ହେଡଲାଇନସ୍:

ଆଇସିଆଇସିଆଇ ବ୍ୟାଙ୍କ ଓ ଏଚପିସିଏଲର କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଏଚ୍ପିସିଏଲ୍) ସହଯୋଗରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ “ଆଇସିଆଇସିଆଇ ବ୍ୟାଙ୍କ ଏଚ୍ପିସିଏଲ୍ ସୁଭର ସେଭର”କୁ ଉନ୍ମୋଚନ କରାଯାଇଛି । ଦୈନନ୍ଦିନର ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବର୍ଗ ଯଥା ଇଲେକ୍ଟ୍ର୍ରିକ୍ ଓ ମୋବାଇଲ୍, ବିଗ୍ ବଜାର ଓ ଡି-ମାର୍ଟ ଭଳି ଡିପାର୍ଟମେଂଟାଲ୍ ଷ୍ଟୋର୍ ଏବଂ ଇ-କମର୍ସ ପୋର୍ଟାଲ୍ ଆଦିରେ ସପିଙ୍ଗ୍ ବେଳେ ଏହି କାର୍ଡ ଗ୍ରାହକମାନଙ୍କୁ ଶ୍ରେଷ୍ଠ  ମାନର ରିୱାର୍ଡ ଓ ସୁବିଧା ପ୍ରଦାନ କରିବ । ଭିସାର ଶକ୍ତି ଥିବା ଏହି କାର୍ଡ ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ସ୍ୱତନ୍ତ୍ର କାରଣ ଅନ୍ୟ କାର୍ଡ ଭଳି ଏହା କେବଳ ଏକ ନିର୍ଦିଷ୍ଟ ବର୍ଗ ନୁହେଁ ବରଂ ବିବିଧ ବର୍ଗରେ ଲାଭ ପ୍ରଦାନ କରିବ ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ସୁଦୀପ୍ତ ରାୟ, ମୁଖ୍ୟ-ଅନସିକ୍ୟୁରଡ୍ ଆସେଟସ୍, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କରେ ଆମେ ନିରନ୍ତର ଭାବେ ଅଭିନବ ଉପସ୍ଥାପନ ପ୍ରଦାନ କରିବାକୁ ଉଦ୍ୟମ କରୁଛୁ ଯାହା ଗ୍ରାହକମାନଙ୍କ ବର୍ଦ୍ଧିତ ଓ ପରିବର୍ତିତ ଆବଶ୍ୟକତାକୁ ପୂରଣ କରିବ । ଆଇସିଆଇସିଆଇ ବ୍ୟାଙ୍କ ଏଚପିସିଏଲ ସୁପର ସେଭର୍ କ୍ରେଡିଟ୍ କାର୍ଡ ଉନ୍ମୋଚନ କରିବା ଲାଗି ଏଚପିସିଏଲ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ସାଧାରଣତଃ, ଏଭଳି ଧରଣର କାର୍ଡ କେବଳ ଗୋଟିଏ ବର୍ଗରେ ଲାଭ ପ୍ରଦାନକରିଥାନ୍ତି । ମାତ୍ର ଏହି କାର୍ଡ ସେହି ପ୍ରତିବନ୍ଧକକୁ ଦୂର କରିଛି ଓ ଏହା ଜରିଆରେ ଗ୍ରାହକମାନେ ପ୍ରତିଟି କାରବାରରେ ସଂଚୟ କରିପାରିବେ । ଏହା କାର୍ଡକୁ ବାସ୍ତବ ସଂଚୟର ସୁପର ଷ୍ଟାର୍ରେ ପରିଣତ କରିଛି । ଆମର ବିଶ୍ୱାସ ରହିଛି ଯେ ଏହି କାର୍ଡ ଗ୍ରାହକମାନଙ୍କୁ ଅଧିକ ସଂଚୟ କରିବା ଏବଂ ଡିଜିଟାଲ୍ ପେମେଂଟ୍ର ସହଜତାକୁ ଉପଭୋଗ କରିବା ଲାଗି ସଶକ୍ତ କରିବ ।’’

ଏଚପିସିଏଲ କାର୍ଯ୍ୟନିର୍ବାହୀ ନିର୍ଦେଶକ-ରିଟେଲ୍ ଶ୍ରୀଯୁକ୍ତ ଏସ୍ କେ ସୁରୀ କହିଛନ୍ତି ଯେ, “ଗ୍ରାହକମାନଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ସ୍ୱତନ୍ତ୍ର ଅଫର ଓ ରିୱାର୍ଡ ସହିତ ଆଇସିଆଇସିଆଇ ବ୍ୟାଙ୍କ ଏଚପିସିଏଲ ସୁପର ସେଭର କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏହି କ୍ରେଡିଟ୍ କାର୍ଡ ରିଟେଲ୍ ଆଉଟ୍ଲେଟରେ  ଡିଜିଟାଲ୍ ପେମେଂଟ୍ ବ୍ୟବସ୍ଥାର ପ୍ରସାର କରିବ ଏବଂ ଗ୍ରାହକମାନଙ୍କୁ ଅଭିନବ ଲାଭ ଜରିଆରେ ଆଧୁନିକ ସମୟର ଆଶାକୁ ପୂରଣ କରିବ । ଗ୍ରାହକମାନେ ଯେତେବେଳେ ଏହି କାର୍ଡକୁ ଆମ ଏଚପି ପେ’ ଆପ୍ରେ ବ୍ୟବହାର କରିବେ ସେତେବେଳେ ଅତିରିକ୍ତ ଲୟାଲଟି ପଏଂଟ୍ ପାଇପାରିବେ ।’’

ଗ୍ରାହକମାନେ ଆଇସିଆଇସିଆଇ ବ୍ୟାଙ୍କର ଇଟଂରନେଟ୍ ବ୍ୟାଙ୍କିଙ୍ଗ୍ ପୋର୍ଟାଲ୍ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ  ଏଚପିସିଏଲର  ସୁପର ସେଭର୍ କ୍ରେଡିଟ୍ କାର୍ଡ ଲାଗି ଆବେଦନ କରିପାରିବେ । ସଙ୍ଗେ ସଙ୍ଗେ ଡିଜିଟାଲ୍ କାର୍ଡ ଜାରି କରାଯିବ ଓ କିଛି ଦିନ ପରେ ପ୍ରତ୍ୟକ୍ଷ କାର୍ଡ ପଠାଯିବ । 

0
0
0
s2sdefault