ହେଡଲାଇନସ୍:

ହଟ ଷ୍ଟ୍ରିପ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ସାଧନ ନିମନ୍ତେ ଏମଆରଡ଼ି ବିଭାଗର ପ୍ରଶଂସନୀୟ ପ୍ରୟାସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

18-07-18-MRD-1.jpg - 72.42 kB

ରାଉରକେଲା/ ସୁଶାନ୍ତ ବେହେରା : ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗରୁ କଏଲ ଚାଲାଣକୁ ସୂଚାରୁ କରିବା ନିମନ୍ତେ ମେଟେରିଆଲ ରିକଭରୀ ବିଭାଗ ହଟ ଷ୍ଟ୍ରିପ ମିଲ ବିଭାଗର ରାସ୍ତାପାର୍ଶ୍ଵର ବିଭିନ୍ନ ସ୍ଥାନରେ ପଡିରହି ଯାନବାହନର ମୁକ୍ତ ଯାତାୟାତରେ ବାଧା ସୃଷ୍ଟି କରୁଥିବା ବହୁ ପରିମାଣର ସ୍କ୍ରାପ ନିଷ୍କାସନର ଆହ୍ଵାନମୂଳକ କାର୍ଯ୍ୟ ଗ୍ରହଣ କରିଥିଲା । ଏହି ପ୍ରୟାସର ଫଳ ସ୍ୱରୂପ ରାସ୍ତାଗୁଡିକ ପ୍ରଶସ୍ତ ହେବା ସହିତ ଯାନବାହାନ ଯାତାୟାତ ଓ ସୁରକ୍ଷାରେ ଉନ୍ନତି ଆଣିପାରିଥିଲା। ଏହି ପ୍ରୟାସ ଅନ୍ତର୍ଗତ ଏମଆରଡ଼ି ବିଭାଗ ହଟ ଷ୍ଟ୍ରିପ ମିଲ ବିଭାଗରେ ହାଉସକିପିଙ୍ଗରେ ଉନ୍ନତି ଆଣିବାରେ ମଧ୍ୟ ସହଯୋଗ କରିଥିଲା। ଏହି ସଫଳତାରେ ଉତ୍ସାହିତ ଏମଆରଡ଼ି ବିଭାଗ ସମ୍ପ୍ରତି ବିଭିନ୍ନ ବିଭାଗ ଓ ସପ୍ସରେ ହାଉସକିପିଙ୍ଗରେ ଅଧିକ ଉନ୍ନତି ଆଣିବା କ୍ଷେତ୍ରରେ ନିଜର ସହଯୋଗ ପ୍ରଦାନ କରୁଛି ।

ସୂଚନାଯୋଗ୍ୟ ଯେ, କଏଲ ଚାଲାଣରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ସ୍ଥାନରେ ପଡି ରହିଥିବା ସ୍କ୍ରାପ ନିଷ୍କାସନ କରିବା ନିମନ୍ତେ ହଟ ଷ୍ଟ୍ରିପ ମିଲ ବିଭାଗ ତରଫରୁ ଏମଆରଡ଼ିକୁ ଅନୁରୋଧ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଏମଆରଡ଼ି ବିଭାଗ ମେଷର୍ଷ ଏଫଏସଏନଏଲର ସହଯୋଗରେ କାରଖାନାର ବିଭିନ୍ନ ସ୍ଥାନରେ ସୃଷ୍ଟି ସ୍କ୍ରାପର ଉପଯୋଗ କରି ଏହାକୁ ସାଇଜ ଅନୁଯାୟୀ ପ୍ରକ୍ରିୟାକରଣ ପୂର୍ବକ କାରଖାନାର ସ୍କ୍ରାପ ଆବଶ୍ୟକତା ମେଣ୍ଟାଉଛି ।

ହଟ ଷ୍ଟ୍ରିପ ମିଲ ବିଭାଗରେ ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଏଚଏସଏମ ବିଭାଗର ଜିଏମ, ପି ମୁରଲୀ ଉପରୋକ୍ତ ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ MRD ବିଭାଗର ଡ଼ିଜିଏମ,  ଏସ କେ ପାଣିଗ୍ରାହୀ, ଏସଓଏସଟି, କେ ବି ଦାସ ଏବଂ FSNLର ସୁପରଭାଇଜର, ବିଶ୍ଵନାଥନ ନାୟାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ହାଉସକିପିଙ୍ଗରେ ଉନ୍ନତି ଆଣିବା କ୍ଷେତ୍ରରେ ଏହି ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଶ୍ରୀ ମୂରଲୀ ସେମାନଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରିଥିଲେ। ଏହି ଅବସରରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। 

0
0
0
s2sdefault