ଆମାଜନ ସ୍ପଟଲାଇଟ ନର୍ଥ ଇଷ୍ଟ ଷ୍ଟୋରଫ୍ରଣ୍ଟର  ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଷ୍ଟୋରଫ୍ରଣ୍ଟ ସ୍ଥାନୀୟ ସ୍ୱତନ୍ତ୍ର ଉତ୍ପାଦ ଏବଂ ଲୁକ୍କାୟିତ ପ୍ରତିଭାମାନଙ୍କର ଦୃଶ୍ୟମାନ ସ୍ଥିତିରେ ଉନ୍ନତି ଆଣିବ ସମଗ୍ର ଭାରତରେ କୋଟି କୋଟି ଆମାଜନ୍ ଗ୍ରାହକଙ୍କ ନିକଟରେ ତାହାକୁ ପ୍ରଦର୍ଶିତ କରିବ

  • ଗ୍ରାହକମାନେ ନାଗାଲାଣ୍ଡର ଚାକ୍ୟସେଶାଙ୍ଗ ଶଲ୍ ଆସାମର ମୁର୍ଗା ରେଶମ, ମଣିପୁରର ମୋଇରାଙ୍ଗ‘ ଭଳି ବିବିଧ ବୟନ, ମିଜୋ ଚିଲି ଭଳି ବହୁ କିସମର ଚା’ ଓ ମସଲା ଆଦି ଉକ୍ତ ଅଂଚଳର ବିବିଧ ଅନନ୍ର ଉତ୍ପାଦ  ଆବିଷ୍କାର କରିବାକୁ ସମର୍ଥ ହେବେ

  • ୨୦୨୫ ସୁଦ୍ଧା ଉତର ପୂର୍ବାଂଚଳରୁ ୫୦,୦୦୦ ସ୍ଥାନୀୟ କାରିଗର, ବୁଣାକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଅନ୍ଲାଇନକୁ ଆଣିବା ଏବଂ ଉକ୍ତ ଅଂଚଳର ଚା, ମସଲା ଏବଂ ମହୁ ଭଳି ମୁଖ୍ୟ ମୁଖ୍ୟସାମଗ୍ରୀର ରପ୍ତାନିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି । 

ବେଙ୍ଗାଲୁରୁ : ଆମାଜନ ଇଣ୍ଡିଆ ତାହାର ମାର୍କେଟ ପ୍ଲେସରେ  ସ୍ପଟଲାଇଟ ନର୍ଥ ଇଷ୍ଟ ଷ୍ଟୋରଫ୍ରଣ୍ଟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଷ୍ଟୋରଫ୍ରଣ୍ଟ ଉକ୍ତ ଅଂଚଳର ସ୍ୱତନ୍ତ୍ର ସ୍ଥାନୀୟ ଉତ୍ପାଦ ଏବଂ ଲୁକ୍କାୟିତ ପ୍ରତିଭାଙ୍କୁ ଏକତ୍ର ଗୋଟିଏ ସ୍ଥାନକୁ ଆଣିବ ଏବଂ ତାହା ସମଗ୍ର ଭାରତରେ କୋଟି କୋଟି ଆମାଜନ ଗ୍ରାହକଙ୍କୁ ପ୍ରଦର୍ଶିତ କରିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଏକ ଆଭାସି କାର୍ଯ୍ୟକ୍ରମରେ ଉଦଘାଟିତ ହୋଇଥିବା ଷ୍ଟୋର ଫ୍ରଣ୍ଟ  ୨୦୨୧ ଏପ୍ରିଲରେ ଆୟୋଜିତ ଆମାଜନ ସମ୍ଭବରେ ଘୋଷଣା କରାଯାଇଥିବା ସ୍ପଟଲାଇଟ ନର୍ଥଇଷ୍ଟ କାର୍ଯ୍ୟକ୍ରମ ପରେ ପରେ କମ୍ ବ୍ୟବଧାନରେ ଶୁଭାରମ୍ଭ କରାଯାଇଛି । ଭାରତର ଉତର ପୂର୍ବାଂଚଳ ନାଗାଲାଣ୍ଡର ଚାକ୍ଶେଙ୍ଗ ଶଲ୍, ଆସାମର ମୁଗା ରେଶମ, ମଣିପୁର ମୋଇରାଙ୍ଗ‘ ଭଳି ବିଭିନ୍ନ ବୟନ, ମିଜୋ ଚିଲି ଭଳି ବିବିଧ ଚା ଓ ମସଲା ଆଦି ସମେତ ଏହାର ଅନନ୍ୟ ଜିଆଇ ଉତ୍ପାଦଗୁଡିକ ନିମନ୍ତେ ପରିଚିତ । ଆମାଜନ ବର୍ଷତମାମ ବିଭିନ୍ନ ପ୍ରମୁଖ ବିକ୍ରୟ କାର୍ଯ୍ୟକ୍ରମରେ ଉକ୍ତ ଅଂଚଳର ଅଂଶଗ୍ରହଣକାରୀ ଓ ବୁଣାକାରଙ୍କ ଅଂଶଗ୍ରହଣକ ସମର୍ଥ କରାଇବା ସହିତ ସମଗ୍ର ଦେଶରେ ଗ୍ରାହକଙ୍କ ନିକଟରୁ ସେମାନଙ୍କ ଉତ୍ପାଦଗୁଡିକ ନିମନ୍ତେ ଚାହିଦା ସୃଷ୍ଟି କ୍ଷେତ୍ରରେ ସହାୟତା କରିବ । 

