ହେଡଲାଇନସ୍:

ଜେଏସଏଲ-ଜେଏସଏଚଏଲ ମିଶ୍ରଣ ପ୍ରକ୍ରିୟାକୁ ଉଲ୍ଲେଖନୀୟ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଂଶୀଦାରଙ୍କ ବୈଠକ ଆହ୍ୱାନ କରିବାକୁ ଏନସିଏଲଟି, ଚଣ୍ଡିଗଡଙ୍କ ଆଦେଶ

ଭୁବନେଶ୍ୱର: ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଲିମିଟେଡ ଏବଂ ଜିନ୍ଦଲ ଷ୍ଟେନଲେସ (ହିସାର) ଲିମିଟେଡ ମଧ୍ୟରେ ମିଶ୍ରଣ ଯୋଜନାକୁ ଅନୁମୋଦନ କରିବା ସକାଶେ ଦୁଇ କମ୍ପାନୀର ଅଂଶୀଦାର ଓ ଋଣ ପ୍ରଦାନକାରୀଙ୍କର ବୈଠକ ଡକାଇବାକୁ ମାନନୀୟ ଜାତୀୟ କମ୍ପାନୀ ଲ’ଟ୍ରିବ୍ୟୁନାଲ (ଏନସିଏଲ୍‍ଟି) ଚଣ୍ଡିଗଡ ପୀଠ, ୨୦୨୨ ଫେବୃଆରୀ ୨୫ ତାରିଖରେ ଫାଷ୍ଟ ମୋସନ ପିଟିସନର ଶୁଣାଣି କରି ଏକ ବିସ୍ତୃତ ଆଦେଶନାମା ପ୍ରକାଶ କରିଛନ୍ତି । ୨୦୨୦ ଡିସେମ୍ବରରେ ଜେଏସଏଲ୍‍ ଏବଂ ଗ୍ରୁପ୍‍ କମ୍ପାନୀସମୂହର ବୋର୍ଡ ମିଶ୍ରଣ ଯୋଜନାକୁ ଅନୁମୋଦନ କରିବା ପରେ ୨୦୨୧ ମାର୍ଚ୍ଚରେ ଏନସିଏଲ୍‍ଟିରେ ଫାଷ୍ଟ ମୋସନ ପିଟିସନ ଦାଏର କରାଯାଇଥିଲା ।
ଏହି ଘଟଣାକ୍ରମ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଅଭ୍ୟୁଦୟ ଜିନ୍ଦଲ, ପରିଚାଳନା ନିର୍ଦ୍ଦେଶକ, ଜିନ୍ଦଲ ଷ୍ଟେନଲେସ୍‍ କହିଛନ୍ତି, “ଏନସିଏଲ୍‍ଟି ପକ୍ଷରୁ ଏଭଳି ଆଦେଶ ଆଶାରେ ଆମେମାନେ ଅପେକ୍ଷା କରିଥିଲୁ । ପୀଠଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶ ଅନୁଯାୟୀ ଧାର୍ଯ୍ୟ ସମୟ ମଧ୍ୟରେ ପଦ୍ଧତିଗତ ଆବଶ୍ୟକତା ପୂରଣ କରିବାକୁ କାର୍ଯ୍ୟ ପୂର୍ଣ୍ଣ ପ୍ରାଣରେ ଆଗେଇ ଚାଲିଛି । ଆମର ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ମିଶ୍ରିତ କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୨୦୨୩ ଆର୍ଥିକ ବର୍ଷ ସୁଦ୍ଧା ୨.୯ ନିୟୁତ ଟନ୍‍ ହେବ ଏବଂ ଏହା ଆମକୁ ବିଶ୍ୱର ଶୀର୍ଷ ହାତଗଣତି ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ କମ୍ପାନୀ ଗୋଷ୍ଠୀରେ ସ୍ଥାନିତ କରିବ ।” ଉଦ୍ଦିଷ୍ଟ ତାରିଖ ୨୦୨୦ ଏପ୍ରିଲ ୧ ତାରିଖରୁ ମିଶ୍ରଣ କାର୍ଯ୍ୟକାରୀ ହେବ । ଏନ୍‍ସିଏଲଟିଙ୍କର ସାମ୍ପ୍ରତିକ ଆଦେଶ ପରିପ୍ରେକ୍ଷୀରେ କମ୍ପାନୀ ସମୁଦାୟ ମିଶ୍ରଣ ପ୍ରକ୍ରିୟା ୨୦୨୨-୨୦୨୩ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଶେଷ ହେବା ଆଶା