ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଜୁଏଲ୍ସ ଶୁଭାରମ୍ଭ କରିଛି ମହାଳୟା କଲେକ୍‌ସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରମ୍ପରିକ ଜୁଏଲାରୀର ଆକର୍ଷଣୀୟ ସମ୍ଭାର ଯାହାକି ମହାରାଷ୍ଟ୍ରର କଳା, ସଂସ୍କୃତି ଓ ଐତିହ୍ୟ ଦ୍ୱାରା ଅନୁପ୍ରେରିତ

ଭୁବନେଶ୍ୱର : ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ ପାଇଁ ଜଣାଶୁଣା ଏହି କଲେକ୍‌ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ଓଡ଼ିଶାରୁ ଅନୁପ୍ରେରିତ ହୋଇ ଉତ୍କଳ ଓ ବନାରସରୁ ଅନୁପ୍ରେରିତ ହୋଇ କାସୟମ ଓ କଛରୁ ଅନୁପ୍ରେରିତ ହୋଇ ରନକାର ର ପ୍ରସ୍ତୁତ କରାଯାଇଛି । ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟକୁ ସର୍ବଦା ଏହାର ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ପ୍ରଦର୍ଶିତ କରିଆସିଛି ।
ଚଳିତ ପାର୍ବଣ ଋତୁରେ, ରିଲାଏନ୍‌ସ ଜୁଏଲ୍‌ସ ସୁନା ଓ ହୀରା ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ, “ମହାଲୟା” ର ଶୁଭାରମ୍ଭ କରିଛି ଯାହାକି ମହାରାଷ୍ଟ୍ରର ଗୌରବ ଦ୍ୱାରା ଅନୁପ୍ରେରିତ । ଏହାକୁ ଆଗାମୀ ପାର୍ବଣ ଋତୁକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ମହାଳୟା ନାମଟି ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ । ମହା ର ଅର୍ଥ ହେଉଛି ଉତ୍କୃଷ୍ଟ ଓ ଲୟା ର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ଯାହାକି ମହାରାଷ୍ଟ୍ରର ପ୍ରତ୍ୟେକ ଦିଗରେ ଦେଖା ଯାଇପାରେ ।
ମହାରାଷ୍ଟ୍ରରେ ଅନେକ ଗୁଡ଼ିଏ ଦିଗ ରହିଛି ଯାହାକି ଏହି ଅଂଚଳର ଗୌରବ ଓ ଉତ୍କର୍ଷତାକୁ ଦର୍ଶାଇଥାଏ । ଏହା ଜୀବନର ପ୍ରତ୍ୟେକ ଅଂଶରେ ଓ ସମୃଦ୍ଧ ଐତିହ୍ୟରେ ପରିଲକ୍ଷିତ ହୋଇଥାଏ । ରିଲାଏନ୍‌ସ ଜୁଏଲ୍‌ସ ମହାଳୟା କଲେକ୍‌ସନ ଏହି ପୈଠାନୀର ଚମକ, ୱର୍ଲିଂର ଦୃଶ୍ୟ, ପାହାଡ଼ ଓ ଉପତ୍ୟକାର ସୁନ୍ଦର ଦୃଶ୍ୟ ଗାଡ୍‌ସ ଓ ୱାଡାସର ଆକର୍ଷଣକୁ ରୟାଲ୍ ରିଗାଲିଆ ଆକାରରେ ସଜ୍ଜିତ କରାଯାଇଛି ।
ଗ୍ରାହକମାନେ ସୁନା ଓ ହୀରାର ଆକର୍ଷଣୀୟ ଡିଜାଇନ୍ ପାଇପାରିବେଓ ଏଥିରେ ରହିଛି ଅନେକ ଗୁଡ଼ିଏ ଆକର୍ଷଣୀୟ ସୂକ୍ଷ୍ମ କାରିଗରି ଯାହାକି ଏହିସବୁ ବିଷୟକୁ ସାମିଲ୍ କରିଥାଏ । ଯେତେବେଳେକି ତାଙ୍କର ଡିଜାଇନ୍ ବିଭିନ୍ନ ଅଂଚଳରୁ ଅନୁପ୍ରେରଣା ଗ୍ରହଣ କରିଥାଏ, ଅନ୍ତିମ ଜୁଏଲାରୀ କଲେକ୍‌ସନ ପ୍ରତି ଭାରତୀୟ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।
