ହେଡଲାଇନସ୍:

    ଖଣି ମନ୍ତ୍ରଣାଳୟ ସଚିବଙ୍କ ଦ୍ୱାରା ନାଲ୍କୋ ‘ଆଲୟ ୱେୟାର ରଡ୍ ୟୁନିଟ୍’ର ଭିତିପ୍ରସ୍ତର ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦୧୯ ଶେଷ ସୁଦ୍ଧା ହେବ ପ୍ରକଳ୍ପ କାର୍ଯ୍ୟ ସମାପ୍ତ : ଶକ୍ତି ସଂଚାଳନ କ୍ଷେତ୍ରକୁ ମିଳିବ ବିଶେଷ ଲାଭ

ଭୁବନେଶ୍ୱର:ବିଦ୍ୟୁତ  ସଂଚାଳନ କ୍ଷେତ୍ରରେ ଆଲୁମିନିୟମର ଚାହିଦା ବୃଦ୍ଧିକୁ ଲକ୍ଷ୍ୟ ରଖି, ନବରନô ସିପିଏସ୍ଇ ତଥା  ବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା ନାଲ୍କୋ, ଆଲୟ ୱେୟାର ରଡ଼୍ ୟୁନିଟ୍ ପ୍ରସ୍ତୁତ କରିବା ଭଳି ସୁବିଧା ଏହାର ସ୍ମେଲଟର ପ୍ଲାଂଟ ଅନଗୁଳ, ଓଡ଼ିଶାରେ ସ୍ଥାପନ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି । ଅନିଲ ମୁକିମ୍, ଆଇଏଏସ୍, ସଚିବ (ଖଣି), ଭାରତ ସରକାର  ଆନିଷ୍ଠାନିକ  ଭାବେ  (ଭିଡିଓ କନଫରେନ୍ସ) ମାଧ୍ୟମରେ ଭୁବନେଶ୍ୱରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ନାଲକୋର  ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ଶ୍ରୀ ତପନ କୁମାର ଚାନ୍ଦଙ୍କ ଉପସ୍ଥିତିରେ ଏହି ପ୍ରସ୍ତାବିତ ଆଲୟ ୱେୟାର ରଡ଼୍ ନିର୍ମାଣ କାରଖାନାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । 

ଏହି ପ୍ରସ୍ତାବିତ ଆଲୟ ୱେୟାର ରଡ଼୍ ୟୁନିଟ୍ ନିର୍ମାଣ କାରଖାନା ନିମନ୍ତେ ୧୩୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ଏବଂ   ଏହାର ୪୦,୦୦୦ ଟିପିୱାଇ (ଆଲୱେ ଗ୍ରେଡ)/୬୦,୦୦୦ ଟିପିୱାଇ (ଇସି ଗ୍ରେଡ) ବିଶିଷ୍ଟ କ୍ଷମତା ରହିବ । 