ସ୍ପଟଲାଇଟ ନର୍ଥ ଇଷ୍ଟ କାର୍ଯ୍ୟକ୍ରମ ସ୍ଥାନୀୟ ଅର୍ଥନୀତିକୁ ଅଧିକ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଦେଶର ଉତର ପୂର୍ବାଂଚଳରେ ଥିବା ୮ଟି ରାଜ୍ୟର ମହିଳାମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତି ଏବଂ ସେମାନଙ୍କ ସଶକ୍ତିକରଣ ଉଦେ୍ଧଶ୍ୟରେ ଡିଜାଇନ କରାଯାଇଛି । ପ୍ରଯୁକ୍ତି ଓ ବଜାର ସୁଯୋଗ ଯୋଗାଇ ଦେଇ ୨୦୨୫ ସୁଦ୍ଧା ଏହି ଅଂଚଳର ୫୦,୦୦୦ ବୁଣାକାର, କାରିଗର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଇ-କମର୍ସର ଫାଇଦା ଆଣିଦେବାକୁ ସ୍ପଟଲାଇଟ ନର୍ଥ ଇଷ୍ଟ ଦୃଷ୍ଟିନିବ୍ଧ କରିବ । ଏହି ପ୍ରୟାସ ଉକ୍ତ ଅଂଚଳରେ ଡିଜିଟାଇଜେସନକୁ ତ୍ୱରାନ୍ୱିତ କରିବା ସହିତ ସ୍ଥାନୀୟ ବ୍ୟବସାୟୀଙ୍କୁ ଇ-କମର୍ସର ଲାଭ ଉଠାଇବାର ସୁଯୋଗ ପ୍ରଦାନ  କରିବ ଏବଂ ଏହାଦ୍ୱାରା ଉତ୍ତର ପୂର୍ବାଂଚଳ ଏକ ମଜଭୁତ ଅର୍ଥନୀତିରେ ପରିଣତ ହେବା ସହିତ ଦେଶର ଡିଜିଟାଲ ଅର୍ଥନୀତିରେ ନିଜର ବର୍ଦ୍ଧିତ ଅଂଶ ହାସଲ କରିବା ଦିଗରେ ଏହା ସହାୟତା କରିବ । ଆଗାମୀ ୫ ବର୍ଷ ମଧ୍ୟରେ ଆମାଜନ୍ ୫୦୦୦ରୁ ଅଧିକ ଅନନ୍ୟ କଳାକୃତି ଭିତିକ ଉତ୍ପାଦ, ଭୌଗୋଳିକ  ସୂଚକ ଥିବା (ଜିଆଇ) ଉତ୍ପାଦ ଏବଂ ଅନ୍ୟାନ୍ୟ ଉତ୍ପାଦଗୁଡିକୁ ଏହାର ଇଣ୍ଡିଆ ମାର୍କେଟପ୍ଲେସରେ  ସ୍ଥାନଦେଇ ଉତର ପୂର୍ବାଂଚଳରୁ ଚା, ମହୁ ଏବଂ ମସଲା ଆଦି ସ୍ୱତନ୍ତ୍ର ସାମଗ୍ରୀ ବିଶ୍ୱସ୍ତରରେ କୋଟି କୋଟି ଗ୍ରାହକଙ୍କ ନିକଟକୁ ରପ୍ତାନିରେ ବୃଦ୍ଧି ଘଟାଇବ । 

ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ କହିଥିଲେ, “ଆମ ସରକାରଙ୍କର ଅନ୍ୟତମ ଅଗ୍ରାଧିକାର ବିଷୟ ହେଉଛି ଉତର ପୂର୍ବାଂଚଳକୁ ଭାରତୀୟ ଉପମହାଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ ସ୍ଥଳ ଭାବରେ ପ୍ରତିଷ୍ଠିତ  କରାଇବା । ‘ସ୍ପଟଲାଇଟ ନର୍ଥ ଇଷ୍ଟ’ ପ୍ରୟାସ ଶୁଭାରମ୍ଭ ଅବସରରେ ମୁଁ ଆମାଜନ ଇଣ୍ଡିଆକୁ ଧନ୍ୟବାଦ ଦେବାକୁ ଚାହିଁବି । ଏହା ଏହି ଲକ୍ଷ୍ୟପୂରଣ ଦିଗରେ ଉତର ପୂର୍ବାଂଚଳର ସ୍ୱତନ୍ତ୍ର ଉତ୍ପାଦଗୁଡିକର ବିକ୍ରି ଓ ରପ୍ତାନିକୁ ପ୍ରୋତ୍ସାହିତ କରି ନିଶ୍ଚିତ ଭାବରେ ଅବଦାନ ରଖିବ ଏବଂ ଏହାଦ୍ୱାରା ସମଗ୍ର ବିଶ୍ୱରେ ଭାରତ ତିଆରି ଉତ୍ପାଦ ପହଂଚାଇବା କ୍ଷେତ୍ରରେ ଏହି ଅଂଚଳକୁ ଏକ ବ୍ୟବସାୟିକ ପେଣ୍ଠସ୍ଥଳରେ ପରିଣତ କରିବାରେ ସହାୟକ ହେବ ।”

ଆମାଜନ୍ ଇଣ୍ଡିଆର ଗ୍ଲୋବାଲ ସିନିୟର ଭିପି ଏବଂ କଂଟ୍ରି ହେଡ ଅମିତ ଅଗ୍ରୱାଲ କହିଥିଲେ, “ଆମାଜନ ଡଟ୍ ଇନ୍" ରେ  ଏକ ଉତ୍ସର୍ଗୀକୃତ ସ୍ପଟଲାଇଟ ନର୍ଥ ଇଷ୍ଟ ଷ୍ଟୋର ଫ୍ରଣ୍ଟର ଶୁଭାରମ୍ଭ କରି ଆମେ ଅତ୍ୟନ୍ତ ଉଲ୍ଲସିତ, ଯାହା ଉକ୍ତ ଅଂଚଳର ଅନନ୍ୟ ହସ୍ତଶିଳ୍ପ, ହସ୍ତତନ୍ତ ଏବଂ ଜିଆଇ ଉତ୍ପାଦଗୁଡିକୁ ସମଗ୍ର ଭାରତରେ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରିପାରିବ । ନିକଟରେ ଆମାଜନ ସମ୍ଭବ ୨୦୨୧ରେ ଘୋଷଣା କରାଯାଇଥିବା ସ୍ପଟଲାଇଟ ନର୍ଥ ଇଷ୍ଟ କାର୍ଯ୍ୟକ୍ରମର ଏହା ଅଂଶବିଶେଷ ଏବଂ ଏହା କାରିଗର, ବୁଣାକାର, ଅଂଚଳର ସ୍ଥାନୀୟ ଦୋକାନ ଆଦି ଏମଏସଏମଇକୁ ପ୍ରଯୁକ୍ତି ଏବଂ ଇକମର୍ସ ଜରିଆରେ ସମଗ୍ର ଭାରତ ଓ ବିଶ୍ୱର ଗ୍ରାହକଙ୍କ ନିକଟରେ ପହଂଚାଇବା ଲକ୍ଷ୍ୟ ରଖିଛି । ଆମର ସମୃଦ୍ଧ ଓ ବିବିଧ ସଂସ୍କୃତିର ପ୍ରତିନିଧିତ୍ୱ କରୁଥିବା  ଏହି ଅଂଚଳର ‘ଭାରତ ନିର୍ମିତ ଉତ୍ପାଦ’କୁ ନେଇ ଦେଶର ଉତର ପୂର୍ବାଂଚଳକୁ ଏକ ବ୍ୟବସାୟ ପେଣ୍ଠସ୍ଥଳରେ ପରିଣତ କରିବାକୁ ଭାରତ ସରକାରଙ୍କ ପ୍ରୟାସକୁ ସମର୍ଥନ କରିବାକୁ ଆମେ ସଂପୂର୍ଣ୍ଣ ପ୍ରତିବଦ୍ଧ ।”

