ହେଡଲାଇନସ୍:

ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ 

          Sushant Behera/ Rourkela : ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲର ଏକ ବିଭାଗୀୟ ଦଳ ଫିନିସିଙ୍ଗ ମିଲରେ ସୂଚାରୁ ରୋଲିଙ୍ଗ ସମ୍ପନ୍ନ କରିବା ନିମନ୍ତେ ଆବଶ୍ୟକୀୟ ରୋଲ କୁଲିଙ୍ଗ ୱାଟରର ଅନବରତତା ସୁନିଶ୍ଚିତ କରିବା ପାଇଁ ସଫଳତା ସହକାରେ ଏକ ଅଟୋମେଟେଡ ମନିଟରିଙ୍ଗ ବ୍ୟବସ୍ଥାର ଆଂଶିକ ପରିବର୍ତ୍ତନ ଓ ସ୍ଥାପନା କରିଛନ୍ତି।

            ଉଲ୍ଲେଖନୀୟ ଯେ, ଆବଶ୍ୟକୀୟ ପ୍ରେସର ଯୁକ୍ତ ରୋଲ କୁଲିଙ୍ଗ ୱାଟରର ଅନବରତ ପ୍ରବାହ ଫିନିଶିଙ୍ଗ ମିଲରେ ସୂଚାରୁ ରୋଲିଙ୍ଗ ନିମନ୍ତେ ଅପରିହାର୍ଯ୍ୟ ଅଟେ। ଏଥିପୂର୍ବରୁ ଏକମାତ୍ର ଉପାୟ ରୂପେ ଏକ ଲମ୍ବା ବ୍ୟବଧାନରୁ ଅପରେଟରଙ୍କର ନିରୀକ୍ଷଣ ଦ୍ଵାରା ଆକାଙ୍ଖିତ ରୋଲ କୁଲିଙ୍ଗ ସୁନିଶ୍ଚିତ ହେଉଥିଲା । ଅନ୍ୟଥା ରୋଲ ବ୍ରେକେଜ ଅଥବା ରୋଲ ଷ୍ଟପେଜ ତଥା ଉତ୍ପାଦନ ବ୍ୟାଘାତର ସମ୍ଭାବନା ରହୁଥିଲା ।

            ବିଭାଗର ସିନିୟର ଟେକନିସିଆନ, ଶ୍ରୀ ଡ଼ି ମିଞ୍ଜ ଏବଂ ଶ୍ରୀ ଡ଼ି ଷଡଙ୍ଗୀ, ଆସିଷ୍ଟାଣ୍ଟ ରୋଲର, ଶ୍ରୀ ବି ହେମ୍ବ୍ରମ ଓ ଶ୍ରୀ ଏଚ ଦାସ ବିଭାଗର ଏଜିଏମ, ଶ୍ରୀ ଏନ ଆର ସାହୁ ଏବଂ ଡ଼ିଜିଏମ, ଶ୍ରୀ ଆର କେ ମୁଦୁଲିଙ୍କ ତତ୍ତ୍ଵାବଧାନରେ ଏହି ବ୍ୟବସ୍ଥାରେ ଉନ୍ନତି ସାଧନର ଆହ୍ଵାନମୂଳକ କାର୍ଯ୍ୟକୁ ହାତକୁ ନେଇଥିଲେ।

            ପୂର୍ବରୁ ଜଳର ଚାପ ବର୍ଗସେଣ୍ଟିମିଟର ପିଛା ୪ କିଲୋଗ୍ରାମରୁ ହ୍ରାସ ପାଇଲେ ଫଲ୍ଟ ସୃଷ୍ଟି ହେଉଥିଲା। ବର୍ତ୍ତମାନ ଉକ୍ତ ଦଳ ଦ୍ଵାରା ହେଡର ନୋଜାଲର ପ୍ରବେଶ ଓ ପ୍ରସ୍ଥାନରେ ଚାପ ପରିଚାଳନା ନିମନ୍ତେ ଅପରେଟର କ୍ୟାବିନ ପିଏଲସି ଇନପୁଟରେ ଲାଇଟ ଇଣ୍ଡିକେଟର ଓ ଆଲାର୍ମ ବ୍ୟବସ୍ଥା କରାଯାଇଛି । ଏହାକୁ ନିଜସ୍ୱ ସମ୍ବଳର ଉପଯୋଗ ପୂର୍ବକ ବିକାଶ ସାଧନ କରାଯାଇଛି। ସମ୍ପ୍ରତି ଚାପରେ ହ୍ରାସ ଘଟିଲେ ଲାଇଟ ଓ ସାଉଣ୍ଡ ସିଗନାଲ ସୃଷ୍ଟି କରୁଛି ଏବଂ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସତର୍କ କରାଉଛି ।

            ଏହି ବ୍ୟବସ୍ଥା ସହିତ ରୋଲ ବ୍ରେକେଜ, ଫାୟାର କ୍ରାକ, ରୋଲ ଓଭରହିଟିଙ୍ଗ ଏବଂ ସ୍ମଲ ମାର୍କ ଆଦି କମ ହୋଇପାରିଛି ତଥା ରୋଲ ଲାଇଫରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଉତ୍ପାଦର ମାନରେ ଉନ୍ନତି ଘଟିବା ସଙ୍ଗେସଙ୍ଗେ କାରଖାନାର ଲାଭାର୍ଜ୍ଜନତାରେ ବୃଦ୍ଧି ଘଟିଛି ।

0
0
0
s2sdefault