ହେଡଲାଇନସ୍:

"ରାଜ୍ୟର ବିକାଶ ପାଇଁ ଓଏମସି ବଦ୍ଧପରିକର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ  

16-05-18-Foundation-Day-Mee.jpg - 69.98 kB

ଭୁବନେଶ୍ୱର(: ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ ଆଜି ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଏମସି ପକ୍ଷରୁ ବିଶିଷ୍ଟ ବିଦ୍ୱାନ ତଥା ଓଡ଼ିଶା ମାଟିର ଗର୍ବ ଏବଂ ଆଇଏସଏମ  ଧାନବାଦ ର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଧନୁଷଧାରୀ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି ।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଏମ୍ସିର କର୍ମଚାରୀମାନଙ୍କ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ  ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସମ୍ମାନୀତ ଅତିଥି,ଓଏମସି ଅଧ୍ୟକ୍ଷ ସଞ୍ଜୀବ୍ ଚୋପ୍ରା, ପରିଚାଳନା ନିର୍ଦ୍ଦେଶକ ଆର. ଭିନିଲ୍ କ୍ରିଷ୍ଣା ଏବଂ ପ୍ରଫେସର ଧନୁଷଧାରୀ ମିଶ୍ର ପ୍ରମୂୁଖ ବାର୍ଷିକ ପତ୍ରିକା ସମ୍ପର୍କର ଉନ୍ମୋଚନ କରିଥିଲେ । ଏହି ଅବସରରେ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଓଏମସି ସାରା ଦେଶରେ ଖଣି କ୍ଷେତ୍ରରେ କାର୍ଯ୍ୟକରୁଥିବା ରାଜ୍ୟ ସରକାରମାନଙ୍କ ଅଧୀନସ୍ଥ ଉଦ୍ୟୋଗ ଗୁଡ଼ିକ ମଧ୍ୟରେ ସର୍ବବୃହତ୍ । ଏହା ଲୁହାପଥର, ମାଙ୍ଗାନିଜ୍, କ୍ରେମାଇଟ୍ ଏବଂ ବକ୍ସାଇଟ୍ ଭଳି ଖଣି ଜଜିନ୍ଦଲ, ଭୁଷଣ ଷ୍ଟିଲ୍, ଏନ୍ଆଇଏନ୍ଏଲ୍, ଆର୍ଆଇଏନ୍ଏଲ୍, ଭିସା ଷ୍ଟିଲ୍ଭଳି ଧାତବ ଓ ଖଣିଜଶିଳ୍ପରେ ଅଗ୍ରଣୀ ଶିଳ୍ପସଂସ୍ଥାମାନଙ୍କୁ ଯୋଗାଇ ଶିଳ୍ପାୟନକୁ ସୁଦୃଢ କରୁଛି ।

ଓଏମସିର ଆରମ୍ଭ ୧୯୫୬ ମସିହାରେ ହୋଇଥିଲା । ଏହାର ସଫଳତାର ଏକ ପରିଚାୟକ ହେଉଛି ୨୦୧୬-୧୭ ଆର୍ଥିକ ବର୍ଷରେ ଏହାର ୨,୩୩୧ କୋଟି ଟଙ୍କାର ବ୍ୟବସାୟ ହାସଲ, ଯାହାକି ୨୦୦୬-୦୭ ଆର୍ଥିକ ବର୍ଷରେ ୧,୦୮୧ କୋଟି ଟଙ୍କା ରହିଥିଲା । ଲୁହାପଥର ଉତ୍ତୋଳନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ୨୦ ପ୍ରତିଶତ ଅଭିବୃଦ୍ଧ ସହିତ ରେକର୍ଡ ୨,୮୬୦ କୋଟି ଟଙ୍କାର ବିକ୍ରୟ ବ୍ୟବସାୟ ହାସଲ ସଫଳତାର ପଛରେ ଶୀର୍ଷ ନେତୃତ୍ୱ, ବ୍ୟବସାୟ କୁଶଳତା ଏବଂ ସମସ୍ତ କର୍ମଚାରୀମାନଙ୍କ ଉତ୍ତମ ସମନ୍ୱୟ ସହ କରାଯାଇଥିବା ଦଳଗତ କାର୍ଯ୍ୟର ଅବଦାନ ରହିଛି । ଏଥି ମଧ୍ୟରେ ଓଏମସି ଅଣଲୌହ ଖଣିଜ ଦ୍ରବ୍ୟ କ୍ଷେତ୍ରରେ ନିଜ ଉପସ୍ଥିତି ବଢାଇ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକି ଅବଧିରେ କୋଡ଼ିଙ୍ଗମାଳି ଖଣିରେ ବକ୍ସାଇଟ୍ଉତ୍ତୋଳନ ଆରମ୍ଭ କରିଛି । ଓଏମ୍ସିକୁ ମଧ୍ୟ ଏକ କୋଇଲା ଖଣି ଆବଂଟିତ ହୋଇଛି, ଯାହାକି ଆଗାମୀ ତିନିବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ଆଶା ରଖାଯାଇଛି ।

