ହେଡଲାଇନସ୍:

ସାଧନା ଓ କଠିନ ପରିଶ୍ରମ ଶିଳ୍ପ ପ୍ରଗତିର ମୂଳମନ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରୁଚି ଉଦ୍ୟୋଗର ୪୫ତମ ପ୍ରତିଷ୍ଠା  ଦିବସ

କଟକ(ଶାସକ ପ୍ରଶାସକ) : ନିଜର କଠିନ ପରିଶ୍ରମ ଓ ସାଧନା ଜରିଆରେ ଆଜି ରୁଚି ଉଦ୍ୟୋଗ ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଛି  । ଏହା ପଛରେ ରହିଛି କୋଟି କୋଟି ଓଡ଼ିଆଙ୍କ ସ୍ନେହ ଶ୍ରଦ୍ଧା ଓ ଆଶୀର୍ବାଦ  । ତେଣୁ ସଫଳତା ପଛର ଏଇ ମଣିଷମାନଙ୍କ ପାଇଁ ସେବା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଜାରି ରଖିବା ଆମ ଅନୁଷ୍ଠାନର ମୂଳମନ୍ତ୍ର ବୋଲି କହିଛନ୍ତି ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁ  । ଆଜି  ପବିତ୍ର ରଥଯାତ୍ରାର ଶୁଭ ଅବସରରେ ରୁଚି ଶିଳ୍ପୋଦ୍ୟୋଗ ତାର ୪୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି  । ଏହି ଅବସରରେ ରୁଚିର ପରିଚାଳନା ନିର୍ଦ୍ଦେଶକ  ଡକ୍ଟର ଶରତ କୁମାର ସାହୁ କହିଥିଲେ ଯେ, କରୋନା ମହାମାରୀ ଜନିତ ବିପର୍ଯ୍ୟୟ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିପନ୍ନ ଓଡ଼ିଆମାନଙ୍କୁ ଆମେ ସାହାଯ୍ୟର ହାତ ବଢ଼ାଇଥିଲା  । ଏ ଅବସରରେ ରୁଚି କର୍ମଚାରୀମାନଙ୍କର କର୍ତ୍ତବ୍ୟନିଷ୍ଠାର ସେ ଉଚ୍ଚ ପ୍ରଶଂସା କରିଥିଲେ  । ସେହିଭଳି ଓଡ଼ିଶାର କୋଟି କୋଟି ଗ୍ରାହକଙ୍କ ଆଶୀର୍ବାଦ ପାଇଁ ଏହି ଅନୁଷ୍ଠାନ ଚିରଦିନ ଋଣୀ ହୋଇଥିବାରୁ ରାଜ୍ୟବାସୀଙ୍କ ପାଇଁ ରୁଚି ବହୁବିଧ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ଆସୁଛି  । ରାଜ୍ୟ ଶିଳ୍ପ ମାନଚିତ୍ରରେ ନିଜର ୪୫ବର୍ଷର ସଫଳତା ଛୁଇଁଥିବା ଏହି ଉଦ୍ୟୋଗ ସର୍ବଦା ଶ୍ରମ ସାଧନା, କଠିନ ପରିଶ୍ରମ ଓ ଉକ୍ରର୍ଷତାକୁ ବଜାୟ ରଖିଥିବାରୁ ଲୋକମାନଙ୍କର ପ୍ରିୟଭାଜନ ହୋଇଛି ବୋଲି କହିଥିଲେ ରୁଚିର ନିର୍ଦ୍ଦେଶକ  ଅରବିନ୍ଦ ସାହୁ  । ପୂର୍ବାହ୍ନରେ ରୁଚିର ପୁରୁଖା ମହିଳା କର୍ମଜୀବୀ କୁନି ଦାସ ରୁଚି ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ  ।

ପ୍ରତିବର୍ଷ ଭଳି ଚଳିତବର୍ଷ ରୁଚି ଉଦ୍ୟୋଗରେ କାର୍ଯ୍ୟରତ ୨୦ଜଣଙ୍କୁ ପାଂଚ ହଜାର ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ଓ ୪୫ଜଣଙ୍କୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା  । ରୁଚିର ୪୫ ବର୍ଷର ନୂତନ ଲୋଗୋ ଓ ଟାଇଟଲ୍ ଗୀତ ଏହି ଅବସରରେ ଉନ୍ମୋଚିତ ହୋଇଥିଲା  । ସାମାଜିକ ଦୂରତା ରକ୍ଷା ସହ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକ୍ସିସ୍ ବ୍ୟାଙ୍କର ସିବିଜି ମୁଖ୍ୟ ସୁବ୍ରତ ମହାନ୍ତି, ଶାଖା ମୁଖ୍ୟ ସୁଶାନ୍ତ ଲେଙ୍କା, ରୁଚିର ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବିକ୍ରୟ ପ୍ରବନ୍ଧକ ବିଜୟ କୁମାର ସ୍ୱାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ ଓ ନିର୍ଦ୍ଦେଶିକା  ସଲିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ  ।

ବିଡ଼ାନାସୀ ଶୋଭନୀୟ ଶିକ୍ଷାଶ୍ରମର ଦେବଶିଶୁ ସ୍ନେହ ମନ୍ଦିର ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରୁଚି ସ୍କୁଲ ବ୍ୟାଗ, ଲିଖନ ସାମଗ୍ରୀ, ବିସ୍କୁଟ ଓ ଫଳ ବଂଟନ କରାଯାଇଥିଲା  । ହ୍ୱାଇଟ୍ କାନଭାସର  ମୁଖ୍ୟ ଉଲ୍ଲାସ ବେହୁରା ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ ସମଗ୍ର କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ  । ଉତ୍ପାଦନ  ମହାପ୍ରବନ୍ଧକ ସୁରେଶ ମହାନ୍ତି, ଜୋନାଲ ହେଡ଼୍ ବିଭୂତି ଭୂଷଣ ପଣ୍ଡା, ମୁଖ୍ୟ ପ୍ରବନ୍ଧକ ସଂଜୟ ପରମାଣିକ, ମୁଖ୍ୟ ପ୍ରବନ୍ଧକ ଲକ୍ଷ୍ମୀଧର ସାହୁ, ମାନବସମ୍ବଳ ପ୍ରବନ୍ଧକ ମଧୁସ୍ମିତା ବାରିକ୍, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ବରିଷ୍ଠ  ସୂଚନା ଅଧିକାରୀ ଡ. ନିହାର ରଂଜନ ସାହୁ, ହ୍ୱାଇଟ୍ କାନଭାସର ନିର୍ଦ୍ଦେଶକ ଚିଣ୍ଟୁ ମିଶ୍ର, ପ୍ରସନ୍ନ କୁମାର ସାହୁ, ସ୍ୱରୂପ ନାୟକ, ମାନସ ବେହେରା, ଶିବ ପ୍ରସାଦ ଧଳ, ଅରକ୍ଷିତ ରଣା, ପ୍ରମୋଦ କୁମାର ସାହୁ ଓ ଲକ୍ଷ୍ମୀଧର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।

0
0
0
s2sdefault