ହେଡଲାଇନସ୍:

 ଦୀର୍ଘସୂତ୍ରୀ ଡାଉନଷ୍ଟ୍ରିମ ମୂଲ୍ୟସଂଯୁକ୍ତ କୌଶଳ ଦିଗରେ ଆଉପାଦେ ଅଗ୍ରସର ହିଣ୍ଡାଲକୋ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସିଲ୍‍ଭାସାରେ ହିଣ୍ଡାଲକୋ ସ୍ଥାପନ କରିବ ଆଲୁମିନିୟମ ନିଷ୍କାସନ ପ୍ରକଳ୍ପ

- ୭୩୦ କୋଟି ଟଙ୍କା ବିନିଯୋଗରେ ଅତ୍ୟାଧୁନିକ ୩୪,୦୦୦ ଟନ୍‍ ପ୍ଲାଣ୍ଟ ସ୍ଥାପିତ ହେବ

- ଡାଉନଷ୍ଟ୍ରିମ ପୋର୍ଟଫୋଲିଓ ନିର୍ମାଣ କୌଶଳ  ଦିଗରେ ହିଣ୍ଡାଲ୍‍କୋ ଅଗ୍ରସର

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ ମେଟାଲ୍‍ସ ଫ୍ଲାଗସିପ କମ୍ପାନୀ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସିଲ୍‍ଭାସାରେ ଏକ ୩୪,୦୦୦ ଟନ୍‍ ଆଲୁମିନିୟମ ନିଷ୍କାସନ କାରଖାନା ସ୍ଥାପନ ଯୋଜନା ସମ୍ପର୍କରେ ଘୋଷଣା କରିଛି । ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ନିଷ୍କାସିତ ଆଲୁମିନିୟମ ଉତ୍ପାଦର ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ପାଇଁ ଏହି ନୂଆ କାରଖାନା ଆବଶ୍ୟକ ପଦାର୍ଥ ଯୋଗାଇବ । 

କମ୍ପାନୀ ତାହାର ଦୀର୍ଘସୂତ୍ରୀ ଡାଉନଷ୍ଟ୍ରିମ ପୁଞ୍ଜିନିବେଶ ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରୁଥିବାବେଳେ ସିଲ୍‍ଭାସାରେ ୭୩୦ କୋଟି ଟଙ୍କାର ଏହି ପ୍ରକଳ୍ପ ହିଣ୍ଡାଲ୍‍କୋର ଡାଉନଷ୍ଟ୍ରିମ ରଣକୌଶଳକୁ ଆଗେଇନେବା କ୍ଷେତ୍ରରେ ଏକ ବିଶାଳ ପ୍ରୟାସର ସଙ୍କେତ ଦେଉଛି । କମ୍ପାନୀର ଉଦେ୍ଧଶ୍ୟ ହେଉଛି ଆଗାମୀ କିଛିବର୍ଷ ମଧ୍ୟରେ ଏକ ବୃହତ୍ତର ମୂଲ୍ୟଯୁକ୍ତ ଉତ୍ପାଦ ପୋର୍ଟଫୋଲିଓ ନିର୍ମାଣ କରିବା । ଏହି ପୁଞ୍ଜନିବେଶ ଅର୍ଥନୈତିକ ପୁନରୁଦ୍ଧାର ଉପରେ ଆସ୍ଥାପ୍ରକଟର ସୂଚନା ଦେଉଛି, ଯାହା ପ୍ରକାରାନ୍ତରେ ଡାଉନଷ୍ଟ୍ରିମ ମୂଲ୍ୟଯୁକ୍ତ ଉତ୍ପାଦଗୁଡିକର ଚାହିଦା ବୃଦ୍ଧି ଘଟାଇବ ।

ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ର ପରିଚାଳନା ନିଦେ୍ର୍ଧଶକ ସତୀଶ ପାଇ କହିଛନ୍ତି, “ବିଲ୍‍ଡିଂ ଓ କୋଠାବାଡି ନିର୍ମାଣ ଏବଂ ଯାନାବାହନ କ୍ଷେତ୍ରରେ ଚାହିଦା ବୃଦ୍ଧି ସହିତ ଅର୍ଥନୈତିକ କ୍ଷେତ୍ରର ପୁନରୁଦ୍ଧାର ଆମେ ଲକ୍ଷ୍ୟ କରୁଛୁ । ଏହା ଆମକୁ ଆଗକୁ ବଢିବାକୁ ଆତ୍ମବିଶ୍ୱାସ ଦେଉଛି । ସିଲ୍‍ଭାସା ପ୍ରକଳ୍ପ ଉଚ୍ଚମାନର ଆଲୁମିନିୟମ ଉତ୍ପାଦ ସହିତ ଆମ ଗ୍ରାହକଙ୍କୁ ଅଧିକ ଶୀଘ୍ର ସେବା ଯୋଗାଣ ଦିଗରେ ଆମକୁ ସମର୍ଥ କରାଇବ ।”

ଅତ୍ୟାଧୁନିକ ସିଲ୍‍ଭାସା କାରଖାନା ଭାରତରେ ଏହି ଧରଣର ପ୍ରଥମ ହେବ । ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏହି କାରଖାନାରେ ତିନିଟି ନିଷ୍କାସନ ପ୍ରେସେସ୍‍ ରହିଛି ଏବଂ ଏହା ହିଣ୍ଡାଲ୍‍କୋକୁ ବିଲ୍‍ଡିଂ ଓ କୋଠାବାଡି ନିର୍ମାଣ, ଯାନବାହନ ଓ ପରିବହନ, ବୈଦ୍ୟୁତିକ , ଉପଭୋକ୍ତା ଏବଂ ଇଣ୍ଡଷ୍ଟିଆଲ୍‍ ଗୁଡ୍‍ଓ ଆଦି କ୍ଷେତ୍ରର ପ୍ରମୁଖ ଗ୍ରାହକଙ୍କୁ ସେବା ଯୋଗାଇବାକୁ ସମର୍ଥ କରିବ । ଆଲୁମିନିୟମ ଅସୀମିତ ଥର ପୁନଃବ୍ୟବହାରଯୋଗ୍ୟ ହୋଇଥିବା ଏବଂ ଶିଳ୍ପଗୁଡିକୁ ସେମାନଙ୍କ କାର୍ଯ୍ୟକାରିତାରେ ଆବର୍ତ୍ତି ଅର୍ଥନୀତି ମଡେଲ ଆପଣେଇବା ଦିଗରେ ସମର୍ଥ କରାଉଥିବାରୁ ଏହା ସବୁଠାରୁ ପସନ୍ଦଯୋଗ୍ୟ ନିରନ୍ତର ଧାତୁ ଭାବରେ ଏହିସବୁ ଶିଳ୍ପ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଛି । 

ଭାରତରେ ଆଲୁମିନିୟମ ନିଷ୍କାସନ ବଜାର ବିପୁଳ ପରିମାଣରେ ବୃଦ୍ଧିଘଟିବା ଆଶା କରାଯାଉଛି- ସମ୍ପ୍ରତି ଏହା ପ୍ରାୟ ୩୭୩,୦୦୦ ଟନ୍‍ ଥିବାବଳେ ୨୦୩୦ ସୁଦ୍ଧା ପ୍ରାୟ ୮୫୦,୦୦୦ ଟନରେ  ପହଞ୍ଚିବ । ଆଲୁମିନିୟମ ନିଷ୍ପାସନ ଘରୋଇ ବଜାରରେ ପଶ୍ଚିମ ଓ ଦକ୍ଷିଣାଞ୍ଚଳର ଅଂଶ ପ୍ରାୟ ୬୦%ରୁ ଅଧିକ ରହିଛି । ସିଲ୍‍ଭାସା ପ୍ରକଳ୍ପ ଉଚ୍ଚତର ଗୁଣମାନର ଉତ୍ପାଦ ସହିତ ଦ୍ରୁତ ସେବା ଏବଂ କମ୍‍ ସମୟ ମଧ୍ୟରେ ଏହି ସମସ୍ତ ଅଞ୍ଚଳର ଗ୍ରାହକଙ୍କୁ ସେବା ଯୋଗାଇଦେବା କ୍ଷେତ୍ରରେ ହିଣ୍ଡାଲ୍‍କୋକୁ ସୁଯୋଗ ପ୍ରଦାନ କରିବ । 