ନିଗମ ପକ୍ଷରୁ ସଂସ୍ଥା ମଧ୍ୟରେ ଆଲୋଚନା ଜରିଆରେ ଯୋଜନା ପ୍ରସ୍ତୁତକରିବା ପାଇଁ ‘Perspective Plan 2025’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ଲକ୍ଷ୍ୟ ଗୁଡ଼ିକ ମଧ୍ୟରେ ରହିଛି କ୍ରୋମ୍   ଖଣିଜକ୍ଷେତ୍ରରେ ଏକ ପ୍ରଭାବଶାଳୀ ବ୍ୟବସାୟିକ ଖଣିଜ ଉତ୍ପାଦନ କାରୀ ହେବା, ଭାରତରେ ବ୍ୟବସାୟିକ ଲୁହାପଥର ଉତ୍ପାଦନ  କ୍ଷେତ୍ରରେ ଏହାର ବଜାର ଅଂଶବୃଦ୍ଧି କରିବା, ଏହାର ଉତ୍ପାଦନ କୁ ୨୦୧୭-୧୮ ର ୮ ଏମ୍ଟିପିଏରୁ ୨୦୧୮-୧୯ ରେ ୧୧ ଏମ୍ଟିପିଏ ଏବଂ ୨୦୨୦-୨୧ରେ ୨୩ ଏମ୍ଟିପିଏରେ ପହଂଚାଇବା ପାଇଁ ସର୍ବଶ୍ରେଷ୍ଠ  ଉଦ୍ୟମ ଜାରିରଖିଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହା ଅଗ୍ରଣୀ ମ୍ୟାନେଜମେଣ୍ଟ  ପରାମର୍ଶ   ର୍ସଂସ୍ଥା କେପିଏମଜି କୁ ନିୟୋଜିତ କରିଛି ଯାହା ଯୋଜନା ପ୍ରସ୍ତୁତ କରିବା ସହିତ ବ୍ୟବସାୟିକ ଅଭିବୃଦ୍ଧି ଯୋଜନା ସହ ସମନ୍ୱୟରେ ଉତ୍ପାଦନ  ଓ ପ୍ରକଳ୍ପ ଯୋଜନା ଗୁଡ଼ିକୁ ସଂଗଠିତ କରିବ, ଢାଂଚାଗତ ପରିବର୍ତ୍ତନ ପ୍ରସ୍ତାବ, ସୂଚନା ପ୍ରଯୁକ୍ତି ସମ୍ବଳିତ ବ୍ୟବସ୍ଥା ଓ ପ୍ରଣାଳୀଏବଂ ନୂଆ ଜ୍ଞାନକୌଶଳର ଲାଭ ହାସଲ କରିବାରେ ସହାୟକ ହେବ । ଗୋଲ୍ଡବର୍ଗର ରାଜ୍ୟ ସରକାରୀ ଉଦ୍ୟୋଗ ଓଏମସି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେଏକ ଉଦାହରଣ ଭାବେ ନିଜକୁ ସ୍ଥାପିତ କରିପାରିଛି । ନିକଟରେ ET NOW CSR Leadership ଆୱାର୍ଡ ହାସଲ ଏହି ନିଗମର କର୍ପୋରେଟ ସାମାଜିକ  ଦାୟିତ୍ୱବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପରିଚାୟକ । ଶିକ୍ଷାକ୍ଷେତ୍ରରେ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଓଏମସି ସୁପର ୧୦୦ ଏବଂ ସ୍କୁଲ୍ ପ୍ରତି ୪ କୋଟି  ଟଙ୍କା ବ୍ୟୟରେ ୨୫ଟି ଆଦର୍ଶ ସ୍କୁଲ୍ ନିର୍ମାଣ ରାଜ୍ୟରେ କ୍ରୀଡ଼ା ଏବଂ ହକି ପାଇଁଓଏମସି ସବୁଠାରୁ ବଡ଼ ପୃଷ୍ଠପୋଷକ  ରହିଆସିଛି । ଭାରତୀୟ  ହକି ଦଳକୁ ବିକଶିତ କରିବା ପାଇଁ ଏହା ଆଗାମୀ ୫ ବର୍ଷରେ ୧୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ବିଗତ ପାଂଚବର୍ଷରେ ଓଏମସି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତହବିଲ୍କୁ ୭,୧୦୭ କୋଟି ଟଙ୍କା ପ୍ରଦାନ କରିଛି, ଯାହାକି ସାମଗ୍ରିକ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟୟର ଏକ ପ୍ରମୁଖ ଅଂଶ  । ଓଏମସି  ବିଗତ ୫ ବର୍ଷ ଧରି ପ୍ରତିବଷ ର୍ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କାର ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରିଆସୁଛି ।

ଓଏମସି ଖଣିଜ ସଂରକ୍ଷଣ ତଥା ପୋଷଣୀୟତା (SUSTAINABLE)) ଭଳି ଦିଗ ପ୍ରତି ସମାନ ମାତ୍ରାରେ ସଚେତନ ରହିଛି । ସେଥିପାଇଁ ଗୁଣବତ୍ତା ମାନ ବଜାୟ ରଖିବା ପାଇଁ କ୍ରମାଗତ ଉଦ୍ୟମ କରାଯାଇଆସୁଛି । ଓଏମସି ISO 9001, ISO 14001 ଏବଂ OHSAS 1800 ଆନ୍ତର୍ଜାତୀୟ ମାନକ ସମ୍ବଳିତ ଏକ ସମନ୍ୱିତ ପରିଚାଳନା ବ୍ୟବସ୍ଥା ସ୍ଥାପନ କରିଛି । ଏକ ସାମାଜିକ ଦାୟିତ୍ୱସମ୍ପନ୍ନ ସଂସ୍ଥା ଭାବେ ଓଏମସି ଏକ ସାମାଜିକ ଉତ୍ତରଦାୟୀ ବ୍ୟବସ୍ଥା ସ୍ଥାପନ କରିବା ପ୍ରକ୍ରିୟାରେ ରହିଛି, ଯାହାକି ଆନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ SA8000 ମାନକ ଅନୁପାଳିତ ।

 

0
0
0
s2sdefault