ହେଡଲାଇନସ୍:

ରାଷ୍ଟ୍ରର ଭିତ୍ତିଭୂମି ନିର୍ମାଣରେ ସେଲ ନିର୍ଭରଯୋଗ୍ୟ ଇସ୍ପାତ ସହଯୋଗୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ (ସେଲ)ର ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସେଲ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସରସ୍ଵତୀ ପ୍ରସାଦ କହିଛନ୍ତି ଯେ,  ପରିଚାଳନାଗତ ଲାଭାର୍ଜ୍ଜନରେ ଉନ୍ନତି ଆଣିବା ପାଇଁ ନିରନ୍ତର ରଣନୀତି ଭିତ୍ତିକ ପ୍ରୟାସ ଯୋଗୁଁ ୨୦୧୭-୧୮ ଆର୍ଥିକ ବର୍ଷରେ ୫୧୮୪ କୋଟି ଟଙ୍କାର EBITDA ହାସଲ ହୋଇଛି  ଯାହା ଅନୁରୂପ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ଅଟେ । ସେ କହିଥିଲେ ଯେ, ପରିଚାଳନାଗତ ପ୍ରଦର୍ଶନରେ ବ୍ୟାପକ ଉନ୍ନତି ବିକ୍ରୀଯୋଗ୍ୟ ଇସ୍ପାତ ଉତ୍ପାଦନ, କନକାଷ୍ଟ ଉତ୍ପାଦନର ଅଂଶଧନରେ ବୃଦ୍ଧି, ସମୃଦ୍ଧ ଉତ୍ପାଦ ସମୂହ, ବ୍ଳାଷ୍ଟ ଫର୍ଣ୍ଣେସ ଉତ୍ପାଦକତାରେ ଉନ୍ନତି, କୋକ ହାର ଓ ଆପେକ୍ଷିକ ଶକ୍ତି ଉପଯୋଗ ହ୍ରାସ ଇତ୍ୟାଦି ପ୍ରୟାସ ଯୋଗୁଁ ସମ୍ଭବପର ହୋଇଥିଲା। ପ୍ରାୟ ୮୩% କ୍ଷତି ହ୍ରାସ କରିବା ପରେ କମ୍ପାନୀର କର ପରବର୍ତ୍ତୀ କ୍ଷତିର ପରିମାଣ ୨୦୧୭-୧୮ ଆର୍ଥିକ ବର୍ଷରେ ୪୮୨ କୋଟି ଟଙ୍କା ରହିଛି । ଉଲ୍ଲେଖନୀୟ ଯେ ପୂର୍ବ ଆର୍ଥିକ ବର୍ଷ ୨୦୧୬-୧୭ରେ କ୍ଷତିର ପରିମାଣ ୨୮୩୩ କୋଟି ଟଙ୍କା ରହିଥିଲା।  ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନୀର ସମୁଦାୟ କ୍ଷତିର ପରିମାଣ ୨୮୧ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୨୭୫୬ କୋଟି ଟଙ୍କା ରହିଥିଲା।  

