ହେଡଲାଇନସ୍:

  ରାଉରକେଲା ଇସ୍ପାତ କାରଖାନାର ଦୀପିକା ହସ୍ତ କର୍ଘାରେ ଜାତୀୟ ହସ୍ତତନ୍ତ ଦିବସ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

07-08-18-rsp.jpg - 61.02 kB

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ହ୍ୟାଣ୍ଡଲୁମ ୟୁନିଟ ଦୀପିକା ହସ୍ତ କର୍ଘାରେ ଅଗଷ୍ଟ ୭ ତାରିଖରେ ଜାତୀୟ ହସ୍ତତନ୍ତ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଆରଏସପିର ସିଏସଆର ପ୍ରୟାସ ଅଧୀନରେ ସ୍ଥାପନ ହୋଇଥିବା ଉକ୍ତ ୟୁନିଟକୁ ଇସ୍ପାତ ସହରର ଅଗ୍ରଣୀ ଜନହିତୈଷି ଅନୁଷ୍ଠାନ, ଦୀପିକା ମହିଳା ସଂଘତି ପରିଚାଳନା କରୁଛି। 

ଏହି ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଉତ୍ସବ ପାଳନ ଉପଲକ୍ଷେ ଏକ କେକ କାଟିଥିଲେ।  ଏହି ଅବସରରେ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ, ସିଏସଆର ବିଭାଗର ଡ଼ିଜିଏମ ଇନ ଚାର୍ଜ, ଶ୍ରୀ ପି ଏମ ବେହେରା, ଡ଼ିଏମଏସର ସମ୍ପାଦିକା, ଶ୍ରୀମତୀ ଲୀନା ଦାସ, ପରିଚାଳନା ପରିଷଦର ସଦସ୍ୟାବୃନ୍ଦ ଏବଂ ଦୀପିକା ହସ୍ତ କର୍ଘାର ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖନୀୟ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ୨୦୧୫ ଅଗଷ୍ଟ ୭ ତାରିଖରେ ଚେନ୍ନାଇଠାରେ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଶୁଭାରମ୍ଭ ହୋଇଥିଲା । ୧୯୦୫ ମସିହା ଏହି ଦିନ କୋଲକାତାର ଟାଉନ ହଲଠାରେ ଅନୁଷ୍ଠିତ ଏକ ଗଣବୈଠକରେ ସ୍ଵଦେଶୀ ସାମଗ୍ରୀ ଓ ସ୍ଵଦେଶୀ ପ୍ରକ୍ରିୟାକୁ ସୁଦୃଢ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଭାରତ ସରକାର ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ରୂପେ ପ୍ରତି ବର୍ଷ ପାଳନ ନିମନ୍ତେ ଘୋଷଣା କରିଛନ୍ତି। 

ଦୀପିକା ହସ୍ତ କର୍ଘା କେନ୍ଦ୍ରରେ ହ୍ୟାଣ୍ଡଲୁମ ବୁଣିବା ନିମନ୍ତେ ସମସ୍ତ ଆନୁଷଙ୍ଗିକ ସୁବିଧା ଓ ଯନ୍ତ୍ରୋପକରଣ ଯଥା ପ୍ରି-ଲୁମ, ଫ୍ରେମ-ଲୁମ ତଥା ପିଟ-ଲୁମ ଇତ୍ୟାଦି ଉପଲବ୍ଧ ରହିଛି। ଏଠାରେ ପାର୍ଶ୍ଵାଞ୍ଚଳର ଯୁବତୀମାନେ ହ୍ୟାଣ୍ଡଲୁମ ବୟନର ସୂକ୍ଷ୍ମ କଳା ଶିଖିବା ସହିତ ଏହି ଉତ୍ପାଦଗୁଡିକର ବଜାରରେ ବିକ୍ରି ସମ୍ବନ୍ଧୀୟ ତାଲିମ ଗ୍ରହଣ କରୁଛନ୍ତି । ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକ ମଧ୍ୟରେ କଟନ ଓ ଶିଳ୍କ ଶାଢୀ, ଓଢଣି, ବେଡସିଟ, ରୁମାଲ ଓ ବସ୍ତ୍ର କପଡା ଇତ୍ୟାଦି ସାମିଲ ରହିଛି। ସେକ୍ଟର ୫ ସ୍ଥିତ ପ୍ରମୁଖ ବଜାର ଅଞ୍ଚଳରେ ଏହାର ଏକ ସୋଗ୍ଦରୁମ ସ୍ଥାପନା କରାଯାଇଛି । ଏଠାରେ ଏହି କେନ୍ଦ୍ରର ଉତ୍ପାଦଗୁଡିକ ପ୍ରଦର୍ଶିତ ଓ ବିକ୍ରୀ କରାଯାଉଛି। ଏଥିସହିତ ମହିଳା ଉଦ୍ୟୋଗୀମାନେ ସାରା ଓଡିଶାରେ ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରଦର୍ଶନୀରେ ଭାଗ ନେଇ ସେମାନଙ୍କ ସୂକ୍ଷ୍ମ କଳାକୃତି ସମ୍ପନ୍ନ ବସ୍ତ୍ର ସାମଗ୍ରୀଗୁଡିକର ପ୍ରଦର୍ଶିତ କରିବା ସହିତ ହସ୍ତତନ୍ତର ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି।     

 

0
0
0
s2sdefault