ହେଡଲାଇନସ୍:

ଟାଟା ଷ୍ଟିଲ ସହଯୋଗରେ ପୁନର୍ବାସ କଲୋନୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ପକ୍ଷରୁ ‘ଗାଡ଼ିରେ ଖାଦ୍ୟ’ ବ୍ୟବସାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

17-05-18-jaj.jpg - 128.41 kB

କଳିଙ୍ଗନଗର,(ଜୟଶଙ୍କର ଦାଶ): ପ୍ରତିଦିନ ସକାଳ ୬.୩୦ ମିନିଟ୍ରେ ଗୋବରଘାଟି ପୁନର୍ବାସ କଲୋନୀର ରାଧାକୃଷ୍ଣ ସ୍ୱଂୟ ସହାୟକ ଗୋଷ୍ଠୀ  (ଏସଏଚ ଜି )ର ମହିଳା ସଦସ୍ୟାଙ୍କ ଏକ ଟିମ୍ ଭ୍ରାମ୍ୟମାଣ ଖାଦ୍ୟ ଯାନରେ ଡୁବୁରୀ ଛକକୁ ଯାତ୍ରା ଆରମ୍ଭ କରିଥାନ୍ତି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ମୁଖ୍ୟ ଫାଟକ ନିକଟକୁ ଏହି ଗାଡିଟି ରହି ପ୍ରାତଃଭୋଜନ ବିକ୍ରି କରିଥାନ୍ତି । ସେମାନେ ଗତ ପ୍ରାୟ ଦେଢ଼ ମାସ ହେବ ପ୍ରାତଃଭୋଜନ ବିକ୍ରି କରି ଆସୁଛନ୍ତି । 

ଉକ୍ତ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା କଳିଙ୍ଗନଗର ଶାଖାର ସହାୟତାରେ ଅପ୍ରେଲ ମାସର ପ୍ରଥମ ସପ୍ତାହରେ “ଗାଡ଼ିରେ ଖାଦ୍ୟ” ପରସିବା ଆରମ୍ଭ କରିଥିଲେ । ସେମାନଙ୍କ ପ୍ରାତଃଭୋଜନ ଖାଦ୍ୟ ତାଲିକାରେ ବରା, ସିଙ୍ଗଡ଼ା, ଇଡଲି ଓ ଚକୁଳି ଭଳି ସୁସ୍ୱାଦୁ ଖାଦ୍ୟ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ସେମାନେ ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଉନ୍ନତମାନର ଖାଦ୍ୟ ବିକ୍ରି କରି ଫେରନ୍ତି ।  ଉଲ୍ଲେଖନୀୟ ଭାବେ ଉକ୍ତ ଭ୍ରାମ୍ୟମାଣ ଖାଦ୍ୟ ଗାଡ଼ିର ଚାହିଦା ଧିରେ ଧିରେ ବଢିବାରେ ଲାଗିଛି ଓ ପ୍ରତିଦିନ ଅଧିକରୁ ଅଧିକ ଲୋକ ଏଠାରେ ଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ପରିସ୍କାର ଓ ପରିଛନ୍ନ ତଥା ଆକର୍ଷଣୀୟ ଗାଡ଼ି ସହିତ ମହିଳାମାନେ ଖାଦ୍ୟ ପରସିବାଏବେ କଳିଙ୍ଗନଗରରେ ପ୍ରଥମ କରି ଆରମ୍ଭ ହୋଇଛି । ବର୍ତ୍ତମାନ ୩ଟି ଯାକ ସ୍ୱଂୟ ସହାୟକ ଗୋଷ୍ଠୀ  ପ୍ରତ୍ୟେକ ଦିନ ପ୍ରାୟ ୨୪୦୦ ଟଙ୍କାର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି । 

ଭ୍ରାମ୍ୟମାଣ ଖାଦ୍ୟ ଗାଡ଼ି ବ୍ୟବସାୟରେ ଗୋବରଘାଟିର ୩ଟି ସ୍ୱଂୟ ସହାୟକ ଗୋଷ୍ଠୀ  ଯଥା ରାଧାକୃଷ୍ଣ , ମା’ ଲକ୍ଷ୍ମୀ ଓ ସାଇରାମ ଏସ୍ଏଚ୍ଜି ଏହି କାର୍ଯ୍ୟରେ  ନିୟୋଜିତ ଅଛନ୍ତି । ପ୍ରାତଃଭୋଜନ ଯୋଗାଇବା ପରେ ଉକ୍ତ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଟିମ୍ ଫେରିଥାନ୍ତି ଓ ମା’ ଲକ୍ଷ୍ମୀ  ଏସ୍ଏଚ୍ଜି ସେହିସବୁ ସ୍ଥାନରେ ମଧ୍ୟାହ୍ନଭୋଜନରେ ନିରାମିଷ ବିରିୟାନି, ଆମିଷ ବିରିୟାନି ଓ ଲତା ମନ୍ଦି (ଏକ ଜନଜାତି ନିରାମିଷ ଖାଦ୍ୟ) ବିକ୍ରି ପରେ ଅପରାହ୍ନ ପ୍ରାୟ ୩.୩୦ରେ ଫେରିଥାନ୍ତି । ଏହାପରେ ତୃତୀୟ ଏସ୍ଏଚ୍ଜି ଟିମ୍ ସାନ୍ଧ୍ୟ ଭୋଜନ ଯଥା ସିଙ୍ଗଡ଼ା, ବରା ଓ ତେଲରେ ଭଜା ହୋଇଥିବା ଅନ୍ୟ ସୁସ୍ୱାଦୁ ଖାଦ୍ୟ ବିକ୍ରି କରିଥାନ୍ତି । 