ଶ୍ରୀ ପ୍ରସାଦ କହିଥିଲେ ଯେ, ସେଲ ଏହାର ଅବଶିଷ୍ଟ ଆଧୂନିକୀକରଣ ଓ ସଂପ୍ରସାରଣ କାର୍ଯ୍ୟ ପ୍ରାୟତଃ ସଂପୂର୍ଣ୍ଣ କରିଛି। ନୂତନ ସୁବିଧାଗୁଡିକର ସୁବିନିଯୋଗ ପୂର୍ବକ ୨୦୧୭-୧୮ ଆର୍ଥିକ ବର୍ଷରେ ପୂର୍ବ ପ୍ରଦର୍ଶନରେ ଉନ୍ନତି ଆଣି ବହୁ ନୂତନ କୀର୍ତ୍ତିମାନ ସ୍ଥାପିତ ହୋଇଛି। ସେଲ ଗତ ଆର୍ଥିକ ବର୍ଷରେ ସମୁଦାୟ ୧୫.୮୯୩ ନିୟୁତ ଟନ ଉତ୍ତପ୍ତ ଧାତୁ, ୧୫.୦୨୧ ନିୟୁତ ଟନ ଅଶୋଧିତ ଇସ୍ପାତ ଏବଂ ୧୪.୦୨୧ ନିୟୁତ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଲାଭ କରିଛି। ସେଲ ୧୨.୮୦ ନିୟୁତ ଟନ କଣ୍ଟିନ୍ୟୁୟସ କାଷ୍ଟ ଷ୍ଟିଲ ଉତ୍ପାଦନ କରି ସର୍ବକାଳୀନ ଶ୍ରେଷ୍ଠ ଉତ୍ପାଦନ ହାସଲ କରିବା ସହିତ ଏହି କ୍ଷେତ୍ରରେ ପୂର୍ବ ଆର୍ଥିକ ବର୍ଷର ୧୧.୭୭ ନିୟୁତ ଟନ ପରିମାଣ  ତୁଳନାରେ ୯% ଅଭିବୃଦ୍ଧି ହାସଲ କରିଛି। ଉତ୍ପାଦକତା ଓ କାର୍ଯ୍ୟ ନିପୁଣତାରେ ଉନ୍ନତି ସାଧନ ନିମନ୍ତେ ଗୃହୀତ ବିବିଧ ନୂତନ ପ୍ରୟାସ ଯୋଗୁଁ ପ୍ରତ୍ୟେକ ୟୁନିଟ ଦୃତ ଉନ୍ନତି ଲାଭ କରିଛନ୍ତି। ଭିଲାଇ ଷ୍ଟିଲ ପ୍ଳାଣ୍ଟର ନୂତନ ନୂତନ ବ୍ଳାଷ୍ଟ ଫର୍ଣ୍ଣେସ-୮ “ମହାମାୟା” ଏବଂ ଏସଏମଏସ-୨ ଗତ ଆର୍ଥିକ ବର୍ଷରେ କମିଶନ ହୋଇଥିଲା ଏବଂ ନୂତନ ୟୁନିଭର୍ସାଲ ମିଲରୁ ପ୍ଳାଣ୍ଟ ୨୬୦ ମିଟର ଲମ୍ବା ରେଳ ପାନେଲ ଭାରତୀୟ ରେଳବାଇକୁ ଯୋଗାଇଥିଲା। ଏହି କ୍ଷେତ୍ରରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୧୨% ଅଭିବୃଦ୍ଧି ହାସଲ ହୋଇଥିଲା। ଦୁର୍ଗାପୁର ଷ୍ଟିଲ ପ୍ଳାଣ୍ଟରେ ହୁଇଲ ଓ ଏକ୍ସଲ ପ୍ଳାଣ୍ଟରୁ ନେରୋ ଗେଜ ହୁଇଲ ଏବଂ ମିଡିୟମ ଷ୍ଟ୍ରକଚରାଲ ମିଲରୁ ଇ-୩୫୦ ଗ୍ରେଡ ଉଚ୍ଚ ସାମର୍ଥ୍ୟ ଯୁକ୍ତ ଷ୍ଟ୍ରକଚରାଲ ନିଜସ୍ୱ ରୂପେ ବିକଶିତ କରାଯାଇଥିଲା। ରାଉରକେଲା ଇସ୍ପାତ କାରଖାନାର ନୂତନ ପ୍ଳେଟ ମିଲ ୮ ଲକ୍ଷ ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରୋଲିଙ୍ଗ କରି ଅନୁରୂପ ପୂର୍ବ ବର୍ଷ ତୁଳନାରେ ୪୮.୧% ଅଭିବୃଦ୍ଧି ହାସଲ କରିଥିଲା। ଏହା ୟୁରୋପୀୟ ବଜାରକୁ ୧୨୭୦୦୦ ଟନ ସିଇ ମାର୍କଯୁକ୍ତ ପ୍ଳେଟ ପ୍ରେରଣ ମଧ୍ୟ କରିଥିଲା। ନିରନ୍ତର ପ୍ରୟାସ ଦ୍ଵାରା ବୋକାରୋ ଷ୍ଟିଲ ପ୍ଳାଣ୍ଟ ସର୍ବକାଳୀନ ଶ୍ରେଷ୍ଠ ୩.୨୭୬ ନିୟୁତ ଟନ କନକାଷ୍ଟ ସ୍ଲାବ ଓ ୦.୯୧୬ ନିୟୁତ ଟନ ସିଆର କଏଲ ଉତ୍ପାଦନ କରିଥିଲା। 

ବିଶ୍ଵ ଓ ଘରୋଇ ଇସ୍ପାତ ବଜାରର ସକାରାତ୍ମକ ପରିବେଶକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରସାଦ କହିଥିଲେ ଯେ, ଭାରତର ଭିତ୍ତିଭୂମିରେ ଉନ୍ନତି ପାଇଁ ଗୁରୁତ୍ଵ ପ୍ରଦାନ ଯୋଗୁଁ ଘରୋଇ ଇସ୍ପାତ ଉପଯୋଗ ସୁଦୃଢ ହେଉଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଘରୋଇ ଫିନିସଡ ଇସ୍ପାତ ଉପଯୋଗରେ ୭.୮ % ଉନ୍ନତି ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ, ସେଲ ଦେଶର ନିର୍ଭରଯୋଗ୍ୟ ଇସ୍ପାତ ଯୋଗାଣକାରୀ ରୂପେ ନିଜର ସ୍ଥାନ ବଜାୟ ରଖିଛି ଏବଂ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡିକରେ ସେଲ ଷ୍ଟିଲ ବହୁଳ ରୂପେ ଉପଯୋଗ ହେଉଛି ।     

0
0
0
s2sdefault