ହେଡଲାଇନସ୍:

ଝାରସୁଗୁଡ଼ା ବେଦାନ୍ତ ଅଭିନବ ମୋୖସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍ଘାଟନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା(ସୁବାଷ ସାହାରେ)  ଝାରସୁଗୁଡା ସ୍ଥିତ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଓ ପରିସରରେ ଏକ ଅଭିନବ ମୌସୁମୀ ପ୍ରସ୍ତୁତି କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି । ଏଥିରେ ଆବଶ୍ୟକୀୟ ଗୀୟର ଏବଂ ଉପକରଣ ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଯାଇଛି ଯଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଏହାର ସ୍ପେକ୍ଟର ଏବଂ ପାୱାର ପ୍ଲାଣ୍ଟ କୁ ବିପଦମୁକ୍ତ କରାଯାଇ ପାରିବ । ଏହି ସୁବିଧା ମାଧ୍ୟମରେ ପ୍ଲାଷ୍ଟର କୋଣ ଅନୁକୋଣରୁ ତଥ୍ୟ ସଂଗ୍ରହ କରି ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଉପଯୋଗ କରାଯିବା ଏସବିତ ବେଦାନ୍ତର ସ୍ୱାସ୍ଥ୍ୟ , ସୁରକ୍ଷା , ପରିବେଶ ଏବଂ ସ୍ଥିର କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ ମାଧ୍ୟମରେ ମୋଳିଟରିଂ ଏବଂ ରିପୋର୍ଟ ବ୍ୟବସ୍ଥାକୁ ମଜଭୁତ କରାଯାଇଛି । ଏହି ପରିପ୍ରେକ୍ଷୀରେ ବେଦାନ୍ତ ସିଇଓ ଶ୍ରୀ ସିଏଜ ସିଂ କହିଛନ୍ତି , " ଏହି ମୌସୁମୀ ପ୍ରସ୍ତୁତି କେନ୍ଦ୍ର ପ୍ରାଣ୍ଟର ସୁରକ୍ଷା ବ୍ୟବସ୍ଥାରେ ଏକ ନୂତନ ଯୋଗ । ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଭାବରେ ଆମେ କର୍ମକ୍ଷେତ୍ର ଏବଂ ଅଂଶୀଦାରୀମାନଙ୍କ ପାଇଁ ଆମର କାର୍ଯ୍ୟକ୍ଷେତ୍ରକୁ ସୁରକ୍ଷିତ କରିବା ଲକ୍ଷରେ ସ୍ବାସ୍ଥ୍ୟ , ଜିରାପଭା , ପରିବେଶ ଏବଂ କିରନ୍ତର ପ୍ରକ୍ରିୟା ପାଇଁ ବିଶ୍ବସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ସ୍ଥାପନ କରିଛୁ । ସର୍ବୋଚ୍ଚ ଶ୍ରେଣୀରେ ମୁଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ କରି ଦେଶର ଗୁରୁତ୍ବପୂର୍ଣ୍ଣ ଉତ୍ପାଦକ କ୍ଷେତ୍ରଗୁଡିକୁ ଆତ୍ମନିର୍ଭରଶୀଳ କରାଇବା ସହିତ ନିଜର ଶୂନ୍ୟ କ୍ଷତି , ଶୂନ୍ୟ ଆବର୍ଜନା , ଶୂନ୍ୟ ତିସଚାର୍ଜ ଅପରେସଳ ହେବାର ଆମର ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ପାଇଁ କ୍ରମାଗତ ଭାବେ ଆମର ପ୍ରକ୍ରିୟାରେ ଅଭିନବ ପ୍ରୟାସ କରୁଛୁ । " । ବେଦାନ୍ତ ଅଗ୍ନିଶମ ସେବା ସହଭାଗୀ ଆଡ଼ପ୍ରୋ ଇଂଜିନିୟରିଂ ଆଣ୍ଡ ଫାୟାର ( ପି ) ଲିମିଟେଡ଼ କୁହନ୍ତି , " ବେଦାନ୍ତ ଝାରସୁଗୁଡା ଅପରେସନ୍ ରେ ସକ୍ରିୟ ଜରୁରୀକାଳୀନ ଯୋଜନା ଏବଂ ଉଦ୍ଧାର ପ୍ରସ୍ତୁତି ପାଇଁ ଏକ ଭକ୍ତ ତ ୩୭୦ ଡିଗ୍ରୀ ହାୱା ରହିଛି । କମ୍ପାନୀର ସୁରକ୍ଷା ପ୍ରୋଟୋକଲ ଗୁଡିକ ଶ୍ରେଷ୍ଠ ଶ୍ରେଣୀରେ ଅଛି ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପ୍ରଥମ ବୋଲି ଏହାର ମନୋଭାବରେ ପ୍ରତିଫଳିତ ହୁଏ । ବେଦାନ୍ତର ଅଗ୍ନିଶମ ସେବା ସହଭାଗୀ ଭାବେ , ଆମେ ଭାରତର ସର୍ବବୃହତ ଆଲୁମିନିୟମ ପ୍ରେକ୍ଟର ପାଇଁ ସମସ୍ତ ସୁରକ୍ଷା ନିଶ୍ଚିତ କରିବାକୁ ଏଟିଏସସି ଦଳ ସହିତ ଘନିଷ୍ଟ ଭାବରେ କାର୍ଯ୍ୟ କରୁଛୁ । ବେଦାନ୍ତ ଲିମିଟେଡ଼ , ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଭତ୍ପାଦକ ହୋଇଥିବାବେଳେ ଏହାର ସ୍ଥାପିତ ପ୍ରେଲଟିଙ୍ଗ କ୍ଷମତା ୧.୭ ବାର୍ଷିକ ନିୟୁତ ଟନ ଅଟେ । ଏହା ଭାରତର ଏକ ମାତ୍ର ସେକ୍ଟର ଯାହାକି ବିଶ୍ୱର ୧ ଜିୟୁତ ଟନ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ ବର୍ଗରେ ସାମିଲ ଅଟେ । ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହିତ ନବାଟାର ପଦ୍ଧତି ଏବଂ ସ୍ଥାୟୀ ବିକାଶ ଢାଞ୍ଚାରେ ଅବସ୍ଥାପିତ ଏବଂ କାର୍ଯ୍ୟରତ ବେଦାନ୍ତ ଝାରସୁଗୁଡା , ଭାରତର ଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ । ସୁରକ୍ଷା କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବା ସହିତ ଅଞ୍ଚଳର ସ୍ଥାୟୀ ସାମଗ୍ରିକ ବିକାଶ ତଥା ହିତାଧୁକାରୀଙ୍କ ପାଇଁ ଭକୃତି ନେଇ କମ୍ପାନୀ ସର୍ବଦା କାର୍ଯ୍ୟରତ ରହିଆସିଛି ।

 

0
0
0
s2sdefault