ହେଡଲାଇନସ୍:

ଆରଏସପିରେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଆୟୋଜିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Rourkela/Susanta Behera : ରାଉରକେଲା ଇସ୍ପାତ କାରଖାନା ନିମନ୍ତେ ପ୍ଳାଣ୍ଟ ସ୍ତରୀୟ କ୍ଵାଲିଟି ସର୍କଲ ପ୍ରତିଯୋଗିତା ଅଗଷ୍ଟ ୩୦ ଓ ୩୧ ତାରିଖରେ ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି। ଆରଏସପି ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଉଦଘାଟନୀ ସମାରୋହରେ ଆର ଆଣ୍ଡ ସି ଲାବୋରେଟୋରି ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ଏ କେ ଆଚାର୍ଯ୍ୟ ଓ ଡ଼ିଜିଏମ, ଶ୍ରୀ ଏ ଦାସଗୁପ୍ତା ମଧ୍ୟ ଉତ୍ସବରେ ମଞ୍ଚାସୀନ ଥିଲେ। ଗତବର୍ଷ ବିଭିନ୍ନ କ୍ଵାଲିଟି ସର୍କଲ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା କ୍ଵାଲିଟି ସର୍କଲ ଦଳଙ୍କୁ ଶ୍ରୀ ବାନାର୍ଜୀ ଉତ୍ସବରେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ନିଜର ଉଦବୋଧନରେ ଶ୍ରୀ ବାନାର୍ଜୀ, କାରଖାନାର ଉନ୍ନତିରେ କ୍ଵାଲିଟି ସର୍କଲ କାର୍ଯ୍ୟଧାରା ଓ ସୃଜନଶୀଳ କୌଶଳ ଉପଯୋଗର ମହତ୍ତ୍ଵ ସମ୍ପର୍କରେ ଉଲ୍ଲେଖ କରିଥିଲେ।   

ଉକ୍ତ ପ୍ରତିଯୋଗିତାରେ ସର୍ବମୋଟ ୨୧ଟି quality ସର୍କଲ ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୮ ଟି ଦଳ ବିଜୟୀ ହୋଇଥିଲେ । ପାଇପ ପ୍ଳାଣ୍ଟ ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ଆଶୀଷ ଚକ୍ରବର୍ତ୍ତୀ, ପାଇପ ପ୍ଳାଣ୍ଟ ବିଭାଗର ଡ଼ିଜିଏମ, ଶ୍ରୀ ଏସ ସମଜଦାର, ବିଜିନେସ ଏକ୍ସଲେନ୍ସ ବିଭାଗର ଡ଼ିଜିଏମ, ଶ୍ରୀମତୀ ଚୈତାଳି ଦାସ, CCW ବିଭାଗର ଏଜିଏମ, ଶ୍ରୀ ପି ମିଶ୍ର, ଏୟାର କଣ୍ଡିସନିଙ୍ଗ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ଶ୍ରୀ ପି ସି ପତି ଏବଂ ପିପିସି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର , ଶ୍ରୀ ଅଶୋକ ଜେନାଙ୍କୁ ନେଇ ଗଠିତ ନିର୍ଣ୍ଣାୟକ ମଣ୍ଡଳୀ, ଅଂଶଗ୍ରହଣକାରୀ ଦଳ ଗୁଡିକ ଦ୍ଵାରା ପ୍ରଦର୍ଶିତ ଉପସ୍ଥାପନା ଗୁଡିକର ମୂଲ୍ୟାଙ୍କନ କରିଥିଲେ ।

ବିଜୟ ଲାଭ କରିଥିବା ଦଳ ଗୁଡିକ ହେଲେ ଏସଏମଏସ-୧ ବିଭାଗର ‘ସମାଧାନ’, ନୂତନ ପ୍ଳେଟ ମିଲର ‘ତେଜାସ’, କୋକ ଓଭେନ ବିଭାଗର ‘ବ୍ଲାକ ଡାଏମଣ୍ଡ’, ଏସଏମଏସ-୨ ବିଭାଗର ‘ନବ ନିର୍ମାଣ’, ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ‘ପରିବର୍ତ୍ତନ’, ପାଇପ ପ୍ଳାଣ୍ଟ ବିଭାଗର ‘ଉଡାନ’, ଅକସିଜେନ ପ୍ଳାଣ୍ଟର ‘ଉଦୟ’, ରୋଲ ସପର ‘ବଜ୍ର’, ପ୍ଳେଟ ମିଲର ‘ଡାଇନାମିକ’, ଏସଏମଏସ-୧ର ‘ମିଲନ’, ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ‘ସଂପୂର୍ଣ୍ଣ’, ହଟ ଷ୍ଟ୍ରିପ ମିଲ ବିଭାଗର ‘ଉତ୍କର୍ଷ’, ଇ ଆଣ୍ଡ ଇଏସ ବିଭାଗର ‘କର୍ମଯୋଗୀ’, ଓବିବିପି ବିଭାଗର ‘ସର୍ଜ୍ଜନା’, ପାଇପ ପ୍ଳାଣ୍ଟ (ଏସଡବ୍ଲୁ) ବିଭାଗର ‘ସୃଷ୍ଟି’, ଏସଏମଏସ-୧ ବିଭାଗର ‘ସମୃଦ୍ଧି’, ସିଣ୍ଟର ପ୍ଳାଣ୍ଟ-୨ ବିଭାଗର ‘ପ୍ରଭା’ ଏବଂ  ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ‘ପ୍ରଜ୍ଞା’ ।

ରିସର୍ଚ ଏବଂ କଣ୍ଟ୍ରୋଲ ଲାବୋରେଟୋରୀର ଡ଼ିଜିଏମ, ସୁଶ୍ରୀ ସ୍ଵାତିମାଲ୍ୟା ଚଟ୍ଟୋପାଧ୍ୟାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଳାଷ୍ଟ ଫର୍ଣ୍ଣେସ ବିଭାଗର ସିନିୟର ଟେକନିସିଆନ, ଶ୍ରୀ ଏସ କେ ଲେଙ୍କା  ଧନ୍ୟବାଦ ଜ୍ଞାପନ କରିଥିଲେ। ଆର ଆଣ୍ଡ ସି ଲାବୋରେଟୋରି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ସୁଶ୍ରୀ ଖୁସବୁ ମିଶ୍ର ଉଦଯାପନୀ ଉତ୍ସବ ସଂଯୋଜନା କରିଥିଲେ।  

 

0
0
0
s2sdefault