ହେଡଲାଇନସ୍:

ଆରଏସପିର ୬୩ ଜଣ ବରିଷ୍ଠ ଅଧିକାରୀ ୨୫ ବର୍ଷ ସେବା ପୂର୍ତ୍ତି ନିମନ୍ତେ ସମ୍ବର୍ଦ୍ଧିତ   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Sushanta Behera/Rourkela  : ରାଉରକେଲା ଇସ୍ପାତ କାରଖାନାର ସିଇଓଙ୍କ କାର୍ଯ୍ୟାଳୟଠାରେ ଅଗଷ୍ଟ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ସିନିୟର ମ୍ୟାନେଜର ଓ ତଦ୍ଦୁର୍ଦ୍ଧ୍ଵ ସ୍ତରର ୬୩ ଜଣ ବରିଷ୍ଠ ଅଧିକାରୀଙ୍କୁ ଦୀର୍ଘ କାଳୀନ ସେବା ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପି କେ ପ୍ରଧାନ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ଦ୍ଦେଶକ, ଡାକ୍ତର ଏସ ଏସ ପତି, ବହୁ ମହାପ୍ରବନ୍ଧକ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

ଏହି ଅବସରରେ ନିଜର ଉଦବୋଧନରେ ଶ୍ରୀ କୁମାର ବରିଷ୍ଠ ଅଧିକାରୀମାନଙ୍କୁ କମ୍ପାନୀରେ ଦୀର୍ଘବର୍ଷର ସମର୍ପିତ ସେବାପ୍ରଦାନ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ। ସମସ୍ତ ଅଧିକାରୀ ବହୁ ପ୍ରମୁଖ ସ୍ଥାନରେ ନିୟୋଜିତ ଥିବା ପରିପ୍ରେକ୍ଷୀରେ ଶ୍ରୀ କୁମାର ସେମାନଙ୍କୁ କାର୍ଯ୍ୟ ନିପୁଣତା ଓ ବିବିଧ ଅଭିଜ୍ଞତା ନିମନ୍ତେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବୈଷୟିକ ଜ୍ଞାନ ଆହରଣ କରିବା ପାଇଁ ଆହ୍ଵାନ ଜଣାଇଥିଲେ। ଏକ ସୁସ୍ଥ ଓ ଆନନ୍ଦମୟ ଜୀବନଧାରଣ ନିମନ୍ତେ ଶ୍ରୀ କୁମାର ସମସ୍ତଙ୍କୁ ନିଜନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ତଥା ନିୟମିତ ଶାରୀରିକ ବ୍ୟାୟାମ କରିବା ଉପରେ ମଧ୍ୟ ବିଶେଷ ଜୋରଦେଇଥିଲେ।

ଏହି ଅବସରରେ ନିଜର ଅବିଭାଷଣରେ ଶ୍ରୀ ପ୍ରଧାନ ବରିଷ୍ଠ ଅଧିକାରୀମାନଙ୍କୁ ସେଲ ଭଳି ମହାରତ୍ନ କମ୍ପାନୀର ସେବାରେ ନିଜର ଜୀବନର ମୂଲ୍ୟବାନ ସମୟ ଅତିବାହିତ କରିଥିବା ତଥା କମ୍ପାନୀର ଯାତ୍ରାପଥର ବିଭିନ୍ନ କାଳରେ ସହଯୋଗ ଓ ସହାୟତା ଯୋଗାଇଦେଇଥିବା ଯୋଗୁଁ ସେମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପିଏଲଓଡ଼ି ବିଭାଗର ଡ଼ିଜିଏମ, ଶ୍ରୀ ରବି ବର୍ମାଙ୍କ ତତ୍ତ୍ଵାବଧାନରେ ମ୍ୟାନେଜର, ଶ୍ରୀ ଏସ ଏସ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

0
0
0
s2sdefault