ହେଡଲାଇନସ୍:

ଟାଟା ଷ୍ଟିଲ କଳିଙ୍ଗନଗରକୁ ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିରାପତ୍ତା ସମ୍ମିଳନୀ-୨୦୧୮

କଳିଙ୍ଗନଗର/Jayashankar Dash  : ଟାଟା ଷ୍ଟିଲ କଳିଙ୍ଗନଗରକୁ ବୃହତ ଶିଳ୍ପ ବିଭାଗରେ ‘ସର୍ବାଧିକ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର  ’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡ଼ିଶା ସରକାରଙ୍କ କାରଖାନା ଓ ବାଷ୍ଫ୍ରିତ ବିଭାଗ ପକ୍ଷରୁ ନର୍ଥ ଓଡ଼ିଶା ଚ୍ୟାମ୍ବର ଅଫ କମର୍ସ  ଓ ଇଣ୍ଡଷ୍ଟ୍ରିଜ୍ ସହଯୋଗରେ ଗତ ୨୩ ତାରିଖ ଦିନ ବାଲେଶ୍ୱରଠାରେ “ଶିଳ୍ପ ନିରାପତ୍ତା ଓ ବୃତ୍ତିଗତ ସ୍ୱାସ୍ଥ୍ୟ” ସଂକ୍ରାନ୍ତ ନିରପତ୍ତା ସମ୍ମିଳନୀରେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ଟାଟା ଷ୍ଟିଲ କିଳଙ୍ଗନଗରର କଞ୍ଚାମାଲ ପରିଚାଳନା ପ୍ରଣାଳୀ (ଆରଏମ୍ଏଚ୍ଏସ୍) ବିଭାଗର କର୍ମଚାରୀ ଶ୍ରୀ ସରୋଜ କୁମାର ବେହେରାଙ୍କୁ ମଧ୍ୟ ଶ୍ରେଷ୍ଠ  ସୁରକ୍ଷିତ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଛି ।

ଶକ୍ତି ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ତଥା ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ  ସୁଶାନ୍ତ ସିଂହ, ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ  ନିତ୍ୟାନନ୍ଦ ସାହୁ, ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ବାଲେଶ୍ୱର ଚ୍ୟାମ୍ବର ଅଫ୍ କମର୍ସର ସଭାପତି ଏଚ କେ ଦାସ, ନର୍ଥ ଓଡ଼ିଶା ଚ୍ୟାମ୍ବର ଅଫ୍ କମର୍ସ ଆଣ୍ଡ୍‍ ଇଣ୍ଡଷ୍ଟ୍ରିଜର ସମ୍ପାଦକ  ନିରଞ୍ଜନ କର, କାରଖାନା ଓ ବାଷ୍ପିତ ବିଭାଗର ନିର୍ଦ୍ଦେଶକ  ଶ୍ରୀ କମଳେନ୍ଦୁ ମହାପାତ୍ର, କାରଖାନା ଓ ବାଷ୍ଫ୍ରିତ ବିଭାଗର ଉପ-ନିଦେ୍ର୍ଧଶକ ଡଃ ମଳୟ କୁମାର ପ୍ରଧାନ, କାରଖାନା ଓ ବାଷ୍ପିତ ବିଭାଗର ପୂର୍ବତନ ନିର୍ଦ୍ଦେଶକ   ସି ପି ଭର୍ତ୍ତିଆ, ବାଲେଶ୍ୱର ଜିଲ୍ଲା କାରଖାନା ଓ ବାଷ୍ପିତ ବିଭାଗର ସହକାରୀ ନିର୍ଦ୍ଦେଶକ  ଶ୍ରୀ ସି ଏସ୍ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଉତ୍ତର ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରାୟ ୨୪୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।ଶିଳ୍ପାନୁଷ୍ଠାନରେ ଘଟୁଥିବା ଦୁର୍ଘଟଣା ଓ ଦୁର୍ଘଟଣା ଏଡ଼ାଇବାର ସୁରକ୍ଷିତ ଉପାୟ ଉପରେ ଶିଳ୍ପ କର୍ମଚାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ । ଏହି ଅବସରରେ ଶକ୍ତି ଓ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା (ଇଏସ୍ଆଇ) ତଥା ଶିଳ୍ପ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଶିଳ୍ପାନୁଷ୍ଠାନଗୁଡ଼ିକ ମାନବୀୟ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶିଳ୍ପ ସୁରକ୍ଷା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ବିଭାଗରେ ଶ୍ରେଷ୍ଠ  କୌଶଳ ଅବଲମ୍ବନ କରିଥିବା ଶିଳ୍ପାନୁଷ୍ଠାନମାନଙ୍କୁ ସମ୍ମାନିତ କରାଯାଇଥିଲା । ଶିଳ୍ପ ସୁରକ୍ଷା ଓ ବୃତ୍ତିଗତ ସ୍ୱାସ୍ଥ୍ୟ ବିଭାଗରେ ଶ୍ରେଷ୍ଠ କୌଶଳ ପ୍ରୟୋଗ କରିଥିବା ଉତ୍ତର ଓଡ଼ିଶାରେ ଅବସ୍ଥିତ ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ଉତ୍ତର ଓଡ଼ିଶାର ବିଭିନ୍ନ ଶିଳ୍ପାନୁଷ୍ଠାନରୁ ଆସିଥିବା ପ୍ରତିନିଧିମାନେ ବିଭିନ୍ନ ଘଟଣାର ହୋଇଥିବା ଅଧ୍ୟୟନ ତଥା କର୍ମଚାରୀଙ୍କୁ ସୂଚନା ପ୍ରଦାନ ଉପରେ ପ୍ରସ୍ତାବନା କରିଥିଲେ ।

 

 

 

 

 

 

 

 

0
0
0
s2sdefault