭିଲାଇ, ସେଲ ଆରଏମଡ଼ି କିରିବୁରୁ, ବଲାଣି, ଏନଟିଟିଏଫ, ଜାମସେଦପୁର, ଟାଟା ସ୍ପଞ୍ଜ, ଜେଏସପିଏଲ,ଏସେଲ ମାଇନିଙ୍ଗ, ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଏନଆଇଏନଏଲ ଏବଂ ନାଲକୋ ସାମିଲ ଥିଲେ।  ଉଦଯାପନୀ ଅଧିବେଶନରେ ଓସିଏଲ ଇଣ୍ଡିଆ ଲିମିଟେଡର ଇଡ଼ି, ଶ୍ରୀ ଏସ କେ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ଓସିଏଲ ଇଣ୍ଡିଆ ଲିମିଟେଡର ଡେପୁଟି ଇଡ଼ି, ଶ୍ରୀ ଏସ ଆରଶୁ, ଆରଏସପି ୟୁଟିଲିଟି ବିଭାଗର ଜିଏମ, ଶ୍ରୀ ସି ଆର ମହାପାତ୍ର  ଉପସ୍ଥିତ ଥିଲେ। କ୍ୟୁସିଏଫଆଇ ରାଉରକେଲା ଶାଖାର ଅବୈତନିକ ସମ୍ପାଦକ, ଶ୍ରୀ ଏସ ସି ପ୍ରସାଦ ଏବଂ ଯୁଗ୍ମ ସମ୍ପାଦକ, ଶ୍ରୀ ଅଶୋକ ଜେନା ଓ ଶ୍ରୀ ଭି ରାମକୃଷ୍ଣନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

0
0
0
s2sdefault