ହେଡଲାଇନସ୍:

ୟୁଏଆଇଏଲ୍ ବାପହିଲମାଲି  ଖଣିରେ ସ୍ୱଚ୍ଛତା ପକ୍ଷ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା/ଭୁବନେଶ୍ୱର( ସରୋଜ ସାହୁ) : : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ) ର ବାପହିଲମାଲି ଖଣିରେ ଗତକାଲି ବଡ଼ ଉତ୍ସାହର ସହିତ ଏକ ଗଣ ସଚେତନତା କାର୍ଯ୍ୟକ୍ରମ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଛି । ଭାରତୀୟ ଖଣି ବ୍ୟୁରୋ ପକ୍ଷରୁ ୨୦୨୦ ନଭେମ୍ବର ୧୬-୩୦ ପର୍ଯ୍ୟନ୍ତ ଆୟୋଜନ କରାଯାଉଥିବା ଅଭିଯାନର ଏହା ଏକ ଅଂଶ ।

ଏହାର ମୂଳ ଲକ୍ଷ୍ୟ ହେଉଛି ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିବା ଏବଂ ଦେଶର ସ୍ୱଚ୍ଛତା ପାଇଁ କିଭଳି ପ୍ରତିଟି ବ୍ୟକ୍ତି ଉତ୍ତରଦାୟୀ ତାହାକୁ ନେଇ ସଚେତନତା ସୃଷ୍ଟି କରିବା । କୋଭିଡ୍-୧୯ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଏହି ମହାମାରୀ ସହିତ ଲଢେ଼ଇ ପାଇଁ ଶ୍ରେଷ୍ଠ  ସ୍ୱଚ୍ଛତା ବ୍ୟବସ୍ଥା ଗ୍ରହଣ କରିବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯାଇଛି ।

ଏଥିରେ ଏକ “ୱାକ୍ ଆଣ୍ଡ୍ ସ୍ୱିପ୍’ ଅଭିଯାନ ରହିଥିଲା, ଯେଉଁଠାରେ ଏକ ନିର୍ଦ୍ଦିଷ୍ଟ ରୁଟରେ  ସମସ୍ତ କର୍ମଚାରୀ ଓ ଶ୍ରମିକମାନେ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ଠାରୁ ଆରମ୍ଭ କରି ନିରନ୍ତର ଭାବେ ମାସ୍କ ପରିଧାନ କରିବା ଭଳି ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଓ ନିୟମିତ ବ୍ୟବଧାନରେ ଅଂଶଗ୍ରହଣକାରୀମାନେ ସେମାନଙ୍କ ହାତକୁ ସାନିଟାଇଜ୍ କରୁଥିଲେ । କୋଭିଡ୍-୧୯ ସଙ୍କଟ ସତ୍ୱେ ଉତ୍ତମ  ସ୍ୱଚ୍ଛତା ମାନ ବଜାୟ ରଖି ବାପହିଲମାଲି ଟିମ୍ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ଖଣି ମୁଖ୍ୟ ଶ୍ରୀଯୁକ୍ତ ମୁକେଶ ଝା ଓ ମୁଖ୍ୟ-ଜିଓଲୋଜି ଶ୍ରୀଯୁକ୍ତ କ୍ରିଷ୍ଣ ଜ୍ୟୋତିଶି ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହା ପରେ ଖଣି ମୁଖ୍ୟ ଓ ଜିଓଲୋଜି ମୁଖ୍ୟ ଏବଂ ସ୍ଥାନୀୟ  ଶ୍ରମିକ ଅଭିଭାଷଣ ପ୍ରଦାନ କରିଥିଲେ । ସଚେତନତା ଅଭିଭାଷଣ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ବାଲହିଲମାଲି ଖଣି ଅଂଚଳ ସ୍ୱଚ୍ଛତା ମାନକୁ ବଜାୟ ରଖିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ପ୍ରଶଂସା ଏବଂ ପୁରସ୍କୃତ କରାଯାଇଥିଲା । ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ  ଦାସ ଏବଂ ବାପହିଲମାଲି ଖଣିର ଅନ୍ୟ ସଦସ୍ୟମାନେ ଏହାକୁ ଉତ୍ତମ ରୂପେ  ଆୟୋଜନ କରିଥିଲେ ।

ଏହି ଅବସରରେ ୟୁଏଆଇଏଲର  ୟୁନିଟ୍ ମୁଖ୍ୟ ଓ ସଭାପତି ଶ୍ରୀଯୁକ୍ତ ମଝାରୁଲ୍ଲା ବୈଗ୍ ଏହି ସ୍ୱଚ୍ଛତା ପକ୍ଷ ଅଭିଯାନର ସମସ୍ତ ଅଂଶୀଦାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଯଦ୍ଦ୍ଵାରା  ସମ୍ପୂର୍ଣ୍ଣ ବାପହିଲମାଲି ଖଣି ଅଂଚଳର ସ୍ୱଚ୍ଛତା ଓ ପରିମଳ ନିଶ୍ଚିତ ହୋଇପାରିଛି ବୋଲି କହିଥିଲେ । ମହାମାରୀ ସମୟରେ ଏଭଳି ଶ୍ରେଷ୍ଠ  ଅଭିଯାନ ହାତକୁ ନେବା ଏବଂ ସ୍ୱଚ୍ଛତା ଏବଂ ପରିମଳ ଉପରେ ଗୁରୁତ୍ୱାରୋପ କରିଥିବାରୁ ବାପହିଲମାଲି ଖଣିର ସମ୍ପୂର୍ଣ୍ଣ ଟିମକୁ  ସେ ଧନ୍ୟବାଦ ଅର୍ପଣ କରିଥିଲେ । 

ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ୟୁଏଆଇଏଲ୍ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିରନ୍ତର ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ ସମସ୍ୟାଗୁଡ଼ିକର ସମାଧାନ ଆଦି ସିଏସ୍ଆର୍ କାର୍ଯ୍ୟକଳାପଗୁଡ଼ିକୁ ପାରିପାର୍ଶ୍ଵିକ  ଗ୍ରାମରେ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ହୋଇଛି । ଓଡ଼ିଶାରେ ୟୁଏଆଇଏଲ୍ ସାମଗ୍ରିକ ଭାବେ ୫୭ଟି ଗ୍ରାମରେ ନିୟୋଜିତ ହୋଇ ୩୦,୦୦୦ରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିଛି । 

0
0
0
s2sdefault