ହେଡଲାଇନସ୍:

ଆରଏସପିରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ରୋଶନି କର୍ମଶାଳା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-07-18-rsp.jpg - 59.45 kB

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ନିମନ୍ତେ ଦୁଇ ଦିନିଆ କର୍ମଶାଳା, “ରୋଶନି- ଏକ ନୂତନ ଦିଗନ୍ତର ଅୟମାରମ୍ଭ” ଏଚଆରଡ଼ି ସେଣ୍ଟର ଠାରେ ଜୁଲାଇ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ  ୨୦୧୮ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅବସର ଗ୍ରହଣ କରୁଥିବା କାରଖାନାର ବିଭିନ୍ନ ବିଭାଗର ୧୦୩ ଜଣ କର୍ମଚାରୀ ଭାଗନେଇଥିଲେ । 

ଉକ୍ତ କର୍ମଶାଳାକୁ କୋକ ଓଭେନ ଓ କୋଲ କେମିକଲ ବିଭାଗର ଜିଏମ, ଶ୍ରୀ ବିଶ୍ଵଜିତ ପଟ୍ଟନାୟକ ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ  ଅର୍ଥ ବିଭାଗର ଡ଼ିଜିଏମ, ଶ୍ରୀ ଜି ଏସ ଦାସ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ।

ଏହି ଦୁଇ ଦିନିଆ କର୍ମଶାଳାର ବିଭିନ୍ନ ଅଧିବେଶନରେ କର୍ମଚାରୀମାନଙ୍କର ଅବସର ପରବର୍ତ୍ତୀ ଜୀବନକୁ ସୁରୁଖୁରୁରେ ପ୍ରବେଶ ପାଇଁ ମନସ୍ତତ୍ତ୍ଵ, ସୁନିଶ୍ଚିତ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ତଥା ସୁସ୍ଥ ଜୀବନଧାରଣ, ସୂଚାରୁ ଫାଇନାଲ ସେଟଲମେଣ୍ଟ ପାଇଁ ବ୍ୟବସ୍ଥା, ଆର୍ଥିକ ସୁରକ୍ଷା ଯୋଜନା ଏବଂ ଉଦ୍ୟାନରେ ରୁଚି ଦ୍ଵାରା ବ୍ୟକ୍ତିଗତ ଜୀବନକୁ ଆନନ୍ଦମୟ ଗଢିବା ସନ୍ଦର୍ଭରେ ଉପସ୍ଥାପନା ମାନ ପ୍ରସ୍ତୁତ ହୋଇଥିଲା । 

ଏତଦବ୍ୟତୀତ ଚଳିତ ଥର ତାତ୍ପର୍ଜ୍ୟପୂର୍ଣ୍ଣ ଜୀବନ ଧାରଣ ପାଇଁ ସାମଗ୍ରିକ ପ୍ରୟାସ ଅଧିବେଶନରେ କର୍ମଚାରୀମାନଙ୍କୁ ଜୀବନସାଥିଙ୍କ ସହିତ ଇସ୍ପାତ ଷ୍ଟାଡିୟମ ଠାରେ ଏକ ଯୋଗ ଅଧିବେଶନରେ ସାମିଲ କରାଯାଇଥିଲା। 

କାର୍ଯ୍ୟକ୍ରମ ଅବସରରେ ‘ସେଲ ପରିବାର’ ନାମକ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆରଏସପିରେ ସେମାନଙ୍କର ଅଭିଜ୍ଞତା ଏବଂ ନିଜର ସହକର୍ମୀଙ୍କ ବିଷୟରେ ଲିପିବଦ୍ଧ କରିବା ପାଇଁ ଅନୁରୋଧ କରାଯାଇଥିଲା। ଅବସର ପରେ ମଧ୍ୟ ପରସ୍ପର ମଧ୍ୟରେ ସମ୍ପର୍କକୁ ବଜାୟ ରଖି  ସେଲ ପରିବାର ସୂତ୍ରରେ ବାନ୍ଧିରହିବା ଏହି ପ୍ରୟାସର ଲକ୍ଷ୍ୟ ରହିଛି। କାର୍ମିକ ବିଭାଗର ସିନିୟର ମ୍ୟାନେଜର, ଶ୍ରୀ ଏସ ବଡପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ତ୍ରୟୋମାସରେ ଅନୁରୂପ କର୍ମଶାଳା ଅନୁଷ୍ଠିତ ହେଉଛି । 

 

0
0
0
s2sdefault