ଗତକାଲି ଘୋଷଣା କରାଯାଇଥିବା କମ୍ପାନୀର ପ୍ରଥମ ତ୍ରୈମାସିକ ଫଳାଫଳରେ କମ୍ପାନୀର ଉତମ ପ୍ରଦର୍ଶନ ନିମନ୍ତେ ନାଲ୍କୋ କୁ ସାମୁହିକ ଭାବେ ଅଭିନନ୍ଦନ ଜଣାଇବା ସହ ଶ୍ରୀ ମୁକିମ୍ କହିଥିଲେ ଯେ, ଅଣ-ଲୌହ କ୍ଷେତ୍ରରେ ନାଲ୍କୋ ହେଉଛି ଭାରତର ଏକ ଗର୍ବ ଏବଂ ଆଲୁମିନା ପ୍ରସ୍ତୁତ କ୍ଷେତ୍ରରେ ନାଲ୍କୋ ହେଉଛି ବିଶ୍ୱର ସର୍ବନିମ୍ନ ମୂଲ୍ୟ ବିଶିଷ୍ଟ  ଉତ୍ପାଦନକାରୀ ସଂସ୍ଥା । ସେ ଆହୁରି ମଧ୍ୟ କହିଥିଲେ ଯେ, ନାଲ୍କୋ ପରିଚାଳନା କ୍ଷେତ୍ରରେ ହାସଲ କରିଥିବା ଅଭିବୃଦ୍ଧି ଏବଂ ମୂଲ୍ୟବୋଧ ତାଙ୍କୁ ବେଶ୍ ପ୍ରଭାବିତ କରିପାରିଛି । 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ନବରତ୍ନ କମ୍ପାନୀ ନାଲ୍କୋ ପୂର୍ବ ବର୍ଷ ଚତୁର୍ଥ ତୈ୍ରମାସିକ ରେ ଆୟ କରିଥିବା ୨୫୭ କୋଟି ଟଙ୍କା ତୁଳନାରେ ୧୬୭ ପ୍ରତିଶତ ଅଭିବୃଦ୍ଧି କରି ଚଳିତ ବର୍ଷ ପ୍ରଥମ ତୈ୍ରମାସିକରେ  ୬୮୭ କୋଟି ଟଙ୍କାର ପ୍ୟାଟ୍ ଆୟ କରିଛି  । ପୂର୍ବବର୍ଷର ଅନୁରୂପ ତ୍ରୈମାସିକ ତୁଳନାରେ ମୂଳ ଲାଭାଂଶରେ ୪୩୩ ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହା ୧୨୯ କୋଟି ଟଙ୍କାରୁ ୬୮୭ କୋଟି ଟଙ୍କାରେ ପହଁଚିଛି  । ସେହିପରି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀ ଆଲୁମିନା ଏବଂ ଆଲୁମିନିୟମ୍  ଉତ୍ପାଦନରେ ଯଥାକ୍ରମେ ୧୦.୭୪ ପ୍ରତିଶତ ଏବଂ ୮.୮୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି  ।

ଏହି ଅବସରରେ ନାଲକୋର  ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ  ଡଃ. ତପନ କୁମାର ଚାନ୍ଦ କହିଥିଲେ ଯେ, ସମଗ୍ର ବିଶ୍ୱରେ ମୁଣ୍ଡପିଛା ବ୍ୟବହୃତ ୭ କିଲୋଗ୍ରାମ ଆଲୁମିନିୟମ୍  ଉତ୍ପାଦ ଏବଂ ଚୀନରେ ବ୍ୟବହୃତ ୨୦ କିଲୋଗ୍ରାମ ଆଲୁମିନିୟମ୍  ଉତ୍ପାଦ ତୁଳନାରେ ଭାରତବର୍ଷରେ ମୁଣ୍ଡପିଛା ଆଲୁମିନିୟମ୍ ଉତ୍ପାଦର ବ୍ୟବହାର ୨.୨ କିଲୋଗ୍ରାମ ରହିଛି  । ସାରା ବିଶ୍ୱରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଥିବା ଆମ ଦେଶ ଭାରତ ଆସନ୍ତା ୨ ରୁ ୩ ବର୍ଷର୍ ମଧ୍ୟରେ ଆଲୁମିନିୟମ୍  ଉତ୍ପାଦ ବ୍ୟବହାରରେ ଲମ୍ଫ ପ୍ରଦାନ କରିବ  ।

 ପୁନଃଶ୍ଚ ଡଃ. ଚାନ୍ଦ କହିଥିଲେ ଯେ ଏହା ବ୍ୟତୀତ ସ୍ମାର୍ଟ ସହର, ବୁଲେଟ ଟ୍ରେନ୍, ପ୍ରତି ଘରକୁ ବିଦୁ୍ୟତ୍ ଯୋଗାଣ, ଶକ୍ତି ସମ୍ପନ୍ନ ଅଟୋମୋବାଇଲ୍, ଆଲୁମିନିୟମ ୱାଗନ ଭଳି ଭାରତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ହେତୁ ଭାରତରେ ଆଲୁମିନିୟମ ବ୍ୟବହାର ଚାହିଦା ବୃଦ୍ଧି ପାଇବ,  ଯାହାକି ବର୍ତମାନର ବାର୍ଷିକ ୩.୨ ମିଲିୟନ ଟନ୍ ତୁଳନାରେ ୮ ମିଲିୟନ ଟନ୍ରେ ପହଁଚିବ । 

 

0
0
0
s2sdefault