ହେଡଲାଇନସ୍:

କଥା ରଖିଛି ଟାଟା  :  କଳିଙ୍ଗନଗରରେ୨୧ହଜାରରୁ ଅଧିକ  ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଟାଟା ଷ୍ଟିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-06-18-taa.jpg - 49.67 kB

କଳିଙ୍ଗନଗରରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପିତ

କଳିଙ୍ଗନଗର(ଜୟଶଙ୍କର ଦାଶ) : ଶିଳ୍ପାୟନର ଲାଭ ଲୋକଙ୍କ ନିକଟରେ ପହଂଚିବା  ଆରମ୍ଭ ହୋଇଛି । ଏହି କ୍ରମରେ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୨୧,୦୦୦ରୁ ଅଧିକ ଲୋକଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସମର୍ଥ ହୋଇଛି ।  ୨୦୧୬ ମଇ ମାସରେ ବ୍ୟବସାୟିକ ଉତ୍ପାଦନ  ଆରମ୍ଭ କରିଥିବା ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ବାର୍ଷିକ ୩ ନିୟୁତ ଟନ୍ ଉତ୍ପାଦନ ମତା ହାସଲ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ଉକ୍ତ ପ୍ରକଳ୍ପ ୨୧,୯୫୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଏହାମଧ୍ୟରେ ୩୬୧୧ ପ୍ରତ୍ୟକ୍ଷ ନିଯୁକ୍ତି ଓ ୧୮୩୪୪ ପରୋକ୍ଷ ନିଯୁକ୍ତି ଅନ୍ତର୍ଭୁକ୍ତ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅଧିକାଂଶ କମ୍ପାନୀ କଠିନ ସମୟ ଦେଇ ଗତି କରୁଥିବା ସହିତ କର୍ମଚାରୀ ଓ ଶ୍ରମିକ ସଂଖ୍ୟା କମ୍ କରୁଥିବାବେଳେ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ । 

ଟାଟା ଷ୍ଟିଲ ପକ୍ଷରୁ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ଓଡ଼ିଆ କର୍ମଚାରୀଙ୍କ ସଂଖ୍ୟା ୫୯.୬୨ ପ୍ରତିଶତ ହୋଇଥିବାବେଳେ ରାଜ୍ୟର ପ୍ରାୟ ୮୦.୭୧ ପ୍ରତିଶତ ଏଠାରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଟାଟା ଷ୍ଟିଲ ପକ୍ଷରୁ ପ୍ରତ୍ୟକ୍ଷ ନିଯୁକ୍ତି ପାଇଥିବା ୨୨.୭୬ ପ୍ରତିଶତ (୮୨୨) କର୍ମଚାରୀ ଓ ୩୨.୦୭ ପ୍ରତିଶତ (୫୮୮୪) ଠିକା କର୍ମଚାରୀ ଯାଜପୁର ଜିଲ୍ଲାର ବାସିନ୍ଦା । 

ଟାଟା ଷ୍ଟିଲ ପକ୍ଷରୁ ଏହାର ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ସହିତ ହୋଇଥିବା  ବୁଝାମଣାର ଥିବା ସମସ୍ତ ନିୟମ ଓ ସର୍ତ୍ତ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାବେଳେ ସମସ୍ତ ନିଯୁକ୍ତିରେ ସ୍ଥାନୀୟ ଲୋକମାନଙ୍କୁ ଗୁରୁତ୍ୱ ଦିଆଯାଉଛି ।  ସ୍ଥାନୀୟ ଲୋକମାନଙ୍କ ବିକାଶ ପାଇଁ ସର୍ବଦା ଉଦ୍ୟମରତ ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି । ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍) ମାଧ୍ୟମରେ ଚାକିରୀ ଓ ଆତ୍ମ-ନିଯୁକ୍ତି ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । 

