ହେଡଲାଇନସ୍:

ମିଲ୍ଟନ୍ ରକ୍ ବଟଲ୍ ସହ ଷ୍ଟାଇଲ୍ର ସହ ହାଇଡ୍ରେଟେଡ୍ ରୁହନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଚ ତୁଳନାରେ ଭଲ, ଷ୍ଟେନଲେସ  ଅପେକ୍ଷା ବି ଭଲ, ଅନ୍ୟ ଯେ କୌଣସି ପ୍ଲାଷ୍ଟିକ୍ ଠାରୁ ମଧ୍ୟ ଉତ୍ତମ!

ଭୁବନେଶ୍ୱର: ବ୍ୟକ୍ତିଗତ ପାନୀୟ ଜଳ ଚାହିଦା ପାଇଁ ପୁନଃବ୍ୟବହାରକ୍ଷମ ପାଣି ବୋତଲ ବ୍ୟବହାର ଏବେ ବହୁଳ ଭାବେ ବଢ଼ିବାରେ ଲାଗିଛି ଏବଂ ଧୀରେ ଧୀରେ ଏହି ଉପକରଣର ଲୋକପ୍ରିୟତା କାର୍ଯ୍ୟାଳୟ ଯାଏଁ ସମ୍ପ୍ରସାରଣ କଲାଣି । ଲୋକମାନେ ଜାଣିଥିବା ଏବଂ ବିଶ୍ୱାସ ରଖିଥିବା ବ୍ରାଣ୍ଡଠାରୁ ଏଭଳି ଉଚ୍ଚ ମାନର ଉତ୍ପାଦ ଚାହୁଁଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ ‘କୁଛ୍ ନୟା ସୋଚତେ  ହେଁ’ ଆଦର୍ଶରେ ବିଶ୍ୱାସ ରଖୁଥିବା ପ୍ରମୁଖ ବ୍ରାଣ୍ଡ ‘ମିଲ୍ଟନ୍’ ଏକ ପରିବେଶ ଅନୁକୂଳ, ଷ୍ଟାଇଲିସ୍, ସୁପରିୟର୍ ଗୁଣବତ୍ତାର ପ୍ଲାଷ୍ଟିକ୍ ପାଣି ବୋତଲ- ରକ୍ ବଟଲର ବଜାର ପ୍ରବେଶ କରାଇଛି । ଏହା କେବଳ ଭାଙ୍ଗିହେବନି ତାହା ନୁହେଁ ବରଂ ସ୍କ୍ରାଚ୍, ଦାଗ ଓ ଦୁର୍ଗନ୍ଧ ରହିତ ମଧ୍ୟ । ଏହି ନୂଆ ସାମଗ୍ରୀ ସ୍ୱତନ୍ତ୍ର ଭାବେ ୨୦୧୭ ସେପ୍ଟେମ୍ବର ୨୦ରୁ ୨୫ ମଧ୍ୟରେ ଆମାଜନରେ ଉପଲବ୍ଧ ହେବ ।

 

