ହେଡଲାଇନସ୍:

ଗଛରୁ ତୋଳି ଆଣି ସଜ ପନିପରିବା ଯୋଗାଇବ ପନିପରିବା ଡଟ କମ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ).-  ଆଗ୍ରହୀ ଗ୍ରାହକଙ୍କୁ ମନ ପସନ୍ଦର ସଜ ଗଛ ତୋଳା ପନିପରିବା ଉଚିତ୍ ଦାମରେ ଯୋଗାଇ ଦେବା ପାଇଁ ପନି ପରିବା ଡଟ୍ କମ୍ ପକ୍ଷରୁ ଏକ ଅନନ୍ୟ ପ୍ରୟାସ ଆରମ୍ଭ ହୋଇଛି । ବରାଦ କରିବାର ୨୪ ଘଣ୍ଟା ଭିତରେ ଗ୍ରାହକଙ୍କ ଇଛା ଆଉ ପସନ୍ଦ ଅନୁସାରେ ତଟକା ପନିପରିବା ଯୋଗାଇ ଦେବାପାଇଁ  ପନିପରିବା ଡଟ କମ ପକ୍ଷରୁ ଏକ ପୋର୍ଟାଲର ଆରମ୍ଭ କରାଯାଇଛି । ପନିବରିବା ଡଟ୍ କମ୍ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚାଷୀଙ୍କ ଠାରୁ ସିଧାସଳଖ ପରିବା କିଣାଯାଇ ତାହାକୁ ବାଛି ସଠିକ ଗୁଣମାନର ପରିବା ଲୋକଙ୍କୁ ଯୋଗାଇ ଦିଆଯାଏ । ଚାଷୀଙ୍କଠାରୁ ସିଧାସଳଖ ପରିବା କିଣାଯାଉଥିବାରୁ ମଧ୍ୟସ୍ଥୀ ମାନଙ୍କ  ଜରିଆରେ ଚାଷୀର ଶୋଷଣ ବନ୍ଦ ହୋଇ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳି ପାରିଥାଏ । ଯେହେତୁ ଏହା ଲୋକଙ୍କୁ ସିଧାସଳଖ ପନିପରିବା ପହୁଂଚାଇବାରେ ବିଶ୍ୱାସ ରଖେ ତେଣୁ ଏହା କୌଣସି କୋଲ୍ଡ ଷ୍ଟୋରେଜ୍ ସହିତ ସମ୍ପର୍କରେ ନାହିଁ । ଏହା ପ୍ରତିଦିନ ଠିକ ସମୟରେ ଚାଷୀଙ୍କ ଠାରୁ ପରିବା ଆଣି ଠିକ ସମୟରେ ତାଜା ତାଜା ଲୋକଙ୍କୁ ଯୋଗାଇଥାଏ । 

 ସୂଚନାଯୋଗ୍ୟ ଯେ, ପନିପରିବା ଡଟ କମ ହେଉଛି ସମାଜସେବୀ ଡଃ ରଂଜନ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁୁତ ଏକ ସଂସ୍ଥା ଯିଏକି ଚାଷୀ ଓ ସାଧାରଣ ଖାଉଟୀଙ୍କୁ ସୁବିଧା ପହଂଚାଇବା ପାଇଁ କରାଯାଇଛି । ଏହା ଫଳରେ ଦେଶର କୃଷକମାନଙ୍କୁ ମଧ୍ୟସ୍ଥିଙ୍କ ଶୋଷଣରୁ ବଂଚାଯାଇ ପାରିବ ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ବିକାଶ ଅଣାଯାଇ ପାରିବ । ଡଃ ସାହୁଙ୍କ କହିବାନୁଯାୟୀ ସଫଳ ଉଦ୍ୟୋଗପତି ବିଲଗେଟଙ୍କ ମତରେ ଡାଟା ଓ ପ୍ରଯୁକ୍ତି ସହାୟତାରେ ସାରା ବିଶ୍ୱରେ କୃଷକମାନଙ୍କର ଆର୍ଥିକ ଉନ୍ନତି ଅଣାଯାଇପାରିବ । ଏହାକୁ ପ୍ରେରଣାର ଉତ୍ସ ଭାବେ ଧରି ଡଃ ସାହୁ ପ୍ରଯୁକ୍ତିର ଉପଯୋଗରେ କୃଷକମାନଙ୍କର ଆର୍ଥିକ ବିକାଶ ପାଇଁ  ନିରବଚ୍ଛିନ୍ନ ଭାବରେ ଗତ ୧୦ ବର୍ଷ ଧରି ଉଦ୍ୟମ କରି ଆସୁଛନ୍ତି । ଡଃ ସାହୁ ନିଜେ ଜଣେ ଟେକ୍ନୋକ୍ରୋଟ ଓ  ଗତ ୨୫ ବର୍ଷ ଧରି ଏହି କାର୍ଯ୍ୟରେ ମନୋନିବେଶ କରି ଆସିଛନ୍ତି । ସେ ଏହାକୁ କେବଳ ଓଡ଼ିଶା ନୁହେଁ ବିଶ୍ୱର ଯେ କୌଣସି ସ୍ଥାନରେ କାର୍ଯ୍ୟରେ ଲଗାଇବାକୁ ଆଗ୍ରହୀ ଅଛନ୍ତି । 

ପନିପରିବା ଡଟ୍ କମର ମୁଖ୍ୟ  ଶ୍ରୀ ସାହୁଙ୍କ କହିବା ଅନୁଯାୟୀ,  ପନିପରିବା ଡଟ୍ କମ୍ ଏହାର ସାମାଜିକ ପ୍ରତିଶୃତିକୁ ପୂରଣ କରିବା ପାଇଁ କୌଣସି ପନିପରିବାକୁ ତାଜା ରଖିବା ପାଇଁ ସେଥିରେ କୌଣସି ରାସାୟନିକର ବ୍ୟବହାର କରି ନଥାଏ । ସେହିପରି ପରିବାପତ୍ରଗୁଡିକର ପ୍ୟାକେଜିଙ୍ଗ ପାଇଁ ଏହା ସବୁବେଳେ  ପରିବେଶ ଉପଯୋଗୀ ତଥା ସହଜରେ ମାଟିରେ ମିଶିଯାଉଥିବା ପରି ସାମଗ୍ରୀର ବ୍ୟବହାର କରିଥାଏ । 

ପନିପରିବା ଡଟ କମ କେବେ ବି ଚାଷୀମାନଙ୍କୁ ତରବରିଆ ଭାବେ ଫସଲ ଉତ୍ପାଦନ କରି ପରିବାଗୁଡିକର ଗୁଣମାନ ନଷ୍ଟ ହେବାକୁ  ଦିଏ ନାହିଁ ଯାହା ଫଳରେ ଗ୍ରାହକମାନେ ଉଚିତ୍ ଗୁଣମାନର ପରିବା ପାଇ ପାରନ୍ତି । ପନିପରିବା ଡଟ କମରେ ଗ୍ରାହକମାନେ ସେମାନଙ୍କ ନିଜ ଇଚ୍ଛାନୁଯାୟୀ ପସନ୍ଦ ମୁତାବକ ପରିବାଗୁଡିକୁ  ଅନଲାଇନରେ ମଗାଇ ପାରିବେ । କାରଣ ଅନଲାଇନରେ ଅର୍ଡର ଦେବାମାତ୍ରେ ପରିବା ଗୁଡିକ ଆସି ସେମାନଙ୍କ ନିକଟରେ ପହଂଚା ଯାଇ ପାରିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି |  

 

 

 

0
0
0
s2sdefault