ଶ୍ରୀ ପାଇ କହିଛନ୍ତି, “ଆମର ଡାଉନଷ୍ଟ୍ରିମ ରଣକୌଶଳର ଅଂଶସ୍ୱରୂପ ଆଗାମୀ କିଛିବର୍ଷ ମଧ୍ୟରେ ଆମେ ପ୍ରାୟ ୭୦୦୦ କୋଟି ଟଙ୍କା ନିବେଶରେ ଆମର ସାମ୍ପ୍ରତିକ କ୍ଷମତା ୩୦୦,୦୦୦ରୁ ବୃଦ୍ଧିଘଟାଇ ତାହାକୁ ୬୦୦,୦୦୦ ଟନ୍‍ରୁ ଅଧିକାରେ ପହଞ୍ଚାଇବାକୁ ଚାହୁଁଛୁ । ଏଲଏମଇ ଅସ୍ଥିରତାରୁ ବ୍ୟବସାୟକୁ ସୁରକ୍ଷା ପ୍ରଦାନ ଉପରେ ଅଧିକ ଗୁରୁତ୍ୱ ଦେଇ ଆମର ନିରନ୍ତର ବ୍ୟବସାୟିକ ମଡେଲର ଅଂଶଭାବରେ ଆମେ ଡାଉନଷ୍ଟ୍ରିମ୍‍ ସମ୍ପତ୍ତି ଉପରେ ଦୃଷ୍ଟିନିବଦ୍ଧ କରୁଛୁ ।”

ଉତ୍ତରପ୍ରଦେଶର ରେଣୁକୂତ୍‍ ଏବଂ କେରଳର ଆଲୁପୁରମ୍‍ଠାରେ ଥିବା ହିଣ୍ଡାଲ୍‍କୋର ନିଷ୍କାସନ କାରଖାନପା ମୁଖ୍ୟତଃ ଯାନବାହନ, ପ୍ରତିରକ୍ଷା, ଏରୋସ୍ପେଶ ଏବଂ ଶିଳ୍ପକ୍ଷେତ୍ର ପାଇଁ ପଦାର୍ଥ ଯୋଗାଇଦେଉଛି । ସିଲ୍‍ଭାସା ପ୍ରକଳ୍ପ ବି ଆଣ୍ଡ ସି କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ ଅତିରିକ୍ତ ୩୪,୦୦୦ ଟନ୍‍ କ୍ଷମତା ଯୋଗକରିବ ଯାହା ଯାନବାହନ, ପରିବହନ ଓ ଅନ୍ୟାନ୍ୟ କ୍ଷେତ୍ର ବ୍ୟତିରେକ ନିଷ୍କାସନ ବଜାରର ୬୦%ରୁ ଅଧିକ ଅଟେ । ଏହି ପ୍ରକଳ୍ପରୁ ୨୪ ମାସ ମଧ୍ୟରେ ବ୍ୟବସାୟିକ ଉତ୍ପାଦନ  ଆରମ୍ଭ ହେବା ଆଶା କରାଯାଉଛି । 

ଆଲୁମିନିୟମର ହାଲୁକା ଓ ମଜଭୁତ ଗୁଣ ତଥା ଅସୀମିତ ଥର ପୁନଃବ୍ୟହାରକ୍ଷମତା ପାଇଁ ଏହା ଏକ ନିରନ୍ତର କଞ୍ଚାମାଲ ଭାବରେ ବିଶ୍ୱସ୍ତରରେ ସଚେତନତା ବୃଦ୍ଧିପାଉଥିବା ପରିପ୍ରେକ୍ଷୀରେ ବିବିଧ ଶିଳ୍ପରେ ଆଲୁମିନିୟମର ଗ୍ରହଣୀୟତା ବୃଦ୍ଧିପାଉଛି ।

0
0
0
s2sdefault