ହେଡଲାଇନସ୍:

ଆରଏସପି କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳର  ଆଇଏସଓ ପ୍ରମାଣପତ୍ର ବୈଧତା ଜାରି ରଖିବା ପାଇଁ ସୁପାରିସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ ସୁଶାନ୍ତ ବେହେରା :  ଆରଏସପିରେ କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ଆଇଏସଓ ୯୦୦୧: ୨୦୧୫ ଓ  ଆଇଏସଓ ୧୪୦୦୧: ୨୦୧୫ ପରିବେଶ ପରିଚାଳନା ବ୍ୟବସ୍ଥା ଓ କ୍ଵାଲିଟି ପରିଚାଳନା ବ୍ୟବସ୍ଥାର ସର୍ଭେଲାନ୍ସ ଅଡିଟ ଅଗଷ୍ଟ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଟ ମେଷର୍ଷ ବିଭିଆଇଏଲର ଅଡିଟର, ଶ୍ରୀ ବବି ଭାଟିଆ, ଶ୍ରୀ ସି ବି ସିଂହ ଶ୍ରୀ କେ ସି ରୟ, ଶ୍ରୀ ଏସ କେ ଅଖୌରୀ ଏବଂ ଶ୍ରୀ ଏସ ମଜୁମଦାରଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା ।

କାର୍ମିକ ବିଭାଗର ସମ୍ମେଳନ କକ୍ଷଠାରେ ଆୟୋଜିତ ଅଡିଟର ଉଦଯାପନୀ ବୈଠକରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଇଡ଼ି ୱାର୍କ୍ସ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ଏହାର ଉଦଯାପନୀ ବୈଠକରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ, ଶ୍ରୀ ଗୌତମ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ। ଉପରୋକ୍ତ ଦୁଇ ବୈଠକରେ  ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ବାନାର୍ଜୀ ଅଡିଟରମାନଙ୍କୁ ସେମାନଙ୍କ ତୃଟିଶୂନ୍ୟ ଅଡିଟ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କ ଦ୍ଵାରା ଉପସ୍ଥାପିତ ପ୍ରସଙ୍ଗ ଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ଅଧିକ ଉନ୍ନତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଅଡିଟରମାନେ ସିଷ୍ଟମ ମେନେଜମେଣ୍ଟରେ ଆରଏସପିର ପ୍ରୟାସର ବିଶେଷ କରି ନୂତନ ମାନ ମୁତାବକ ଆବଶ୍ୟକତା ପୂରଣ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଉଭୟ କାର୍ଯ୍ୟ ଅଞ୍ଚଳ ଓ ଶିଳ୍ପ ସହରାଞ୍ଚଳ ନିମନ୍ତେ  ଆରଏସପିର ଆଇଏସଓ ପ୍ରମାଣପତ୍ରର ବୈଧତା ଜାରି ରଖିବା ପାଇଁ ସୁପାରିସ କରିଥିଲେ। ସେମାନେ ଅଧିକ ଉନ୍ନତି ସାଧନ ନିମନ୍ତେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। ବିଜିନେସ ଏକ୍ସଲେନ୍ସ ବିଭାଗର ଡ଼ିଜିଏମ, ଶ୍ରୀ ଦେବଦତ୍ତ ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। 

କାର୍ଯ୍ୟ ଅଞ୍ଚଳ ମଧ୍ୟରେ ସିଲିକନ ଷ୍ଟିଲ, ସିଣ୍ଟରିଙ୍ଗ ପ୍ଳାଣ୍ଟ, ସ୍ପେଶାଲ ପ୍ଳେଟ ପ୍ଳାଣ୍ଟ, ପାଇପ ପ୍ଳାଣ୍ଟ ଓ ପରିବେଶ ଇଞ୍ଜିନିୟରିଂ ଆଦି ବିଭାଗ ଉପରେ ଅଡିଟ ପର୍ଯ୍ୟବେଶିତ ହୋଇଥିଲା। ସେହିଭଳି ସହରାଞ୍ଚଳ ମଧ୍ୟରେ ପରିବେଶ ଇଞ୍ଜିନିୟରିଂ ବିଭାଗ, ପାର୍ଶ୍ଵାଞ୍ଚଳ ବିକାଶ ପ୍ରତିଷ୍ଠାନ, ସହର ଇଞ୍ଜିନିୟରିଂ ସିଭିଲ, ଇଲେକ୍ଟ୍ରିକଲ ଓ ଜଳଯୋଗାଣ, ସହରାଞ୍ଚଳ ସହର ଇଞ୍ଜିନିୟରିଂ ଇଲେକ୍ଟ୍ରିକଲ ପର୍ଚ୍ଚେଜ ଆଣ୍ଡ ଷ୍ଟୋର, ସମାଜ ମଙ୍ଗଳ ଓ ଉଦ୍ୟାନକୃଷି ବିଭାଗ ସାମିଲ ଥିଲା ।

 

0
0
0
s2sdefault