କରୁଛି । ମିଶ୍ରିତ ଉଦ୍ୟୋଗର ୨୦୨୧-୨୨ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ନିମନ୍ତେ ଷ୍ଟାଣ୍ଡଆଲୋନ୍‍ ପ୍ରୋଫର୍ମା ରାଜସ୍ୱ ପରିମାଣ ୮୮୮୦ କୋଟି ଟଙ୍କା ଏବଂ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଷ୍ଟାଣ୍ଡଆଲୋନ୍‍ ପ୍ରୋଫର୍ମା ରାଜସ୍ୱ ୨୨,୮୯୬ କୋଟି ଟଙ୍କା ହୋଇଛି । ସେହିଭଳି ଏହି ସମୟରେ ଇବିଆଇଟିଡିଏ ଯଥାକ୍ରମେ ୧୨୬୨ କୋଟି ଟଙ୍କା ଓ ୩୪୪୪ କୋଟି ଟଙ୍କା ହୋଇଛି ।
ଜେଏସଏଚ୍‍ଏଲ ଏବଂ ଜେଏସ୍‍ଏଲର ମିଶ୍ରଣରେ ଏକ ବୃହତ ଷ୍ଟେନଲେସ ଷ୍ଟିଲ ମିଳିତ ଉଦ୍ୟୋଗ ସୃଷ୍ଟିହେବ, ଯାହା ଜିନ୍ଦଲ ଷ୍ଟେନଲେସ୍‍କୁ ସାମ୍ପ୍ରତିକ ଉତ୍ପାଦନ କ୍ଷମତା ଦୃଷ୍ଟିରୁ ମଧ୍ୟ ବିଶ୍ୱର ଶୀର୍ଷ ୧୦ଟି ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀଙ୍କ ମଧ୍ୟରେ ସ୍ଥାନିତ କରିବ । ମିଳିତ ଉଦ୍ୟୋଗର ୧୨୦ରୁ ଅଧିକ ଷ୍ଟେନଲେସ ଷ୍ଟିଲ ଗ୍ରେଡ ସମ୍ବଳିତ ବହୁବିଧ ବ୍ୟବହାରଯୋଗ୍ୟ ଉତ୍ପାଦ ବର୍ଗ ରହିବ, ଯାହା ସମସ୍ତ ଶ୍ରେଣୀର ଗ୍ରାହକଙ୍କ ନିକଟରେ ସବୁ ସ୍ତରରେ ପହଞ୍ଚିବ । ଜେଏସ୍‍ଏଲ ମୁଖ୍ୟତଃ ଅଧିକ ପରିମାଣର ଷ୍ଟେନଲେସ ଷ୍ଟିଲ ଉତ୍ପାଦ ଉପରେ ଦୃଷ୍ଟିନିବଦ୍ଧ କରିବା ସହିତ ରେଳବାଇ, ସ୍ଥାପତ୍ୟ, ଯାନବାହନ ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରକୁ ଉତ୍ପାଦ ଯୋଗାଇଦେଉଥିବାବେଳେ ଜେଏସ୍‍ଏଚଏଲ ଅଧିକ ଲାଭ ଉପାର୍ଜନକାରୀ ଉତ୍ପାଦ ପ୍ରଭାଗ ଉପରେ ଦୃଷ୍ଟିନିବଦ୍ଧ କରୁଛି ଏବଂ ଏହା ପ୍ରିସିସନ ଷ୍ଟ୍ରିପ୍‍, ରେଜର ବ୍ଲେଡ ଏବଂ କଏନ୍‍ ବ୍ଲାଙ୍କ ଏବଂ ଅନ୍ୟ ମୁଖ୍ୟମୁଖ୍ୟ କ୍ଷେତ୍ରକୁ ସକ୍ରିୟ ଭାବରେ ଉତ୍ପାଦ ଯୋଗାଉଛି । ଜେଏସ୍‍ଏଲର ବନ୍ଦର ଏବଂ କଞ୍ଚାମାଲ ସୁଲଭ୍ୟତା ସହିତ ଜେଏସଏଚ୍‍ଏଲର ମୁଖ୍ୟ ମୁଖ୍ୟ ଘରୋଇ ବ୍ୟବହାରକାରୀ କେନ୍ଦ୍ରଗୁଡିକରେ ରଣକୌଶଳାତ୍ମକ ଦୃଷ୍ଟିରୁ ରହିଥିବା ସୁବିଧା ଉନ୍ନତ ପରିଚାଳନାଗତ ମିଳିତ ପ୍ରୟାସକୁ ଆଗେଇନେବ । ଏତଦ୍‍ବ୍ୟତୀତ ଗୋଟିଏ କମ୍ପାନୀ ଭାବରେ ଏହାର ସରଳୀକୃତ ପୁଞ୍ଜି ବ୍ୟବସ୍ଥା, ମଜଭୁତ ଆୟବ୍ୟୟ ହିସାବ ଫର୍ଦ୍ଦ ଏବଂ ମିଳିତ ଉତ୍ପାଦବର୍ଗ ଅନୁପାତ ବଜାୟ ରହିପାରିବ । ଏହା ଆର୍ଥିକ ନମନୀୟତା ସ୍ଥିତିରେ ଉନ୍ନତି ଆଣିବା ସହିତ ସମସ୍ତ ଅଂଶୀଦାରଙ୍କ ପାଇଁ ଅଧିକ ମୂଲ୍ୟ ଆଣିଦେବ ।

0
0
0
s2sdefault