ରକ୍ ବଟଲର ସବୁଠାରୁ ପ୍ରତିଶ୍ରୁତିବଦ୍ଧ ବୈଶିଷ୍ଟ୍ୟ ହେଉଛି ଏହା ୯୫ ଡିଗ୍ରୀ ସେଲସିଏସ ୪୦ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ଉଭୟ ଗରମ ଓ ଥଣ୍ଡା ପାନୀୟ ଧାରଣ କରିପାରିବ, ଯାହାକି ପ୍ଲାଷ୍ଟିକ୍ ବୋତଲ କ୍ଷେତ୍ରରେ ବେଶ୍ ବିରଳ । ଏହା ଇଷ୍ଟମାନ୍ (ୟୁଏସ୍ଏ) ଦ୍ୱାରା ୧୦୦% ଟକ୍ସିନ୍ ମୁକ୍ତ ଟ୍ରିଟାନ୍ କୋ-ପଲିଷ୍ଟର୍ରେ ତିଆରି ଏବଂ ଦୀର୍ଘସ୍ଥାୟୀ । ଏହାର ଏକକ ଆକର୍ଷକ ଡିଜାଇନ୍ ତଥା ଗ୍ରୀପ୍ ସହ ଫୁଡ୍ ଗ୍ରେଡ୍ ସିଲିକନ୍ ଲିକ୍-ପ୍ରୁଫ୍ ଲିଡ୍ ବୋତଲକୁ ବେଶ୍ ଆରାମଦାୟକ କରିଛି । ସେହିଭଳି ଏଥିରେ ପୁସ୍ ବଟନ୍ ସିପ୍ ଲିଡ୍ ସହ ସେଫ୍ଟି ଲକ୍ ରହିଛି ଯାହାକି ଖୋଲିବାକୁ ସହଜ ଏବଂ ସ୍ୱାସ୍ଥ୍ୟକର ମଧ୍ୟ । କେବଳ ସେତିକି ନୁହେଁ! ଏହି ବୋତଲରୁ ପାଣି ପିଇବା ସୁବିଧାଜନକ ହୋଇଥିବା ବେଳେ ବେଶ୍ ହାଲୁକା ହୋଇଥିବାରୁ ଯେକୌଣସି ସ୍ଥାନକୁ ଏହା ବୋହିକି ନେବା ମଧ୍ୟ ସହଜ । 

 

ଏହାବ୍ୟତୀତ ଏହି ବୋତଲ ସମ୍ପୂର୍ଣ୍ଣ ଭାବେ ଡିସ୍ୱାସର୍ ଅନୁକୂଳ ଏବଂ ଏହା ନିଜର ଔଜଲ୍ୟ, ଚମକ ଓ ରଙ୍ଗ ହରାଇବ ନାହିଁ । ଏହା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ, ୧୦୦% ପୁନଃନବୀକରଣକ୍ଷମ ଏବଂ ବିପିଏ, ବିପିଏସ୍ ଓ ଅନ୍ୟ ବିସ୍ଫେନଲ୍ଠାରୁ ସ୍ୱାସ୍ଥ୍ୟ ନିରାପଦ । ଏହାଛଡ଼ା ଟ୍ରିଟାନ୍ ଏହାକୁ ଚାରିଟି ଥାର୍ଡ ପାର୍ଟି ଲାବ୍ ଦ୍ୱାରା ପରୀକ୍ଷା କରାଇଛି ଏବଂ ଏହା ଏଷ୍ଟେ୍ରାଜେନିକ୍ ଓ ଆଣ୍ଡେ୍ରାଜେନିକ୍ କାର୍ଯ୍ୟକଳାପ (ଇଏ-ମୁକ୍ତ)ଠାରୁ ମୁକ୍ତ ବୋଲି ଦର୍ଶାଇଛନ୍ତି । 

 

ଏ ସମସ୍ତ ବୈଶିଷ୍ଟ୍ୟ ମିଳିତ ଭାବେ ଏହି ବୋତଲକୁ ଏକ ନୂଆ ପିଢ଼ିର ବୋତଲ ଓ ଫିଟ୍ନେସ୍ ଉପକରଣରେ ପରିଣତ କରିଛି । ଏଣୁ ଆଗେଇ ଚାଲନ୍ତୁ, ରକ୍ ବଟଲ୍ ସହାୟତାରେ ଅଧିକ ପାଣି ପିଅନ୍ତୁ ଏବଂ ନିଜ ଜଳ ପାନୀୟ ଲକ୍ଷ୍ୟକୁ ପୂରଣ କରନ୍ତୁ । ୭୫୦ ମିଲିଲିଟରର ବିକଳ୍ପରେ ଉପଲବ୍ଧ ଏହି ଉତ୍ପାଦର ମୂଲ୍ୟ ୨୪୬ ଟଙ୍କା ରହିଛି ଏବଂ ଏହା ଭାରତର ପ୍ରମୁଖ ସହରରେ ଉପଲବ୍ଧ ।

 

0
0
0
s2sdefault