ହେଡଲାଇନସ୍:

ଟାଟା ଷ୍ଟିଲ ମାଇନିଂର ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ପ୍ରମାଣପତ୍ର ହାସଲ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର,: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) କୁ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ଚଳିତ ମାସଠାରୁ ଆରମ୍ଭ ହୋଇ ଗୋଟିଏ ବର୍ଷ ପାଇଁ କାର୍ଯ୍ୟ କରିବାର ଶ୍ରେଷ୍ଠ ସଂସ୍ଥା ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ମାନବ ସମ୍ବଳ ବିବିଧତା ଓ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହିତ କମ୍ପାନୀ ପକ୍ଷରୁ ଏକ କର୍ମଚାରୀ ଅନୁକୁଳ ପରିବେଶକୁ ଅଧିକ ସୁଦୃଢ କରିବା ଦିଗରେ ଅନେକ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ଦିଗରେ କମ୍ପାନୀ ତରଫରୁ କ୍ୟାରିୟରରେ ଅଗ୍ରଗତି, ପୁରସ୍କାର ଓ ସ୍ୱୀକୃତି, ଉଚ୍ଚ ଶିକ୍ଷା ପାଇଁ ସହାୟତା ଏବଂ କୌଣସି ପକ୍ଷପାତ କିମ୍ବା ଭେଦଭାବ ବିନା ଅଭିଯୋଗ ସମାଧାନ ପ୍ରକ୍ରିୟା ପାଇଁ ସ୍ୱତନ୍ତ୍ର କମିଟି ଗଠନ ଭଳି ଅନେକ କର୍ମଚାରୀ ଅନୁକୁଳ ନୀତିଗୁଡ଼ିକ ଗ୍ରହଣ କରାଯାଇଛି ।
ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ଇନ୍‌ଷ୍ଟିଚ୍ୟୁଟ୍‌କୁ ଧନ୍ୟବାଦ ଜଣାଇ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ପ୍ରତିଷ୍ଠିତ ପ୍ରମାଣପତ୍ର ପାଇ ଆମେ ଅତ୍ୟନ୍ତ ଖୁସି ଓ ସମ୍ମାନିତ । ଏକ ସମାନ ସୁଯୋଗ ପ୍ରଦାନ କରୁଥିବା ନିଯୁକ୍ତିଦାତା ଭାବରେ ଏହା ଏକ କର୍ମଚାରୀ କେନ୍ଦ୍ରିକ ଏବଂ ଏକ ସୁସ୍ଥ ଓ ବିବିଧ କାର୍ଯ୍ୟ ସଂସ୍କୃତିର ପ୍ରସାର ଦିଗରେ ଆମର ପ୍ରତିବଦ୍ଧତାକୁ ପୁନଃ ପରିଭାଷିତ କରୁଛି । ଆମେ ନିଜ କର୍ମଚାରୀମାନଙ୍କୁ ସର୍ବଶ୍ରେଷ୍ଠ ସମ୍ପତ୍ତି ରୂପେ ଗ୍ରହଣ କରିଆସିଛୁ । ଏହାସହିତ ଆମ ସଂସ୍ଥାରେ ଯୋଗ ଦେବା ପାଇଁ ଦିବ୍ୟାଙ୍ଗ ବ୍ୟକ୍ତି, ଏଲ୍‌ଜିବିଟି+ କିମ୍ବା ଅନ୍ୟ କୌଣସି ସ୍ୱଳ୍ପ ପ୍ରତିନିଧିତ୍ୱ ଗୋଷ୍ଠୀ ସମେତ ବିବିଧ ପୃଷ୍ଠଭୂମିର ଲୋକମାନଙ୍କୁ ଉତ୍ସାହିତ କରୁଛୁ ।
ଏହି ପ୍ରମାଣପତ୍ର ପାଇ ନିଜର ଖୁସି ପ୍ରକାଶ କରିବା ସହିତ କମ୍ପାନୀର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଶତପଥୀ କହିଛନ୍ତି ଯେ, “ହୃଦୟର ସହିତ କାର୍ଯ୍ୟ ସମ୍ପାଦନା କରୁଥିବା ନିଜ କର୍ମଚାରୀଙ୍କୁ ନେଇ ଆମେ ଗର୍ବିତ । ଏହି ପ୍ରମାଣପତ୍ର ଆମ କର୍ମଚାରୀମାନଙ୍କୁ ନିଜ କ୍ଷମତାନୁସାରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଏହାସହିତ ଆମ ଅନୁଷ୍ଠାନ ପ୍ରତିଷ୍ଠା ହେବାଠାରୁ ଖୁବ କମ ସମୟ ମଧ୍ୟରେ ଆମେ ହାସଲ କରିଥିବା ବିଶ୍ୱାସକୁ ପୁନଃ ସ୍ଥାପନ କରିଛି ।

0
0
0
s2sdefault