ଏହି ସ୍ୱତନ୍ତ୍ର ଓ ଆକର୍ଷଣୀୟ ଡିଜାଇନ୍ ସହିତ ମହାରାଷ୍ଟ୍ରର ଐତିହ୍ୟର ସୌନ୍ଦର୍ଯ୍ୟ ଓ ଗୌରବକୁ ପାଳନ କରୁଛି । ରିଲାଏନ୍‌ସ ଜୁଏଲ୍‌ସ ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଏହି ଉତ୍ସବକୁ ପାଳନ କରୁଛି । ଏହି ପାର୍ବଣ ଋତୁକୁ ଗ୍ରାହକମାନଙ୍କ ପାଇଁ ଆହୁରି ଅଧିକ ସ୍ୱତନ୍ତ୍ର କରିବା ପାଇଁ, ବ୍ରାଣ୍ଡ ଏକ ଆକର୍ଷଣୀୟ କଲେକ୍‌ସନର ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନ୍ଦର ନେକଲେସ୍ ସେଟ୍‌, ପେଣ୍ଡେଂଟ ସେଟ୍‌, ମଙ୍ଗଳସୂତ୍ର, ଇୟରିଂ, ରିଙ୍ଗ, ବ୍ରେସଲେଟ୍ ଓ ଚୁଡ଼ି ଯାହାକି ୨୨ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଓ ଏହା ସହିତ ରହିଛି ଆନ୍ତର୍ଜାତିକ ଭାବରେ ପ୍ରମାଣିତ ହୀରା ।
ସୁନାର କଲେକ୍‌ସନ ରେ ଅନେକ ଆକର୍ଷଣୀୟ ସମ୍ଭାର ରହିଛି ଯେଉଁଥିରୁ ଗ୍ରାହକମାନେ ବାଛି ପାରିବେ । ଏଥିରେ ରହିଛି ୨୨ କ୍ୟାରେଟ୍ ସୁନାରେ ଆକର୍ଷଣୀୟ ନେକଲେସ୍ ସେଟ୍ ସହିତ ଇୟରିଂ, ଚୁଡ଼ି, ବ୍ରେସଲେଟ୍ ଓ ମୁଦିର ସୁନ୍ଦର ଡିଜାଇନ୍ ଯାହାକି ମହାରାଷ୍ଟ୍ରର ଐତିହ୍ୟ ଓ ଗୌରବକୁ ପ୍ରଦର୍ଶିତ କରିଥାଏ । ଉତ୍କୃଷ୍ଟ ପର୍ଲ ଓ କଲରଯୁକ୍ତ ଜେମ୍ ଷ୍ଟୋନ୍ ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ ଓ ଲାଲ୍ ଏବଂ ସବୁଜରେ ଏନାମେଲିଂ କାର୍ଯ୍ୟ ଗାଡ୍‌ସ ଓ ୱାଡ୍‌ସର ଅତୁଳନୀୟ ପ୍ରେରଣାକୁ ପ୍ରଦାନ କରିଥାଏ । ଏହା ସହିତ ରହିଛି ରୟାଲ୍ ରେଗାଲିଆ ଯାହାକି ନାରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ଏହି ବ୍ୟାପକ ଶ୍ରେଣୀୟ ଜୁଏଲାରୀ ପ୍ରତି ଅବସର ଓ ବଜେଟ୍ ମଧ୍ୟରେ ରହିଛି ।
ଡାଏମଣ୍ଡ ଡିଜାଇନ୍ ମଧ୍ୟ ମହାଳୟ କଲେକ୍‌ସନରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ମହାରାଷ୍ଟ୍ରର ସଂସ୍କୃତି, ଐତିହ୍ୟ ଓ ସୌନ୍ଦର୍ଯ୍ୟ ପରି ସ୍ୱତନ୍ତ୍ର । ଏହି ଆକର୍ଷଣୀୟ ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ୍ ସେଟ୍‌, ମଙ୍ଗଳସୂତ୍ର, ଚୂଡ଼ି, ବ୍ରେସଲେଟ୍ ଓ ମୁଦି ମହାରାଷ୍ଟ୍ରର ଉତ୍ସାହ ଓ କାରିଗରିକୁ ଅନେକ ଉପାୟରେ ପ୍ରଦର୍ଶିତ କରିଥାଏ । ଏହି ଆକର୍ଷଣୀୟ ନେକଲେସ୍ ସେଟ୍ ୱର୍ଲିଂ କ୍ରାଫ୍‌ଟର ଆଇକନିକ ମୋଟିଫ୍ କୁ ପ୍ରଦର୍ଶିତ କରିଥାଏ ଯାହାକି ହୀରା ସହିତ ଏକ ସ୍ୱତନ୍ତ୍ର ସମାହାର ସୃଷ୍ଟି କରିଥାଏ । ମହାଳୟା କଲେକ୍‌ସନର ଡାଏମଣ୍ଡ କଲେକ୍‌ସନ ହେଉଛି ସ୍ୱତନ୍ତ୍ର କାରଣ ଏହା କଳାର ବିଭିନ୍ନ ପ୍ରକାରକୁ ପ୍ରଦର୍ଶିତ କରିଥାଏ ଯାହାକୁ ରିଲାଏନ୍‌ସ ଜୁଏଲ୍‌ସର ଡିଜାଇନର ମାନେ ପ୍ରସ୍ତୁତ କରିଛନ୍ତି । ଏହି ସୁନ୍ଦର ଅନୁପ୍ରେରଣା ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ ଡିଜାଇନ୍ ପାଇଁ ପ୍ରେରଣା ଯୋଗାଇବ ଓ ଏହା ପାର୍ବଣ ଓ ବିବାହ ଅବସର ପାଇଁ ଏକ ଏକ ସ୍ୱତନ୍ତ୍ର ଲୁକ୍ ପ୍ରଦାନ କରିବ ।
ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ ଭାରତର ଏକ ବ୍ୟାପକ ଓ ସମ୍ମାନଜନକ ଐତିହ୍ୟ ଓ ବିଭିନ୍ନତାରେ ଭରପୂର ସଂସ୍କୃତି ରହିଛି ଯାହାକି ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ଓ ଏହି କାରଣରୁ ଆମେ ସଭିଏଁ ଜଣେ ଭାରତୀୟ ଭାବରେ ଗର୍ବିତ । ଆମେ ଆମର ଏହି ସମୃଦ୍ଧ ଐତିହ୍ୟ, କଳା ଓ କାରିଗରିରୁ ସର୍ବଦା ପ୍ରେରଣା ଗ୍ରହଣ କରିଥାଉ ଓ ଗତ ୩ ବର୍ଷ ଧରି ଅନେକ ଗୁଡ଼ିଏ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରି ଆସୁଛୁ ଯାହାକୁ ଆମର ଗ୍ରାହକମାନେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି । ଚଳିତ ପାର୍ବଣ ଋତୁରେ ଆମର ୬ଷ୍ଠ କଲେକ୍‌ସନ ସହିତ ଏହି ଯାତ୍ରାକୁ ଜାରି ରଖିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଆମର ଇନ-ହାଉସ୍ ଡିଜାଇନର ଟିମ୍ ଓ ବିଶେଷଜ୍ଞମାନେ ଆମର ଐତିହ୍ୟ ଉପରେ ବ୍ୟାପକ ଭାବରେ ଗବେଷଣା କରି ଏହି ଡିଜାଇନ୍ ଓ କଳାକୃତିକୁ ପ୍ରତି ସିଜିନ୍ ପାଇଁ ପ୍ରସ୍ତୁତ କରୁଛନ୍ତି । ଆଗାମୀ ପାର୍ବଣ ଋତୁ ସଭିଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଭରି ଦେବ । ଏହି ଅବସରରେ ଅମେ ଆମର “ମହାଲୟା” କଲେକ୍‌ସନକୁ ଉପସ୍ଥାପିତ କରି ବହୁତ ଉତ୍ସାହିତ ଯାହା ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତି, ବ୍ୟାପକ ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରୁଛି । ସୁନା ଓ ହୀରାର ପ୍ରତି ନେକଲେସ୍‌, ମଙ୍ଗଳସୂତ୍ର, ଇୟରିଂ, ମୁଦି, ବ୍ରେସଲେଟ୍ ଓ ଚୁଡ଼ି ର କଲେକ୍‌ସନ ମହାରାଷ୍ଟ୍ରର ଗର୍ବ ଓ ଗୌରବକୁ କାରିଗରି ମାଧ୍ୟମରେ ଉପସ୍ଥାପିତ କରୁଛି ।
ନୂତନ ଜୁଏଲାରୀ ପିସ୍ ସହିତ ପାଟ୍ରନମାନେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହିରା ଗହଣାର ମୂଲ୍ୟ ଉପରେ ୨୫% ରିହାତି ପାଇପାରିବେ । ଏହି ଅଫର ସୀମିତ ଅବଧି ପାଇଁ ଉପଲବ୍ଧ ରହିଛି ।
ଏହି ଆକର୍ଷଣୀୟ କଲେକ୍‌ସନ ସ୍ୱତନ୍ତ୍ର ଭାବରେ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସ ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ଉପଲବ୍ଧ ଓ ସିଲେକ୍ଟ ରେଞ୍ଜ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍‌ରେ ମିଳିପାରିବ ।

0
0
0
s2sdefault