ହେଡଲାଇନସ୍:

ଇମ୍ଫା ତରଫରୁ ଦିବ୍ୟାଙ୍ଗଙ୍କୁ ସହାୟତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ (ସରୋଜ ସାହୁ): ଥେରୁବାଲି ସ୍ଥିତ ଇମ୍ଫା କାରଖାନା ତରଫରୁ ରାୟଗଡ଼ା ଓ ଆଖପାଖ ଅଂଚଳର ଦିବ୍ୟାଙ୍ଗ ମାନଙ୍କୁ ସହାୟତା ପ୍ରଦାନ କରାଯାଇଅଛି । ରାୟଗଡ଼ା ସହରର ଜୈନିକ ଡିବ୍ୟାଙ୍ଗ ରିକ୍ସା ଚାଳକ ଶ୍ରୀ ଏସ୍ ସତ୍ୟମ୍ ଙ୍କୁ ଇମ୍ଫା ତରଫରୁ ଏକଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଇମ୍ଫାର ଉପ ସଭାପତି ଶ୍ରୀ କେ ଭି ରାଓ ଙ୍କ ତତ୍ତ୍ଵାବଧନରେ ଏକ ଦୋକାନ ଗୃହ, ଏକ ଫ୍ରିଜ୍ ଦୋକାନ ପାଇଁ ବିଭିନ୍ନ ସରଞ୍ଜାମ ଓ ୧୫୦୦୦/-(ପନ୍ଦ୍ ର ହଜାର) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି । ଆଜି ରାୟଗଡାର ଉପ ଜିଲ୍ଲପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ପୂର୍ଣ୍ଣ ହୋଇଥିବା ଦୋକାନ ଟିକୁ ଶ୍ରୀ ସତ୍ୟମ୍ ଙ୍କୁ ହସ୍ତାନ୍ତର କରିଥିଲେ l ଏହା ସହିତ ଇମ୍ଫା ର ସାମାଜିକ ଦାୟିତ୍ଵ ବୋଧ ସଂସ୍ଥା ତରଫରୁ ରାୟଗଡାରେ ବାସ କରୁଥିବା  ଦୀବ୍ୟାଙ୍ଗ ଶ୍ରୀ ମେଘନାଦ ଶଗଡ଼ିଆ ଓ ଭାତପୁର ନିବାସୀ ଶ୍ରୀ ରାକେଶ ହିମିରିକା ଙ୍କୁ ମଧ୍ୟ ଉପ ଜିଲ୍ଲପାଳଙ୍କ ଦ୍ଵାରା ଟ.୧୦୦୦୦/- ଙ୍କ। ଲେଖାଏ ସହାୟତା ଜୀବନ ଜୀବିକା ପାଇଁ ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦ୍ଦିପତି କହଁର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ନାୟକ,ଶ୍ରୀ ଅମରେନ୍ଦ୍ର ନାଥ ସମ୍ପାଦକ, ଇମ୍ଫା ପ୍ରଶାସନ ଓ ମାନବ ସମ୍ବଳ ବିଭାଗର ଉପ ମହା ପ୍ରବନ୍ଧକ ଶ୍ରୀ କଲଲ କୁମାର ନାୟକ ଓ ଇମ୍ଫା ଲୋକ ସମ୍ପର୍କ ବିଭାଗର ବରିଷ୍ଠ ପରିଚାଳକ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତେକ ବର୍ଷ ଇମ୍ଫା ତରଫରୁ ଦିବ୍ୟାଙ୍ଗ ମାନଙ୍କୁ ଏହିପରି ସହାୟତା କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଓ ଜନସାଧାରଣ ଙ୍କ ତରଫରୁ ଇମ୍ଫା କୁ ସାଧୁବାଦ୍ ଜଣାଇଛନ୍ତି ।ଏହି ପରିପ୍ରେକ୍ଷୀରେ ଇମ୍ଫା ର ଉପ ସଭାପତି ଶ୍ରୀ କେ ଭି ରାଓ ଏହିପରି ସହାୟତା କରି ଦିବ୍ୟାଙ୍ଗା ମାନଙ୍କର ଜୀବନ ଜୀବିକା ସୁଧାରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ।

0
0
0
s2sdefault