ପ୍ରାୟ ଦୁଇ ମାସ ତଳେ ଏକ ୧୭ ଜଣିଆ ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଟାଟା ଷ୍ଟିଲ ପକ୍ଷରୁ ଗଞ୍ଜାମ ଜିଲ୍ଲାର ସେରଗଡ଼ରେ ପ୍ରତିଷ୍ଠା  କରାଯାଇଥିବା “ପେସ୍’ ଦକ୍ଷତା କେନ୍ଦ୍ରକୁ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ ନିମନ୍ତେ ପଠାଯାଇଥିଲା । ଏହା ଏକ ୩ ଦିନିଆ ଆବାସିକ ପ୍ରଶିକ୍ଷଣ, ଯେଉଁଥିରେ ମହିଳାମାନଙ୍କୁ ରେସ୍ତୋରାଁ ମାନର ବିଭିନ୍ନ ତରକାରୀ, ବିରିୟାନି ଓ ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରସ୍ତୁତି ଶିଖାଯାଇଥିଲା । ଏହି ପ୍ରଶିକ୍ଷଣ ସମୟରେ ବଡ଼ ବଡ଼ ରୋଷେୟାମାନେ ସେମାନଙ୍କୁ କମ୍ ମୂଲ୍ୟରେ କିଭଳି ଉନ୍ନତମାନର ଖାଦ୍ୟ ପ୍ରସ୍ତୁତି ହୋଇପାରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ ।

“ଉକ୍ତ ପ୍ରଶିକ୍ଷଣ ଆମକୁ ବହୁତ ଆତ୍ମବିଶ୍ୱାସ ପ୍ରଦାନ କରିଛି । ପୂର୍ବରୁ, ରେସ୍ତୋରାଁ ମାନର ଖାଦ୍ୟ ପ୍ରସ୍ତୁତି କରିବାକୁ ନେଇ ଆମ ମନରେ ଶଙ୍କା ଥିଲା । ତେବେ ଏଠାରେ ଆମେ ହୋଟେଲ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ହାସଲ କରିଥିଲୁ । ରୋଷେଇଆ ମାନେ ଆମକୁ ଖାଦ୍ୟ ପ୍ରସ୍ତୁତିର ମାଧ୍ୟମ ଓ ପ୍ରଣାଳୀ ଶିଖାଇଥିଲେ । ବର୍ତ୍ତମାନ ଆମେ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିର ପ୍ରଣାଳୀ ଶିଖିବା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଉପରେ ଧ୍ୟାନ ଦେଇପାରୁଛୁ” ବୋଲି ଆତ୍ମବିଶ୍ୱାସର ସହ କହିଛନ୍ତି ସାଇରାମ ସ୍ୱଂୟ ସହାୟକଗୋଷ୍ଠୀର ସମ୍ପାଦିକା ସୁକୁମାରୀ ଜାମୁଡ଼ା । କଳିଙ୍ଗନଗରରେ ନିଜ କାର୍ଯ୍ୟ କ୍ଷେତ୍ର ଅନ୍ତର୍ଗତ ଲୋକମାନଙ୍କୁ ଜୀବନଜୀବିକାର ବିଭିନ୍ନ ମାଧ୍ୟମ ଯୋଗାଇ ଦେବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଉକ୍ତ ଏସ୍ଏଚ୍ଜିମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ପ୍ରାୟ ୫ ମାସ ପୂର୍ବେ କମ୍ପାନୀ ପକ୍ଷରୁ ମା’ ତାରିଣୀ ନାମକ ଏକ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ  ମାଣ୍ଡିଆ, ବାଜରାରେ ପ୍ରସ୍ତୁତ ପାନୀୟ ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା । ସ୍ୱାସ୍ଥ୍ୟ ପ୍ରତି ସଚେତନ ବ୍ୟକ୍ତି ତଥା ଡାଇବେଟିସ୍ ରୋଗୀମାନେ ଉକ୍ତ ପାନୀୟ ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି । 

 

0
0
0
s2sdefault