ହେଡଲାଇନସ୍:

ବେଦାନ୍ତ ବ୍ୟବହାର କରୁଛି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା, ଓଡ଼ିଶା: ଇଂଜିନିୟରିଂ ଦିବସ ଅବସରରେ, ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ତଥା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ ଶ୍ରେଣୀର ଇଂଜିନିୟରିଂ, ଟେକ୍ନୋଲୋଜି ଏବଂ ନବନ୍ୱେଷକୁ ବୃଦ୍ଧି କରିବାପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି। ଯେଉଁଠି କୋଭିଡ଼-୧୯ ର ପ୍ରଭାବକୁ ଦୂର କରିବା ଏବଂ ଅର୍ଥନୀତିକୁ ପୁନଃର୍ଜୀବିତ କରିବା ପାଇଁ ଦେଶରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ନିଜର ଚେଷ୍ଟା ଜାରୀ ରଖିଛନ୍ତି, ବେଦାନ୍ତ ଏହାର ପ୍ରଯୁକ୍ତିବିଦ୍ୟା, ସହଭାଗୀ, ପରାମର୍ଶଦାତା ଏବଂ ଗ୍ରାହକଙ୍କ ସହିତ ଘନିଷ୍ଠ ସହଯୋଗରେ କାର୍ଯ୍ୟକରିବାକୁ ସଂକଳ୍ପବଦ୍ଧ ହୋଇଛି।

କମ୍ପାନୀର ଦୃଷ୍ଟିକୋଣ ଏବଂ ଉତ୍ପାଦନ ପ୍ରବୃତ୍ତି ବିଷୟରେ କହିବାକୁ ଯାଇ କମ୍ପାନୀର ସିଇଓ ଶ୍ରୀ ସିଏନ୍ ସିଂ କହିଛନ୍ତି ଯେ, "ବିଶ୍ୱର ସର୍ବାଧିକ ପସନ୍ଦିତ ଆଲୁମିନିୟମ ଉତ୍ପାଦକ ଏବଂ ଦେଶର ପ୍ରଗତିରେ ଭାଗୀଦାରୀ ହେବାପାଇଁ ଆମେ ବଚନବଦ୍ଧ । ଭାରତର ଯୁବ ଇଂଜିନିୟର ଯେଉଁମାନେ ନିଜର ଅର୍ଜିତ ଜ୍ଞାନକୁ କାର୍ଯ୍ୟରେ ଲଗାଇ ଚମତ୍କାର ଫଳପ୍ରାପ୍ତି ପାଇଁ ସକ୍ଷମ ସେମାନଙ୍କ ପାଇଁ ବେଦାନ୍ତ ଏକ ଖଜା ଯାଇଥିବା ଗନ୍ତବ୍ୟସ୍ଥଳ। ଆମେ ଆମ ମହିଳା ଇଂଜିନିୟର ମାନଙ୍କ ପାଇଁ ଗର୍ବିତ ଯେଉଁମାନେ ଆଲୁମିନିୟମ ଏବଂ ପାୱାର ଭଳି ଅଣ ପାରମ୍ପରିକ କ୍ଷେତ୍ରରେ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। "

ବେଦାନ୍ତ ଝାରସୁଗୁଡ଼ାର ପୃଥିବୀର ପ୍ରାୟ ଏକମାତ୍ର ଆଲୁମିନିୟମ କମ୍ପାନୀ ଯେଉଁଠି କର୍ମଚାରୀଙ୍କ ହାରାହାରି ବୟସ ହେଉଛି ୨୭ବର୍ଷ ଯେଉଁମାନେ ଏହି ବୃହତ ଅପରେସନକୁ ଚଳାଇଛନ୍ତି। ଦେଶର କେତେକ ଉତ୍ତମ ଅନୁଷ୍ଠାନରୁ ଆସିଥିବା ଇଂଜିନିୟରମାନେ ମୋଟ କର୍ମଚାରୀଙ୍କର ୨୯ ପ୍ରତିଶତ ଅଟନ୍ତି, ତନ୍ମଧ୍ୟରୁ ୧୨% ହେଉଛନ୍ତି ମହିଳା। 

