ହେଡଲାଇନସ୍:

"ଅମୃତକାଳରେ ପ୍ରଥମ ଓ ଏକ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ " : ଦିଲ୍ଲୀପ ଉମେନ୍‌

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ : “ଅମୃତକାଳରେ ପ୍ରଥମ ଓ ଏକ ପ୍ରଗତିଶୀଳ ‘ସପ୍ତଋଷି’ ବଜେଟ୍ – ଶିଳ୍ପର ଅଭିବୃଦ୍ଧି ସହିତ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ସଠିକ୍ ଦିଗ ଦେଇଛି " ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳ ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ବଜେଟ ଉପରେ ନିଜର ପ୍ରତିକ୍ରିୟା ରଖି ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ସଭାପତି, ତଥା ଏଏମ୍‌/ଏନ୍‌ଏସ୍ ଇଣ୍ଡିଆର ସିଇଓ ଏବଂ ଆର୍ସଲରମିତଲର କାର୍ଯ୍ୟନିର୍ବାହୀ ଉପସଭାପତି ଦିଲ୍ଲୀପ ଉମେନ୍‌ ମତବ୍ୟକ୍ତ କରିଛନ୍ତି |
ଶ୍ରୀ ଉମେନ୍‌ କହିଛନ୍ତି ଯେ " ଉଲ୍ଲେଖନୀୟ ୩୩% ବୃଦ୍ଧି ସହିତ ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ଯାହା ଜିଡିପିର ୩.୩%, ଭିତିଭୂମିର ଦ୍ରୁତ ବିକାଶ ପାଇଁ ଜୋର ଏବଂ ରେଳବାଇ ପାଇଁ ଏଯାବତ୍ ସର୍ବାଧିକ ୨.୪୦ ଲକ୍ଷ କୋଟି ଟଙ୍କା ଘରୋଇ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ, ଯାହାଦ୍ୱାରା ଘରୋଇ ପୁଞ୍ଜି ବିନିଯୋଗ ଏବଂ ନିଯୁକ୍ତିି ସୃଷ୍ଟି ହେବ । ୭୫,୦୦୦କୋଟି ଟଙ୍କା ନିବେଶରେ ଇସ୍ପାତ, ବନ୍ଦର, କୋଇଲା ଇତ୍ୟାଦି କ୍ଷେତ୍ରରେ ପାଇଁ ବ୍ୟାପକ ସଂଯୋଗ, ଲଜିଷ୍ଟିକ୍‌ସ୍ ଦକ୍ଷତା ବୃଦ୍ଧି କରିବ । ଏହି ବଜେଟ୍‌ରେ ଅଭିବୃଦ୍ଧି ଏବଂ ଉପଭୋଗର ଉନ୍ନତି ଉପରେ ଧ୍ୟାନ ଦିଆଯାଇଛି । ଏଥି ସହିତ ସବୁଜ ଅର୍ଥନୀତି ଏବଂ ଡିଜିଟାଲାଇଜେସନ ଉପରେ ଧ୍ୟାନ ଦିଆଯାଇଛି । ୨୦୨୫-୨୬ ସୁଦ୍ଧା ଆର୍ଥିକ ନିଅନ୍ଟ ସ୍ତରକୁ ୪.୫% ନିମ୍ନକୁ ପହଚିଂବା ପାଇଁ ସଂସ୍କାର ଗୁଡିକ ଆର୍ଥିକ ଏକୀକରଣର ସଠିକ୍ ପଥରେ ଅଛି । ପ୍ରଗତିଶୀଳ ଅର୍ଥନୀତି ଗୁଡିକ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ, ଏହି ବଜେଟ୍ ଏକ ଦୀର୍ଘକାଳୀନ ଯୋଜନାକୁ ଦର୍ଶାଉଛି ଓ ଅର୍ଥନୈତିକ ପୁନରୁଦ୍ଧାରରେ ଉଚିତ୍ ମାର୍ଗ ଦର୍ଶନ ଦେବ ।”

0
0
0
s2sdefault