ହେଡଲାଇନସ୍:

ବିଚାକୁଣ୍ଡି ଅଞ୍ଚଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ପଦକ୍ଷେପ ଦ୍ୱାରା 400 ରୁ ଉର୍ଦ୍ଧ୍ୱ ଜଣ ସ୍ୱାବଲମ୍ବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଇବା ପାଣି, ଶୌଚାଳୟ, ନେତୃତ୍ବ ଶିବିର ଏବଂ ପ୍ରଶିକ୍ଷଣ ଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପ୍ରାୟ 1200 ଲୋକ ଉପକୃତ

ଯୋଡା, ୨୦.୦୮.୨୦୨୩ (ପାର୍ଥ ସାରଥୀ ଷଡ଼ଙ୍ଗୀ): ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଚାକୁଣ୍ଡି (ୱାର୍ଡ ନଂ 14) ଅଞ୍ଚଳରେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ହାତକୁ ନିଆଯାଇ ସେଗୁଡିକର ସଫଳ ରୂପାୟନ କରାଯାଇ ପାରିଛି I

ଛତୁ ଚାଷ ଏବଂ ବତକ ପାଳନ କରି ମୁଣ୍ଡା ବସ୍ତି ଓ କାଳି ବସ୍ତି ଅଞ୍ଚଳର 130 ଜଣ ସ୍ୱାବଲମ୍ବୀ ହୋଇପାରିଛନ୍ତି I ଏହି ପରିପ୍ରେକ୍ଷୀରେ, ବ୍ୟକ୍ତିଗତ ସହାୟତା ହିସାବରେ 10 ଟି ଛତୁ ଚାଷ ପ୍ରକଳ୍ପ ଘର ଏବଂ 10 ଟି ବତକ ପାଳନ ଘର ନିର୍ମାଣ କରାଯାଇଛି, ଯାହାକି ଲୋକମାନଙ୍କ ଆୟ ବୃଦ୍ଧି ରେ ସହାୟକ ହେବା ସହ ସେମାନଙ୍କ ସାମାଜିକ ସ୍ଥିତି ଓ ଚାଳିଚଳନ ରେ ବେଶ୍ ପରିବର୍ତ୍ତନ ଆଣି ପାରିଛି I

ସ୍ଥାନୀୟ ଲୋକଙ୍କର ଜୀବନଜିବିକା ରେ ଉନ୍ନତି ଆଣିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ବାୟୋ ଫ୍ଲୋକ୍ ମାଛ ଚାଷ କରାଯାଇଛି ଯାହାଦ୍ୱାରା ତିନି ଜଣ ଉପକୃତ ହୋଇଛନ୍ତି ଏବଂ ଆଗକୁ ଏହାକୁ ବିସ୍ତାର କରିବା ପାଇଁ ମଧ୍ୟ ଯୋଜନା ରଖାଯାଇଛି I
ସେହିପରି, ସ୍ଵୟମ ସହାୟକ ଗୋଷ୍ଠୀ ମାଧ୍ୟମରେ ସାବୁନ ତିଆରି ତାଲିମ ପାଇ 25 ଜଣ ଉପକୃତ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିପାରିଛନ୍ତି I ହଳଦୀ ଏବଂ ଅଦI ଭଳି ଅର୍ଥକାରୀ ଫସଲ କୁ ପ୍ରୋତ୍ସାହିତ କରାଯାଇଛି ଯାହାଦ୍ୱାରା ଅଦ୍ୟାବତ୍ 20 ଜଣ ଚାଷୀ ଉପକୃତ ହୋଇଛନ୍ତି I

ପୁଷ୍ଟିକର କିଚେନ୍ ଗାଡେନ ରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରି 211 ଜଣ ଉପକୃତ ହୋଇଛନ୍ତି I ଏହାଦ୍ୱାରା ସେମାନେ ନିଜ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଜାରରେ ମଧ୍ୟ ବିକ୍ରି କରିପାରୁଛନ୍ତି I

ଟି ଏସ୍ ଏଫ୍ ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଚାରି ଗୋଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି ଯାହା ଦ୍ଵାରା 400 ଲୋକ ଲାଭାନ୍ୱିତ ହୋଇ ପାରିଛନ୍ତି I ଦକ୍ଷତା ବିକାଶ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସିଲେଇ ତାଲିମ ମାଧ୍ୟମରେ 10 ଜଣ ଉପକୃତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏବଂ, 250 ଜଣ ମହିଳା ସଶକ୍ତିକରଣ, ନେତୃତ୍ୱ ଏବଂ ଆୟ ବୃଦ୍ଧି ସମ୍ପର୍କିତ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି I

ଅନୁରୁପ ଭାବେ, ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ ଦ୍ଵାରା 25 ଜଣ ଉପକୃତ ହୋଇଥିବାବେଳେ ବାହ୍ୟ ନେତୃତ୍ବ ବିକାଶ କାର୍ଯ୍ୟକ୍ରମ ରେ 35 ଜଣ ଯୋଗ ଦେଇଛନ୍ତି I ପାନୀୟ ଜଳ ର ଉତ୍କଟ ସମସ୍ୟା କୁ ଦୂର କରିବା ପାଇଁ, ସ୍ଥାନୀୟ ଅଞ୍ଚଳରେ 6 ଟି ଗଭୀର ନଳକୂପ ଖନନ କରାଯାଇଛି ଯାହାଦ୍ୱାରା 450 ଜଣ ଉପକୃତ ହେଉଛନ୍ତି I

ବାୟୋ ଫ୍ଲୋକ୍ ମାଛ ଚାଷ କରିଥିବା ମୁଣ୍ଡା ବସ୍ତି ର ଗୁରୁବାରି ମୁଣ୍ଡା କହନ୍ତି,"ଟିଏସ୍ଏଫ୍ ଯୋଗୁଁ ଆମେ ଆଜି ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ ହୋଇ ପାରିଛୁ I ଆମକୁ ରୋଜଗାର ର ବାଟ ଦେଖାଇ ସ୍ୱାବଲମ୍ବୀ କରାଇ ଥିବାରୁ ଟିଏସ୍ଏଫ୍ କୁ ଧନ୍ୟବାଦ I"

ସେହିପରି, ଛତୁ ଚାଷ କରିଥିବା କାଳି ବସ୍ତି ର ସମିତା ଲୋହାର କହନ୍ତି,"କେବଳ ଚାଷବାସ ନୁହେଁ, ଆମ ଅଞ୍ଚଳ ର ଲୋକମାନଙ୍କ ର ସର୍ବାଙ୍ଗୀନ ଉନ୍ନତି ପାଇଁ ଟିଏସ୍ଏଫ୍ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛି, ଯାହାକି ବାସ୍ତବିକ ସ୍ଵାଗତଯୋଗ୍ୟ I"

ଟି ଏସ୍ ଏଫ୍ ର ଏଭଳି ପଦକ୍ଷେପ ସ୍ଥାନୀୟ ବାସୀଙ୍କ ଜୀବନ ଜିବିକା ପରିବର୍ତ୍ତନ ଆଣିବା ରେ ସହାୟକ ହେବା ସହ ମହିଳା ଏବଂ ଯୁବକ ଯୁବତୀ ମାନଙ୍କୁ ଦକ୍ଷତା ବିକାଶ ବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି I

0
0
0
s2sdefault