ଧୂଆଁ ଉପଚାର କାରଖାନାର କାର୍ଯ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ନିୟୋଜିତ ହୋଇଥିବା ପ୍ରଧାନ ଅସୋସିଏଟ୍ସ ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ଶ୍ରୀ ବିକ୍ରମ ପ୍ରଧାନ କହିଛନ୍ତି ଯେ, " ବେଦାନ୍ତରେ ଜଣେ ଇଂଜିନିୟରିଂ ପାର୍ଟନର୍  ଭାବେ, ଆମେ ସ୍ମେଲ୍ଟର ବିଭାଗରେ କିଛି ପ୍ରତିଭାବାନ ଏବଂ ଉତ୍ସର୍ଗୀକୃତ ଇଂଜିନିୟରମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁ। ବେଦାନ୍ତ ଏବଂ ଆମର ବିଶ୍ୱସ୍ତରୀୟ ମାନକ ହେବାର ସାଧାରଣ ଅନୁସରଣ କାର୍ଯ୍ୟରେ ଉତ୍ପାଦନକାରୀ ସମନ୍ୱୟ ରକ୍ଷା କରିଛି।"

କାଷ୍ଟ ହାଉସ, ସ୍ମେଲ୍ଟର-୨ ର ୱାରରଡ଼୍ ଇଂଚାର୍ଜ ଇଂ. ଯୋଗେଶ ବୋତ୍ରା କୁହନ୍ତି , "ବେଦନ୍ତରେ କାର୍ଯ୍ୟରତ ଇଂଜିନିୟରମାନେ ଅତ୍ୟନ୍ତ ଦକ୍ଷ, ଉତ୍ସାହିତ ଏବଂ ସାଙ୍ଗଠନିକ ଓ ବୃତ୍ତିଗତ ଉନ୍ନତି ସହିତ ନିଜର ଦକ୍ଷତା ବୃଦ୍ଧି ପାଇଁ ଆଗ୍ରହୀ। ଭାରତର ଏକ ତୃତୀୟାଂଶରୁ ଅଧିକ ଆଲୁମିନିୟମ ଉତ୍ପାଦନ କରି "ଦେଶ କି ଜରୁରତୋ" ପୁରଣ କରିବା ଦିଗରେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନେ ଆମକୁ ମାର୍ଗଦର୍ଶନ କରନ୍ତି।"

ବେଦାନ୍ତ ଏହାର ବିଶ୍ୱସ୍ତରୀୟ ସ୍ମେଲ୍ଟର ଓ ପାୱାର ପ୍ଲାଣ୍ଟର ପ୍ରତିଷ୍ଠା ଓ ପରିଚାଳନା ପାଇଁ ବିଶ୍ୱର କେତେକ ଶ୍ରେଷ୍ଠ ଟେକ୍ନୋଲୋଜି ଓ ଇଂଜିନିୟରିଂ ସେଵା ପ୍ରଦାନକାରୀଙ୍କ ସହିତ ଅଂଶୀଦାର କରିଛି। ଏହାର ସ୍ଥିରତା ଲକ୍ଷକୁ ଆଗକୁ ବଢ଼ାଇବା ପାଇଁ କମ୍ପାନୀ ଭାରତର ପ୍ରିମିୟର୍ ବୈଷୟିକ ପ୍ରତିଷ୍ଠାନ, ବିଶ୍ୱସ୍ତରୀୟ ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତାମାନଙ୍କ ସହ ମଧ୍ୟ ମିଶି କାମକରୁଛି। 

ବେଦାନ୍ତ ଲିମିଟେଡ଼, ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବାବେଳେ ଏହାର ସ୍ଥାପିତ ସ୍ମେଲଟିଙ୍ଗ କ୍ଷମତା ୧.୬ ବାର୍ଷିକ ନିୟୁତ ଟନ ଅଟେ I ଏହା ଭାରତର ଏକ ମାତ୍ର ସ୍ମେଲ୍ଟର ଯାହାକି ବିଶ୍ୱର '୧ ନିୟୁତ ଟନ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ' ବର୍ଗରେ ସାମିଲ ଅଟେ I ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହିତ ନବାଚାର ପଦ୍ଧତି ଏବଂ ସ୍ଥାୟୀ ବିକାଶ ଢାଞ୍ଚାରେ ଅବସ୍ଥାପିତ ଏବଂ କାର୍ଯ୍ୟରତ ବେଦାନ୍ତ ଝାରସୁଗୁଡା, ଭାରତର ଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ I ସୁରକ୍ଷା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବା ସହିତ ଅଞ୍ଚଳର ସ୍ଥାୟୀ ସାମଗ୍ରିକ ବିକାଶ ତଥା ହିତାଧିକାରୀଙ୍କ ପାଇଁ ଉନ୍ନତି ନେଇ କମ୍ପାନୀ ସର୍ବଦା କାର୍ଯ୍ୟରତ ରହିଆସିଛି |

0
0
0
s2sdefault