ଉତର ପୂର୍ବାଂଚଳର ୮ଟି ରାଜ୍ୟର କାରିଗର ଓ ବୁଣାକାରଙ୍କୁ ନିୟୋଜିତ ରଖିବା, କୁଶଳୀ କରିବା ଏବଂ ଡିଜିଟାଲ ଉପାୟରେ ସମର୍ଥ କରି ସେମାନଙ୍କୁ ଆମାଜନ୍ କାରିଗର କାର୍ଯ୍ୟକ୍ରମର ଫାଇଦା ପହଂଚାଇବାକୁ ଆମାଜନ୍ ଇତିମଧ୍ୟରେ ଏନଇଏଚଏଚଡିସି ସହିତ ସହଭାଗିତା କରିଛି । ଏହି କମ୍ପାନୀ ସରକାରୀ ଓ ଅଣ ସରକାରୀ ସଂଗଠନଗୁଡିକ ସହିତ ମିଳିତ ଭାବରେ କାର୍ଯ୍ୟକରି ଏକାଧିକ ତାଲିମ କର୍ମଶାଳା ଆୟୋଜନ କରିବ, ଯାହା ଏହି ଅଂଚଳର ଏମଏସଏମଇଗୁଡିକୁ ଆମାଜନ ସହିତ ବିଭିନ୍ନ ଅଭିବୃଦ୍ଧି ସୁଯୋଗକୁ ଉପଯୋଗ କରି ସେମାନଙ୍କର ବ୍ୟବସାୟ ତ୍ୱରାନ୍ୱିତ କରିବାରେ ସମର୍ଥ କରାଇବ । ଏହି କର୍ମଶାଳାରେ ମଧ୍ୟ ଭାରତର ବିଭିନ୍ନ ପ୍ରାନ୍ତରୁ ଅଗ୍ରଣୀ ଡିଜାଇନରଙ୍କୁ ସାମିଲ କରାଯାଇ ନୂଆ ନୂଆ ଧାରା ସମ୍ପର୍କରେ ଭାବଗତ ଆଦାନ ପ୍ରଦାନ ଅଧିବେଶନ ଆୟୋଜନ କରାଯିବ, ଯାହା କାରିଗର ଓ ବୁଣାକାରଙ୍କୁ ସମକାଳୀନ ଡିଜାଇନ ପ୍ରସ୍ତୁତିରେ ସହାୟକ ହୋଇପାରିବ । 

ଏନଇଏଚଏଚଡିସିର ପରିଚାଳନା ନିର୍ଦ୍ଦେଶକ  ବ୍ରିଗେଡିଅର ଆର କେ ସିଂହ (ଅବସରପ୍ରାପ୍ତ) କହିଥିଲେ, “ଉତର ପୂର୍ବାଂଚଳ ହସ୍ତଶିଳ୍ପ ଓ ହସ୍ତତନ୍ତ ଉନ୍ନୟନ ନିଗମ ଅନ୍‍ଲାଇନ ମାର୍କେଟ ପ୍ଲେସ ଭାବରେ ଆମାଜନ ଇଣ୍ଡିଆ ସହିତ ସହଭାଗିତା କରି ଅତ୍ୟନ୍ତ ଆନନ୍ଦିତ । ଆମାଜନ କାରିଗରରେ ସ୍ୱତନ୍ତ୍ର ଷ୍ଟୋର ଉତର ପୂର୍ବାଂଚଳର କାରିଗର ଓ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକୁ ନିୟୁତାଧିକ ଆମାଜନ ଗ୍ରାହକଙ୍କ ନିକଟରେ ପହଂଚାଇବାରେ ସହାୟକ ହେବ । ଆମର ବିଶ୍ୱାସ ଯେ ଆମାଜନ୍ ଡଟ୍ ଇନ୍ ସହିତ ଆମର ସହଭାଗିତା କେବଳ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବ ନାହିଁ, ତାହାସହିତ ଉତର ପୂର୍ବାଂଚଳର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଐତିହ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ।”

 

0
0
0
s2sdefault