କଳିଙ୍ଗନଗରର ବେକାର ଯୁବବର୍ଗଙ୍କୁ ଜୀବନ ଜୀବିକାର ମାଧ୍ୟମ ଯୋଗାଇ ଦେବା ପାଇଁ ଟାଟା ଷ୍ଟିଲ ତରଫରୁ ସେମାନଙ୍କୁ ବିଭିନ୍ନ ପ୍ରତିଷ୍ଠିତ  ଅନୁଷ୍ଠାନକୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ନିମନ୍ତେ ପଠାଯାଉଛି । ଗତ ୪ ବର୍ଷରେ ୩୫୮ଜଣ ଯୁବକ ଯୁବତୀଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । 

ଉକ୍ତ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ନିମନ୍ତେ ପଠାଯାଇଥିବା ପ୍ରତିଷ୍ଠିତ  ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଭଦୋଦରାସ୍ଥିତ ଅଗ୍ନି ସୁରକ୍ଷା ଓ ବିପତ୍ତି ପରିଚାଳନା ଅନୁଷ୍ଠାନ, ଦିଲ୍ଲୀସ୍ଥିତ  ଭାରତ ଗ୍ରାମୀଣ ଜୀବନଜୀବିକା ମହାସଂଘ, ବାଙ୍ଗାଲୋରସ୍ଥିତ  ନଜ୍ ଫାଉଣ୍ଡେସନ୍, ଭୋପାଳସ୍ଥିତ କି୍ରସପ୍, ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜି ଅନୁଷ୍ଠାନ (ସିପେଟ୍),ପିଏଆରଏଫ୍ଆଇ, ବାଙ୍ଗାଲୋରସ୍ଥିତ ସାହି ଏକ୍ସପୋଟ୍ସ ପ୍ରାଇଭେଟ୍ ଲିମିଟେଡ଼, ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡ଼ିକାଲ ଅନୁଷ୍ଠାନ , କିଟ୍ ବିଶ୍ୱବିଦ୍ୟାଳୟ ଓ ବିଶ୍ୱାସ ନର୍ସିଂ ବିଦ୍ୟାଳୟ, ଜାମସେଦ୍ପୁରର ଗ୍ରୀନ୍କଲେଜ, ଗୋପାଳପୁରସ୍ଥିତ ପ୍ରଥମ ହସ୍ପିଟାଲିଟି ଟ୍ରେନିଂଓ ଟ୍ୟୁବୱେଲ ମରାମତି, ଇଲେକ୍ଟ୍ରିକାଲ ହାଉସ୍ ୱେରିଂ ମାଧ୍ୟମରେ ପଞ୍ଚାୟତମାନଙ୍କୁ ଆତ୍ମ-ନିର୍ଭରଶୀଳ କରିବା ପାଇଁ ପଞ୍ଚାୟତ ବନ୍ଧୁ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ । 

ସେହିପରି ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ରେ ଏକ ନୂତନ କ୍ଷମତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇଛି । ଏବେ ସୌର ପ୍ୟାନେଲ ସ୍ଥଂସ୍ଥାପନ ଓ କୋଲକାତାରେ ଅବସ୍ଥିତ ସଲ୍ଟ ଲେକ୍ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଅନୁଷ୍ଠାନ  ସହଭାଗିତାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏହାର ରକ୍ଷଣାବେକ୍ଷଣ ଓ ନିର୍ମାଣ ଉପରେ “ସୂର୍ଯ୍ୟମିତ୍ର” ନାମକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । 

ଏହାସହିତ, କଳିଙ୍ଗନଗରରେ ଉଦ୍ୟୋଗର ପ୍ରସାର ପାଇଁ ଭାରତୀୟ ଯୁବ ଶକ୍ତି ଟ୍ରଷ୍ଟ (ବିୱାଇଏସ୍ଟି) ସହଭାଗିତାରେ ଯାଜପୁର ଜିଲ୍ଲାର ୮ଟି ଓ କେନ୍ଦୁଝର ଜିଲ୍ଲାର ୨ଟି ବ୍ଲକ୍ରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ଗତ ୩ ବର୍ଷ ମଧ୍ୟରେ ବିୱାଇଏସ୍ଟି ସହଭାଗିତାରେ ୫୨୪ ଉଦ୍ୟୋଗୀଙ୍କୁ ସୃଷ୍ଟି ତଥା ପ୍ରୋତ୍ସାହିତ କରାଯାଇଛି । 

 

 

0
0
0
s2sdefault